Investment Tips / ଦିନକୁ ୧୦୦ ଟଙ୍କା ନିବେଶ କରି କେମିତି ହେବେ କୋଟିପତି ? ଜାଣନ୍ତୁ...

Key Points
ମାସକୁ ୩୦୦୦ ଟଙ୍କାର SIP, ୨୫ ବର୍ଷରେ କୋଟିଏ ଟଙ୍କା
ଛୋଟ ନିବେଶରେ ବଡ଼ ପାଣ୍ଠି, ଜାଣନ୍ତୁ SIPର ପୂରା ରୋଡମ୍ୟାପ୍
ଦୈନିକ ୧୦୦ ଟଙ୍କାର ସଞ୍ଚୟ ଆପଣଙ୍କୁ କରିପାରେ କୋଟିପତି
ଆପଣ କେବେ ଭାବିଛନ୍ତି କି, ଦିନକୁ ମାତ୍ର ୧୦୦ ଟଙ୍କା ସଞ୍ଚୟ କରି ଭବିଷ୍ୟତରେ କୋଟିପତି ହୋଇପାରିବେ ? ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଦୀର୍ଘ ସମୟ ଓ ନିୟମିତ ନିବେଶ ଏହାକୁ ସମ୍ଭବ କରିପାରେ । ଅନେକ ଲୋକ ଭାବନ୍ତି ବଡ଼ ସମ୍ପତ୍ତି ଗଢ଼ିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦରକାର, କିନ୍ତୁ ପ୍ରକୃତରେ ଛୋଟ ଛୋଟ ନିବେଶ ମଧ୍ୟ ସମୟ ସହିତ ବଡ଼ ପାଣ୍ଠିରେ ପରିଣତ ହୋଇପାରେ । ଆଜି ଆମେ ଆପଣଙ୍କୁ SIP ବା ସିଷ୍ଟେମାଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍ର ଏମିତି ଏକ ରୋଡମ୍ୟାପ୍ ବିଷୟରେ କହିବୁ, ଯାହା ନିୟମିତତା, ଧୈର୍ଯ୍ୟ ଓ ସଠିକ୍ ନିବେଶ ମାଧ୍ୟମରେ ଆପଣଙ୍କ ଆର୍ଥିକ ସ୍ୱପ୍ନକୁ ସାକାର କରିବାରେ ସହାୟକ ହୋଇପାରେ ।
ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଟଙ୍କା ନିବେଶର ଏକ ଏଭଳି ଫଣ୍ଡା ଯାହା ଆପଣଙ୍କୁ ମାତ୍ର କିଛି ବର୍ଷରେ ବନାଇପାରେ କୋଟିପତି । ଦୈନିକ ମାତ୍ର ୧୦୦ ଟଙ୍କାର ନିବେଶ କରନ୍ତୁ । ଆଉ କୋଟିପତି ବନିବାରୁ ଆପଣଙ୍କୁ କେହି ଅଟକାଇ ପାରିବେନି । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କେତେ ବର୍ଷ ଲାଗିବ ଏଥିପାଇଁ ? ଆମେ ଆପଣଙ୍କୁ ବତାଇବୁ କୋଟିପତି ବନିବାର ପୂରା ରୋଡ୍ ମ୍ୟାପ୍ । ଏବେ ଆସନ୍ତୁ ଜାଣିବା ପୁରା ପ୍ରକ୍ରିୟା ।
ଆଜିର ସମୟରେ SIP ଏକ ଲୋକପ୍ରିୟ ନିବେଶ ବିକଳ୍ପ ଭାବରେ ଉଭା ହୋଇଛି । ବହୁ ସଂଖ୍ୟାରେ ନିବେଶକ SIP ଜରିଆରେ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରୁଛନ୍ତି । ଲଙ୍ଗ୍ ଟର୍ମ (ଦୀର୍ଘ ଅବଧି) ରେ SIP ମାଧ୍ୟମରେ ଏକ ବଡ଼ ପାଣ୍ଠି ବା ଫଣ୍ଡ ଗଠନ କରାଯାଇପାରିବ । ଯଦି ଆପଣ ମଧ୍ୟ ଅବସରକାଳୀନ ଯୋଜନା ବା ରିଟାୟରମେଣ୍ଟ ପ୍ଲାନକୁ ନେଇ ଚିନ୍ତିତ ଅଛନ୍ତି, ତେବେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଦୈନିକ ୧୦୦ ଟଙ୍କାର SIP କରି ମଧ୍ୟ କୋଟିପତି ହୋଇପାରିବେ ।
ଯଦି କୌଣସି ବ୍ୟକ୍ତି SIP ଜରିଆରେ ମ୍ୟୁଚୁଆଲ୍ ଫଣ୍ଡରେ ଦୈନିକ ୧୦୦ ଟଙ୍କା ନିବେଶ କରନ୍ତି, ତେବେ ସେ ଦୀର୍ଘ ଅବଧିରେ ଭଲ ରିଟର୍ଣ୍ଣ ପାଇପାରିବେ । ଦିନକୁ 100 ହିସାବରେ ପ୍ରତି ମାସରେ ୩୦୦୦ ଟଙ୍କା ନିବେଶ କରିବାକୁ ପଡ଼ିବ । ଏପରି କ୍ରମାଗତ ଭାବେ ୨୫ ବର୍ଷ ପର୍ଯ୍ୟନ୍ତ କଲେ ନିବେଶକମାନଙ୍କୁ ବହୁତ ବଡ଼ ଫାଇଦା ମିଳିପାରେ ।
