Railway Bonus / ରେଲୱେ କର୍ମଚାରୀଙ୍କ ବୋନସକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ; ଜାଣନ୍ତୁ ମିଳିବ କେତେ ଟଙ୍କା ?
·45 mins ago·2 min read

Key Points
ରେଳ କର୍ମଚାରୀଙ୍କ ପାଇଁ ବଡ଼ ଖବର । ବୋନସ ଘୋଷଣା କଲେ କେନ୍ଦ୍ର ସରକାରୀ । ଦୀପାବଳିରେ ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ ।
ନୂଆଦିଲ୍ଲୀ: ପାର୍ବଣରେ ଆସିଲା ଖୁସି ଖର । ରେଲୱେ କର୍ମଚାରୀଙ୍କୁ ମିଳିବ ବୋନସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ରେଳ କର୍ମଚାରୀଙ୍କ ପାଇଁ ପାର୍ବଣ ବୋନସ ଘୋଷଣା କରାଯାଇଛି । ବୁଧବାର, ଅକ୍ଟୋବର ୧୪ରେ ବସିଥିବା ବୈଠକରେ ରେଳ କର୍ମଚାରୀଙ୍କୁ ୭୮ ଦିନର ବରାବର ଦରମା ବୋନସ ଆକାରରେ ଦେବାକୁ ଅନୁମୋଦନ ମିଳିଛି ।
ଦେଶର ସମସ୍ତ ନନ-ଗେଜେଟେଡ୍ ରେଳ କର୍ମଚାରୀଙ୍କ ପାଇଁ ପ୍ରଡକ୍ଟିଭିଟି ଲିଙ୍କଡ୍ ବୋନସ ମଧ୍ୟ ଘୋଷଣା କରାଯାଇଛି । କ୍ୟାବିନେଟ୍ ନିଷ୍ପତ୍ତି ନେଇ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି । ରେଳ ମନ୍ତ୍ରୀ କହିଛନ୍ତି, "ଦୀପାବଳି ଭେଟି ଭାବେ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।"
ଏଥିସହ ପଢ଼ନ୍ତୁ: ଆସଲା ବଡ଼ ଖବର: ଏମଏସପିରେ କପା ଏବଂ ସୋୟାବିନ୍ କରିବେ ବିକ୍ରି, ଏହି ତାରିଖ ପୂର୍ବରୁ କରନ୍ତୁ ପଞ୍ଜୀକରଣ
ମିଳିବ ୭୮ ଦିନର ବୋନସ
ରେଳ କର୍ମଚାରୀଙ୍କୁ ଏ ବର୍ଷ ୭୮ ଦିନର ବୋନସ ମିଳିବ । ଯାହାର ଗଣତି ୭ ହଜାର ଟଙ୍କାର ସର୍ବନିମ୍ନ ଦରମା ଆଧାରରେ କରାଯାଇଥାଏ । ସେହି ହିସାବରେ ଦେଖିଲେ ଜଣଙ୍କ ୧୭ ହଜାର ୯୫୧ ଟଙ୍କା ମିଳିବ । ସର୍ବନିମ୍ନ ଦରମା ସୀମାରେ ୨୦୧୪-୧୫ ପରଠାରୁ ପରିବର୍ତ୍ତନ ହୋଇ ନାହିଁ । ଫଳରେ ରେଳ କର୍ମଚାରୀଙ୍କ ଲାଗି ବୋନସ ରାଶି ୧୧ ବର୍ଷ ହେଲା ବଢ଼ି ନାହିଁ ।
୭ ହଜାରକୁ ୧୮ ହଜାର କରିବା ଦାବି
IRTSA ସମେତ ରେଳ କର୍ମଚାରୀ ସଂଗଠନ ବୋନସ ଗଣତିରେ ସର୍ବନିମ୍ନ ବେତନ ସୀମା ୭ ହଜାରରୁ ଅତି କମ୍ରେ ୧୮ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି । ସର୍ବନିମ୍ନ ଦରମା ୧୮ ହଜାର ହେଲେ ସେହି ଆଧାରରେ ବୋନସ ୪୬ ହଜାର ୧୮୪ ଟଙ୍କା ହେବ ।
ଏଥିସହ ପଢ଼ନ୍ତୁ: ସରକାରଙ୍କ ବଡ଼ ଘୋଷଣା….ଦୀପାବଳି ପୂର୍ବରୁ ଚାଷୀଙ୍କ ଖାତାକୁ ଆସିବ ୫,୦୦୦ଟଙ୍କା
ରେଳ ମନ୍ତ୍ରୀଙ୍କୁ ପତ୍ର
ବୋନସକୁ ନେଇ ରେଳ ୟୁନିୟନ ପକ୍ଷରୁ ରାଜ୍ୟସଭା ସାଂସଦ CPI(M) ନେତା ଜନ ବ୍ରିଟାସ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଚିଠି ଲେଖିଥିଲେ । ଯେଉଁଥିରେ ସେ ୨୦୨୫-୨୬ର ବୋନସ ଦିନ ସଂଖ୍ୟା ବଢ଼ାଇବା ସହ ଗଣତି ସୀମାରେ ସଂଶୋଧନ କରିବାକୁ ନିବେଦନ କରିଥିଲେ ।

#ରେଳ_କର୍ମଚାରୀଙ୍କୁ_୭୮_ଦିନର_ବୋନସ୍ ରେଳ କର୍ମଚାରୀଙ୍କ ଲାଗି ଦିଓ୍ବାଲୀ ବୋନସ୍ ଘୋଷଣା ୭୮ ଦିନର ବୋନସ୍ ପାଇବେ ରେଳ କର୍ମଚାରୀ ୧୧ ଲକ୍ଷ ୪୦ ହଜାର କର୍ମଚାରୀ ଲାଭାନ୍ବିତ ହେବେ ବୋନସ୍ ଲାଗି ୨୦୦୯ କୋଟି ଟଙ୍କା ମଂଜୁରୀ ବୋନସ୍ ନେଇ କେନ୍ଦ୍ର କ୍ୟାବିନେଟ୍ରେ ନିଷ୍ପତ୍ତି #RailwayEmployees #DiwaliBonus #IndianRailways #CabinetDecision #IndiaNews #ArgusNews
— Argus News (@ArgusNews_in) October 14, 2026
୭ ହଜାରକୁ ୧୮ ହଜାର କରିବା ଦାବି
IRTSA ସମେତ ରେଳ କର୍ମଚାରୀ ସଂଗଠନ ବୋନସ ଗଣତିରେ ସର୍ବନିମ୍ନ ବେତନ ସୀମା ୭ ହଜାରରୁ ଅତି କମ୍ରେ ୧୮ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି । ସର୍ବନିମ୍ନ ଦରମା ୧୮ ହଜାର ହେଲେ ସେହି ଆଧାରରେ ବୋନସ ୪୬ ହଜାର ୧୮୪ ଟଙ୍କା ହେବ ।
ଏଥିସହ ପଢ଼ନ୍ତୁ: ସରକାରଙ୍କ ବଡ଼ ଘୋଷଣା….ଦୀପାବଳି ପୂର୍ବରୁ ଚାଷୀଙ୍କ ଖାତାକୁ ଆସିବ ୫,୦୦୦ଟଙ୍କା
ରେଳ ମନ୍ତ୍ରୀଙ୍କୁ ପତ୍ର
ବୋନସକୁ ନେଇ ରେଳ ୟୁନିୟନ ପକ୍ଷରୁ ରାଜ୍ୟସଭା ସାଂସଦ CPI(M) ନେତା ଜନ ବ୍ରିଟାସ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଚିଠି ଲେଖିଥିଲେ । ଯେଉଁଥିରେ ସେ ୨୦୨୫-୨୬ର ବୋନସ ଦିନ ସଂଖ୍ୟା ବଢ଼ାଇବା ସହ ଗଣତି ସୀମାରେ ସଂଶୋଧନ କରିବାକୁ ନିବେଦନ କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories