Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

ମହିଳାଙ୍କ ଭିତରେ ୫ମ ସ୍ଥାନରେ ଅଛନ୍ତି ଜଣେ ଭାରତୀୟ, ଜାଣନ୍ତୁ କିଏ ?

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
 ମହିଳାଙ୍କ ଭିତରେ ୫ମ ସ୍ଥାନରେ ଅଛନ୍ତି ଜଣେ ଭାରତୀୟ, ଜାଣନ୍ତୁ କିଏ ?

ପ୍ରକାଶ ପାଇଛି ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ ୨୦୨୫। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି। ତାଙ୍କ ସମ୍ପତ୍ତିରେ ୮୨ ପ୍ରତିଶତ ବୃଦ୍ଧି ହୋଇଛି। ତାଙ୍କ ସମ୍ପତ୍ତି ୧୮୯ ବିଲିୟନ ଡଲାର ବୃଦ୍ଧି ପାଇ ୪୨୦ ବିଲିୟନ ଡଲାରରେ ପହଞ୍ଚିଛି। ତେବେ ଦୁନିଆର ସବୁଠାରୁ ୧୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରୁ ତଳକୁ ଖସିଛନ୍ତି ଶିଳ୍ପପତି ମୁକେଶ ଅମ୍ବାନୀ। ଗତ ବର୍ଷ ତୁଳନାରେ ତାଙ୍କର ସମ୍ପତ୍ତି ୧ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଥିବା ଜଣା ପଡ଼ିଛି। ଋଣ ବୃଦ୍ଧି କାରଣରୁ ଏଭଳି ହୋଇଥିବା କୁହାଯାଉଛି।


ମୁକେଶ ଅମ୍ବାନୀ ଦୁନିଆର ୧୦ ଧନୀ ବ୍ୟକ୍ତିଙ୍କ ତାଲିକାରେ ନାହାନ୍ତି ସତ, ହେଲେ ଏସିଆ ମହାଦେଶର ସବୁଠାରୁ ଧନୀ ବ୍ୟକ୍ତି ହୋଇ ସେ ରହିଛନ୍ତି। ସେହିଭଳି ଭାରତର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ଗୌତମ ଅଦାନୀ। ଗୋଟିଏ ବର୍ଷ ମଧ୍ୟରେ ତାଙ୍କର ସମ୍ପତ୍ତି ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଥିବା କୁହାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟେ ଆଇଟି କମ୍ପାନୀ ଏଚସିଏଲର ରୋଶନି ନାଡାର ବିଶ୍ୱର ପଞ୍ଚମ ଧନୀ ମହିଳା ହୋଇଛନ୍ତି। ତାଙ୍କ ପାଖରେ ୩.୫ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଅଛି। ସୂଚନାଯୋଗ୍ୟ: ରୋଶନି ନାଦାର ପ୍ରଥମ ଭାରତୀୟ ମହିଳା ଯିଏ ବିଶ୍ୱର ୧୦ ଧନୀ ମହିଳାଙ୍କ ତାଲିକାରେ ସାମିଲ ହୋଇଛନ୍ତି।

Sponsored
Hurun Global Rich List 2025 released | Argus News