ସମଷ୍ଟି ଅର୍ଥନୀତି, ବ୍ୟାଙ୍କିଂ ଓ ଅର୍ଥକୁ ନେଇ IIMK-NSEର ଦ୍ଵିତୀୟ ବାର୍ଷିକ ସମ୍ମିଳନୀ

ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ (NSE) ଓ ଆଇଆଇଏମ୍ କୋଝିକୋଡେ ମିଳିତ ଭାବେ ସମଷ୍ଟି ଅର୍ଥନୀତି, ବ୍ୟାଙ୍କିଂ ଓ ଅର୍ଥକୁକୁ ନେଇ ମୁମ୍ବାଇ ଏନ୍ଏସ୍ଇର କର୍ପୋରେଟ୍ କାର୍ଯ୍ୟାଲଯରେ ଦ୍ଵିତୀୟ ବାର୍ଷିକ ସମ୍ମିଳନୀ ଆଯୋଜନ କରିଛନ୍ତି । ଯାହାର ସହ ପ୍ରାୟୋଜକ ଥିଲେ, ଆକ୍ସିସ୍ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ବରୋଦା । ଚଳିତ ସମ୍ମିଳନୀର ଥିମ୍ ଥିଲା 'ସୃଜନୀରେ ପ୍ରତିବନ୍ଧକ ମଧ୍ୟରେ ଅଭିବୃଦ୍ଧି ପାଇଁ ଅର୍ଥ' ।
ଆରବିଆଇର ଡେପୁଟି ଗଭର୍ଣ୍ଣର ଏମ୍ ରାଜେଶ୍ଵର ରାଓ, ଏନଏସଇର ଚିଫ୍ ବିଜନେସ୍ ଡେଭଲପମେଣ୍ଟ ଅଫିସର ଶ୍ରୀରାମ କ୍ରିଷ୍ଣନ, ଆଇଆଇଏମ୍ କୋଝିକୋଡେ ନିର୍ଦ୍ଦେଶକ ଦେବାଶିଷ ଚାଟେର୍ଜୀ ୱଂ ଉରୁପ୍ପିକା ମୁଖ୍ୟ ମ୍ରିଦୁଲ ସାଗର ପ୍ରଦୀପ ପ୍ରଜ୍ଵଳନ କରି ସମ୍ମିଳନୀର ଶୁଭାରମ୍ଭ କରିଥିଲେ ।
ଆୟୋଜିତ ସମ୍ମିଳନୀର ପ୍ୟାନେଲ୍ ବିତର୍କରେ ଜଣାଶୁଣା ବିଶେଷଜ୍ଞ ସାମିଲ୍ ହୋଇ ଅର୍ଥନୀତିକ ବିକାଶ ଉପରେ ମତ ରଖିଥିଲେ । କହିଥିଲେ ସୃଜନୀରେ ପ୍ରତିବନ୍ଧକ ଭିତରେ ଅର୍ଥ କେମିତି ଅଭିବୃଦ୍ଧିରେ ସହାୟକ ହେବ । ବୃଦ୍ଧି ପାଉଥିବା ବଜାରରେ କେମିତି ସ୍ଥିରତା ସହ ଅଭିବୃଦ୍ଧି ଆସିବ ସେ ନେଇ ମତ ରଖିଥିଲେ ।
ସମ୍ମିଳନୀର ଶେଷ ପର୍ଯ୍ୟାରେ ଆରବିଆଇର ପୂର୍ବତନ ଗଭର୍ଣ୍ଣର ଦୁଭୁରୀ ସୁବାରାଓ ଏବଂ ରୟଟର୍ସ ଭାରତର ଅର୍ଥ ସମ୍ପାଦକ ଈରା ଦୁଗାଲ ଏକ ଚାଟ୍ରେ ଭାଗ ନେଇଥିଲେ । ଏନଏସ୍ଇ ଚିଫ୍ ବିଜନେସ୍ ଡେଭଲପମେଣ୍ଟ ଅଧିକାରୀ ଶ୍ରୀରାମ କ୍ରିଷ୍ଣନ କହିଥିଲେ, ଦ୍ଵିତୀୟ ସମ୍ମିଳନୀ ଆୟୋଜନ କରି ଆମେ ଗର୍ବିତ । ଏଠାରେ ବିଶେଷଜ୍ଞଙ୍କ ସହ ବ୍ୟାଙ୍କିଂ କ୍ଷେତ୍ର ଏକାଠି ହୋଇଛନ୍ତି ।
📱 Get Argus News App
✨ଆର୍ଥିକ ଅଭିବୃଦ୍ଧି ସହ ଦୀର୍ଘ ମିଆଦି ବ୍ୟବସାୟରେ ଅର୍ଥ ସହ ଅଭିବୃଦ୍ଧିର ସୋପାନ ବିଷୟରେ କହିଥିଲେ । ବୈଶ୍ଵିକ ଅର୍ଥନୀତି ବଦଳୁଥିବା ସମୟରେ ଆର୍ଥିକ ବଜାରରେ ନୂଆ ସୁଯୋଗ, ଉନ୍ନତ ବୈଷୟିକ ଜ୍ଞାନକୌଶଳ ଆହୁରି ସହାଯକ ହେବ କହିଥିଲେ । ସୃଜନୀରେ ବାଧା ଓ ପରିବର୍ତ୍ତନ ଷ୍ଟ୍ରାଟେଜି ମାଧ୍ୟମରେ ଶିଳ୍ପ ଏବଂ ଭବିଷ୍ୟତର ଆର୍ଥିକ ସମାଧାନ ଉପରେ ଗୁରୁତ୍ଵ ଦେଇଥିଲେ ।
ଆଇଆଇଏମ୍ କୋଝିକୋଡେର ନିର୍ଦ୍ଦେଶକ ପ୍ରଫେସର ଦେବାଶିଷ ଚାଟେର୍ଜୀ କହିଥିଲେ, ବିଶ୍ଵ ଅର୍ଥନୀତି ତାର ସ୍ଵରୂପ ବା ଆକୃତି ବଦଳାଉଛି । ଏଭଳି କ୍ଷେତ୍ରରେ ଶିଳ୍ପ ଓ ବ୍ୟବସାୟରେ ଚାକିରି ହରାଇବା ଓ ସୃଷ୍ଟି କରିବା ଉପରେ ଆଲୋକପାତ କରିଥିଲେ । କହିଥିଲେ, ବ୍ୟବସାୟ ଓ ଅର୍ଥରେ ଶିକ୍ଷାକୁ ପାର୍ଟନର କରାଯାଇ ଆହ୍ଵାନର ସମ୍ମୁଖୀନ ହୋଇ ପାରିବା ।
ଉରୁପ୍ପିକା ମୁଖ୍ୟ ପ୍ରଫେସର ମ୍ରିଦୁଲ ସାଗର କହିଥିଲେ, ଅନେକ ପରିବର୍ତ୍ତନ ଏକାଧିକ ବାଟରେ ହେଉଛି । ସୁସ୍ଥ ପଡ଼ିଥିବା ଉତ୍ପାଦକତାକୁ ବିଭିନ୍ନ ବାଟରେ ଏଆଇ ବଢ଼ାଇ ପାରିବାରେ ସାହାଯ୍ୟ କରିବ । ଜଳବାୟୁ ମଧ୍ୟ ସବୁଜ ଚାକିରି ସୃଷ୍ଟି କରି ପୃଥିବୀକୁ ଆହୁରି ରହିବା ଯୋଗ୍ୟ କରି ପାରିବ । ସଂସ୍ଥାର ଆର୍ଥିକ ସ୍ଥିତି ଇଲେକ୍ଟ୍ରୋନିକ ବଜାର ଦ୍ଵାରା ବାଧାପ୍ରାପ୍ତ ହେଉଥିବା ବେଳେ ଏଆଇ ଉପଯୋଗ ସହାୟକ ହେବ । ଏବେ ସୃଜନୀ ଆର୍ଥିକ ସ୍ଥିରତା ଉପରେ ଗୁରୁତ୍ଵ ଦେବାର ସମୟ ବୋଲି ସେ କହିଛନ୍ତି ।