1 ସେପ୍ଟେମ୍ବରରୁ 5ଟି ନିୟମରେ ହେବ ବଡ଼ ପରିବର୍ତ୍ତନ

Key Points
୧ ସେପ୍ଟେମ୍ବରରୁ ଏଲପିଜି, ସିଏନଜି, କ୍ରେଡିଟ୍ କାର୍ଡ ସହିତ ୫ଟି ନିୟମରେ ହେବ ପରିବର୍ତ୍ତନ
ସାଧାରଣ ଜନତାଙ୍କ ଉପରେ ପଡ଼ିବ ସିଧା ପ୍ରଭାବ
ପ୍ରତିଟି ପରିବର୍ତ୍ତନ ସିଧାସଳଖ ଆପଣଙ୍କ ପକେଟରେ ପ୍ରଭାବ ପକାଇପାରେ
ଆସନ୍ତୁ ଜାଣିବା କଣ ଏହି 5ଟି ବଡ଼ ପରିବର୍ତ୍ତନ
1 ସେପ୍ଟେମ୍ବର 2025 ରୁ ପୁଣିଥରେ LPG, CNG, କ୍ରେଡିଟ୍ କାର୍ଡ, ଡାକଘର ସେବା ଓ ରୂପାର ହଲମାର୍କିଂ ସହିତ 5ଟି ଗୁରୁତ୍ତ୍ୱପୂର୍ଣ୍ଣ ନିୟମ ବଦଳିବାକୁ ଯାଉଛି। ପ୍ରତିଟି ପରିବର୍ତ୍ତନ ସିଧାସଳଖ ଆପଣଙ୍କ ପକେଟରେ ପ୍ରଭାବ ପକାଇପାରେ,ଯାହାକୁ ନେଇ ସାଧାରଣ ଲୋକଙ୍କ ଚିନ୍ତା ବଢ଼ୁଛି।
ଆସନ୍ତୁ ଜାଣିବା କଣ ଏହି 5ଟି ବଡ଼ ପରିବର୍ତ୍ତନ
କ୍ରେଡିଟ୍ କାର୍ଡରେ ପରିବର୍ତ୍ତନ-
📱 Get Argus News App
✨ଦେଶର ସବୁଠୁ ବଡ଼ ବ୍ୟାଙ୍କ SBI ତାଙ୍କର କ୍ରେଡିଟ୍ କାର୍ଡ ଗ୍ରାହକମାନେ ପାଇଁ ଏକ ନୂତନ ନିୟମ ଲାଗୁ କରିବାର ସୂଚନା ଦେଇଛି। ଏହି ପରିବର୍ତ୍ତନ 1 ସେପ୍ଟେମ୍ବର, 2025 ରୁ ଲାଗୁ ହେବ। ବ୍ୟାଙ୍କ ଏହା ସ୍ପଷ୍ଟ କରିଛି ଯେ, ଏବେ କିଛି କାର୍ଡରେ ଡିଜିଟାଲ୍ ଗେମିଂ ପ୍ଲାଟଫର୍ମ, ମର୍ଚେଣ୍ଟ୍ସ ଏବଂ ସରକାରୀ ନେଣଦେଣର ରିୱାର୍ଡ ପଏଣ୍ଟ୍ ମିଳିବ ନାହିଁ। ଏହି ନିଷ୍ପତିର ପ୍ରଭାବ ସିଧାସଳଖ ଲକ୍ଷ-ଲକ୍ଷ କାର୍ଡଧାରୀଙ୍କ ଉପରେ ପଡ଼ିବ, କାରଣ ଏପର୍ଯ୍ୟନ୍ତ ଲୋକମାନେ ଏହି ନେଣଦେଣରେ ମଧ୍ୟ ରିୱାର୍ଡର ସୁବିଧା ଉଠାଇ ପାରୁଥିଲେ।
ଏଲପିଜି ଗ୍ୟାସ ସିଲିଣ୍ଡର
ପ୍ରତିମାସ ଭଳି, ଏହିଥର ମଧ୍ୟ 1 ସେପ୍ଟେମ୍ବର 2025ରୁ ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଗତମାସ 1 ଅଗଷ୍ଟରେ 19 କିଲୋଗ୍ରାମର କମର୍ସିଆଲ୍ ଏଲପିଜି ସିଲିଣ୍ଡରର ମୂଲ୍ୟ 33.50 ଟଙ୍କା ହ୍ରାସ କରାଯାଇଥିଲା, କିନ୍ତୁ ଘରୋଇ LPG ସିଲିଣ୍ଡରର ମୂଲ୍ୟ ପୂର୍ବ ଅବସ୍ଥାରେ ରହିଥିଲା। ତଥାପି, ଏବେ ଆଶା କରାଯାଉଛି ଯେ ସେପ୍ଟେମ୍ବରରେ ଘରୋଇ LPG ସିଲିଣ୍ଡରରେ ରିହାତି ମିଳିପାରେ, ଯାହା ସାଧାରଣ ଲୋକଙ୍କ ଉପରେ ଦରବୃଦ୍ଧିର ପ୍ରଭାବ କମାଇବ।
ରୂପାର ଗହଣାର ହଲମାର୍କିଂ
ରୂପାର ଗହଣାର ପ୍ରାମାଣିକତା ସର୍ମ୍ପକରେ ସରକାର ଖୁବଶୀଘ୍ର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଯାହା ଅନୁସାରେ 1 ସେପ୍ଟେମ୍ବର 2025 ରୁ ରୂପାର ଗହଣାରେ ହଲମାର୍କିଂର ନୂତନ ନିୟମ ଲାଗୁ ହେବାର ସମ୍ଭାବନା ରହିଛି। ଯଦିଓ, ଆରମ୍ଭରେ ଏହି ନିୟମ ସ୍ୱଇଚ୍ଛାରେ ହେବ, ଅର୍ଥାତ୍ ଗ୍ରାହକଙ୍କର ପାଖରେ ହଲମାର୍କ ସହିତ ଗହନ କିଣିବା କିମ୍ବା ହଲମାର୍କ ବିନା ଗହନ କିଣିବାର ବିକଳ୍ପ ରହିବ।
ପଞ୍ଜୀକୃତ ଡାକ ଓ ସ୍ପିଡ୍ ପୋଷ୍ଟ ସେବାରେ ପରିବର୍ତ୍ତନ
ଡାକଘରରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିପାରେ। ପଞ୍ଜୀକୃତ ଡାକକୁ ସ୍ପିଡ୍ ପୋଷ୍ଟ ସେବା ସହିତ ମିଶାଇବାକୁ ଘୋଷଣା କରାଯାଇଛି। ଏହି ନୂତନ ନିୟମ 1 ସେପ୍ଟେମ୍ବର 2025 ରୁ ଲାଗୁ ହୋଇପାରେ। ଏହାର ଅର୍ଥ ହେଲା, ଯଦି ଆପଣ 1 ସେପ୍ଟେମ୍ବର 2025 କିମ୍ବା ତା’ ପରେ କୌଣସି ପଞ୍ଜୀକୃତ ଡାକ ପଠାଇବାକୁ ଚାହାଁନ୍ତି, ତେବେ ସେହି ଡାକ ସିଧାସଳଖ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପଠାଯିବ। ଅର୍ଥାତ୍, ପଞ୍ଜୀକୃତ ଡାକ ପାଇଁ ଅଲଗା ସେବା ରହିବ ନାହିଁ ଏବଂ ସମସ୍ତ ଡାକ ବର୍ତ୍ତମାନ ସ୍ପିଡ୍ ପୋଷ୍ଟ ଶ୍ରେଣୀରେ ଆସିଯିବ।
ସିଏନଜି ମୂଲ୍ୟରେ ପରିବର୍ତ୍ତନ
ପ୍ରତିମାସରେ ଭଳି, ଏହିଥର ମଧ୍ୟ ସିଏନଜି ଏବଂ ପିଏନଜି ଗ୍ୟାସର ମୂଲ୍ୟରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ପୂର୍ବରୁ କିଛି ସମୟ ଧରି ଏହାର ଦର ସ୍ଥିର ରହିଆସିଛି। ସୁଚନା ଅନୁସାରେ, ସେପ୍ଟେମ୍ବର 2025 ରେ ପୁଣିଥରେ ଏହାର ମୂଲ୍ୟରେ ପରିବର୍ତ୍ତନ ହୋଇପାରେ।