Videos
|
Business

Railway New Rules / ଟ୍ରେନ୍‌ରେ ମୋବାଇଲ୍ ଚଲାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

Rashmita Mishra
Browse all articles by Rashmita Mishra
·50 mins ago·2 min read
ଟ୍ରେନ୍‌ରେ ମୋବାଇଲ୍ ଚଲାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
Railway New Rules

Key Points

ଟ୍ରେନ୍‌ରେ ରିଲ୍ସ ଦେଖିଲେ ୫ ହଜାର ଜରିମାନା ।
ଟ୍ରେନ୍‌ରେ ଜୋର୍‌ରେ ଗୀତ ଗଣିବେ ମୋଟା ଫାଇନ୍ ।
ଟ୍ରେନ୍‌ରେ ମୋବାଇଲ୍ ଚଲାଉଛନ୍ତି ? ହୋଇଯାଆନ୍ତୁ ସାବଧାନ
ଟ୍ରେନ୍‌ରେ ଉଚ୍ଚ ସ୍ୱରରେ କଥା ମହଙ୍ଗା ପଡ଼ିବ ଏହି ଅଭ୍ୟାସ । 

ଯଦି ଆପଣ ମଧ୍ୟ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ମୋବାଇଲ୍‌ର ସ୍ପିକର୍‌ରେ ଉଚ୍ଚ ଶବ୍ଦରେ ଗୀତ ଶୁଣୁଛନ୍ତି, ରିଲ୍ସ ଦେଖୁଛନ୍ତି କିମ୍ବା ଫୋନ୍‌ରେ ଉଚ୍ଚ ସ୍ୱରରେ କଥା ହେଉଛନ୍ତି, ତେବେ ଏବେ ସତର୍କ ହୋଇଯାଆନ୍ତୁ । ଟ୍ରେନ୍‌ରେ ସହଯାତ୍ରୀଙ୍କୁ ଅସୁବିଧାରେ ପକାଇବା ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ । ଦକ୍ଷିଣ ରେଳବାