Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Gold

Gold Rent / ଭଡ଼ାରେ ଦେବେ ସୁନା, ଘରେ ବସି କରିବେ ରୋଜଗାର...

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଭଡ଼ାରେ ଦେବେ ସୁନା, ଘରେ ବସି କରିବେ ରୋଜଗାର...
Gold

Key Points

ଏଣିକି ସୁନା ଦେବେ ଭଡ଼ାରେ
ଜାଣି ରଖନ୍ତୁ ସଠିକ ତଥ୍ୟ
ସର୍ବକାଳୀନ ରେକର୍ଡ଼ ସ୍ତରରେ ପହଞ୍ଚିଛି ସୁନା ଓ ରୂପା ଦର। ସୁନା ଦର ଏମିତି ହୁ ହୁ ହୋଇ ବଢୁଥିବାବେଳେ ବଡ କଥା ହେଉଛି ଯେ, ଆଗକୁ ଯଦି ଏହି ସୁନା ଦର ଅଧିକ ବଢ଼ିଯିବ, ତେଣୁ ସୁନା ଗହଣା ଶୋ ରୁମ୍ ରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି । ବଢୁଥିବା ସୁନା ଦର ଦେଢ଼ ଲକ୍ଷ ହୋଇପାରେ ବୋଲି ଅନୁମାନ କରୁଛନ୍ତି। କିନ୍ତୁ ଏହା ଭିତରେ ବି ଆଉ ଏକ ଖବର ଗ୍ରାହକଙ୍କୁ ଖୁସି ଦେଇଛି । ଆପଣ ଜାଣନ୍ତି କି ଏଥର ସୁନା ମିଳିବ ଭଡ଼ାରେ। ଆଜ୍ଞା ହଁ, କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ।

ଚଳିତ ବର୍ଷ ସୁନା ଦରରେ ହୋଇଥିବା ମାତ୍ରାଧିକ ବୃଦ୍ଧି ସୁନା ରଖିଥିବା ନିବେଶକଙ୍କ ପାଇଁ ଆୟର ନୂଆ ମାଧ୍ୟମ ପ୍ରଦାନ କରିଛି । ଯଦି ଆପଣଙ୍କ ପାଖରେ ଅଧିକ ମାତ୍ରାରେ ସୁନା ଅଛି, ତେବେ ଆପଣ ତାକୁ ଭଡ଼ାରେ ଦେଇପାରିବେ। ଯଦି ଆପଣ ନିଜର ସୁନା ଅଳଙ୍କାର କୌଣସି ଲକର କିମ୍ବା ବ୍ୟାଙ୍କରେ ରଖିଛନ୍ତି, ତେବେ ଏହାକୁ ବାହାର କରିବାର ସମୟ ଆସିଛି। ଆପଣଙ୍କୁ ଆପଣଙ୍କର ସୁନା ବିକ୍ରୟ କିମ୍ବା ବନ୍ଧକ ରଖିବାକୁ ପଡିବ ନାହିଁ। ଆପଣଙ୍କୁ କେବଳ ଏହାକୁ ଭଡା ଦେବାକୁ ପଡିବ। ଏହା ଆପଣଙ୍କୁ ଘରେ ବସି ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସାହାଯ୍ୟ କରିପାରିବ। ଏହି ନୂତନ ରୋଜଗାର ଧାରା ହେଉଛି ସୁନା ଲିଜ୍। ଆଜିକାଲି ଅନେକ ଡିଜିଟାଲ ପ୍ଲାଟଫର୍ମ ଏହି ସୁନା ଲିଜ୍‌ର ସୁବିଧା ପ୍ରଦାନ କରୁଛନ୍ତି। 