ମନେକରନ୍ତୁ, ଯେଉଁ ମ୍ୟୁଚୁଆଲ୍ ଫଣ୍ଡରେ ବ୍ୟକ୍ତିଜଣକ ଟଙ୍କା ବିନିଯୋଗ କରିଛନ୍ତି, ତାହା କେବଳ ୧୦ ପ୍ରତିଶତ ରିଟର୍ଣ୍ଣ ଦେଇଛି । ଏଭଳି ପରିସ୍ଥିତିରେ, ୨୫ ବର୍ଷ ମଧ୍ୟରେ ୯ ଲକ୍ଷ ଟଙ୍କାର ନିବେଶ ଉପରେ ସେହି ବ୍ୟକ୍ତି ୩୦.୮୦ ଲକ୍ଷ ଟଙ୍କାର ରିଟର୍ଣ୍ଣ ପାଇପାରିବେ । ସେ ସର୍ବମୋଟ ୩୯.୮୦ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିପାରିବେ ।
୧୨ ପ୍ରତିଶତ ରିଟର୍ଣ୍ଣ ମିଳିବା ସ୍ଥିତିରେ, SIP ୨୫ ବର୍ଷରେ ସର୍ବମୋଟ ୫୬.୯୦ ଲକ୍ଷ ଟଙ୍କାର ପାଣ୍ଠି ପ୍ରସ୍ତୁତ କରିଦେବ । ଏହି ସମୟ ମଧ୍ୟରେ ନିବେଶକମାନଙ୍କୁ ୪୭.୫୦ ଲକ୍ଷ ଟଙ୍କାର ଲାଭ ହେବ ।
ଆଉ ଯଦି ନିବେଶକମାନଙ୍କୁ SIP ମାଧ୍ୟମରେ ୨୫ ବର୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ରିଟର୍ଣ୍ଣ ମିଳେ, ତେବେ ସେ କୋଟିପତି ହୋଇଯିବେ । ଏହି ସମୟ ଅବଧି ମଧ୍ୟରେ ସର୍ବମୋଟ ୯ ଲକ୍ଷ ଟଙ୍କା ନିବେଶ ହେବ । ଯାହାଦ୍ବାରା ନିବେଶକଙ୍କୁ ସର୍ବମୋଟ ୧.୦୫ କୋଟି ଟଙ୍କାର ରିଟର୍ଣ୍ଣ ମିଳିପାରିବ ।
SIP କରିବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ
ଯଦି ଆପଣ ମଧ୍ୟ SIP କରିବାକୁ ଯାଉଛନ୍ତି, ତେବେ କିଛି ଗୁରୁତ୍ୱପୂର୍ଣ୍ଣ କଥା ନିଶ୍ଚିତ ଭାବେ ମନେ ରଖନ୍ତୁ । ପ୍ରଥମ କଥା ହେଉଛି ନିରନ୍ତରତା ବା ଡିସିପ୍ଲିନ ଏବଂ ଧୈର୍ଯ୍ୟ । ଆପଣ ଦୁଇ କିମ୍ବା ଚାରି ବର୍ଷରେ SIP ମାଧ୍ୟମରେ ମୋଟା ଅଙ୍କର ରିଟର୍ଣ୍ଣ ପାଇପାରିବେ ନାହିଁ । ଆପଣଙ୍କୁ ୧୫ ରୁ ୨୦ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । କିନ୍ତୁ ଏକ କଥା ନୋଟ୍ କରି ରଖନ୍ତୁ ଯେ ଯଦି ଆପଣ ନିରନ୍ତର ଭାବରେ ଟଙ୍କା ଜମା କରିବେ, ତେବେ ହିଁ ଫାଇଦା ମିଳିବ ।
SIP କରିବାକୁ ଯାଉଥିଲେ ଆପଣ କେଉଁ ଫଣ୍ଡ ବାଛୁଛନ୍ତି, ସେଥିପ୍ରତି ମଧ୍ୟ ନିଶ୍ଚିତ ଧ୍ୟାନ ଦିଅନ୍ତୁ । ସେହି ଫଣ୍ଡ ହାଉସ୍ କେଉଁ କମ୍ପାନୀଗୁଡ଼ିକରେ କେତେ ନିବେଶ କରୁଛି, ତାହା ମଧ୍ୟ ଯାଞ୍ଚ କରିବା ଉଚିତ । ଫଣ୍ଡ ମ୍ୟାନେଜର କିଏ ? ତାଙ୍କର କେତେ ଅଭିଜ୍ଞତା ଅଛି ? ଏସବୁ ଦେଖିବା ଜରୁରୀ । ଏହା ବ୍ୟତୀତ, ଖର୍ଚ୍ଚର ପ୍ରତିଶତ ବା ଏକ୍ସପେନ୍ସ ରେସିଓ କେତେ ହେଉଛି ଏବଂ ଏଗଜିଟ୍ ଲୋଡ୍ Exit Load କେତେ ଅଛି, ଜଣେ ନିବେଶକଙ୍କୁ SIP ଆରମ୍ଭ କରିବା ପୂର୍ବରୁ ଏହା ମଧ୍ୟ ଦେଖିନେବା ଉଚିତ୍ ।
ଆଉ ଆପଣମାନେ ଏହା ମଧ୍ୟ ଜାଣି ରଖିବା ଉଚିତ ଯେ ମ୍ୟୁଚୁଆଲ୍ ଫଣ୍ଡ ବଜାର ଜନିତ ବିପଦର ଅଧୀନ ଅଟେ। କୌଣସି ବି ନିବେଶ କରିବା ପୂର୍ବରୁ ବିଶେଷଜ୍ଞମାନଙ୍କ ପରାମର୍ଶ ନିଶ୍ଚିତ ଭାବେ ନିଅନ୍ତୁ ।
📱 Get Argus News App
✨Related Topics
Explore more stories