ପୂର୍ବରୁ ଲୋକମାନେ ସୁନା ବନ୍ଧକ ରଖି ଟଙ୍କା ଆଣୁଥିଲେ। ଏବେ କିନ୍ତୁ ସେମାନେ ନିଜ ପାଖରେ ଥିବା ସୁନା ଭଡ଼ା ସୂତ୍ରରେ ଦେଇ ରୋଜଗାର କରୁଛନ୍ତି । ବିଶେଷ କରି ନିବେଶକ ଓ ଫାମିଲି ଅଫିସ୍‌ ( ଧନୀ ବ୍ୟକ୍ତିଙ୍କ ସଂପତ୍ତି ଓ ଆର୍ଥିକ ବ୍ୟାପାର ପରିଚାଳନା କରୁଥିବା ସଂସ୍ଥା)ଗୁଡିକ ସୁନାକୁ ଅଯଥା ପକାଇ ରଖିବାକୁ ଚାହୁଁନାହାନ୍ତି। ସେମାନେ ପାଖରେ ଥିବା ସୁନାକୁ ଭଡ଼ା ଆକାରରେ ଦେଇ ଟଙ୍କା ରୋଜଗାର କରୁଛନ୍ତି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, କଣ ସମସ୍ତେ ଏହି ସୁନା ଭଡ଼ାରେ ନେଇପାରିବେ ଏବଂ କଣ ସବୁ ବ୍ୟବସ୍ଥା ରହିଛି ?

ପଡ଼ି ରହିଥିବା ସୁନାର ରୋଜଗାର ମାଧ୍ୟମ ସୃଷ୍ଟି ହୋଇଥିବାବେଳେ ଜୁଏଲର୍ସ ଓ ଫେବ୍ରିକେଟରମାନେ ଆମେରିକୀୟ ଡଲାର ଖର୍ଚ୍ଚ ନକରି ସୁନା ପାଉଛନ୍ତି । ଏହି ପ୍ରକ୍ରିୟାରେ ନିବେଶକମାନେ ନିଜ ସୁନାକୁ ଏକ ପ୍ଲାଟଫର୍ମ କିମ୍ୱା ଫାଇନାନ୍ସ ସଂସ୍ଥାକୁ ଦେଇଥାନ୍ତି। ସେହି ସଂସ୍ଥା ଉକ୍ତ ସୁନାକୁ ବ୍ୟବସାୟିକ ପ୍ରତିଷ୍ଠାନକୁ ଭଡ଼ାରେ ଦେଇସେଥିରୁ ହେଉଥିବା ଆୟର ଅଂଶକୁ ନିବେଶକଙ୍କୁ ଭଡ଼ା ଆକାରରେ ଦେଉଛନ୍ତି। ଏନେଇ ସ୍ୱତନ୍ତ୍ର କାଗଜପତ୍ର ମଧ୍ୟ କରାଯାଇଥାଏ। ଯେଉଁମାନେ ଭଡା ଦେଇଥାନ୍ତି ଏବଂ ଯାହାକୁ ଦେଇଥାନ୍ତି ସମସ୍ତଙ୍କ ପାଖରେ ସୁନାର ସଠିକ ପ୍ରମାଣପତ୍ର ରହିଥାଏ। ଯାହା ଭବିଷ୍ୟତରେ କୌଣସି ଅସୁବିଧା ନପହଞ୍ଚାଇବ।

ଏହି ବ୍ୟବସ୍ଥା ଯେତିକି ଆକର୍ଷଣୀୟ ମନେ ହେଉଛି, ପ୍ରକୃତରେ ସେତିକି ନୁହେଁ। ଏଥିରେ ମଧ୍ୟ କ୍ଷତି ସହିବାର ଆଶଙ୍କା ରହିଛି। ତେଣୁ ଆକର୍ଷଣୀୟ ରିଟର୍ଣ୍ଣ ପାଇବା ଲୋଭରେ ଲିଜରେ ସୁନା ଦେଲେ କେତେକ ମାମଲାରେ ତାହା ବୁଡିଯିବାର ମଧ୍ୟ ଭୟ ରହିଛି। ଚଳିତ ବର୍ଷ ସୁନା ମୂଲ୍ୟରେ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି । ୧୯୭୯ ପରେ ପ୍ରଥମ ଥର ପାଇଁ କୌଣସି ଗୋଟିଏ ବର୍ଷରେ ସୁନା ମୂଲ୍ୟରେ ଏଭଳି ବଡ଼ ଧରଣର ବୃଦ୍ଧି ହୋଇଛି।

ଅଧିକ ପଢ଼ନ୍ତୁ ଅର୍ଥନୀତି ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Gold Rent | How Renting Gold Helps You Earn from Home | Argus News | Argus News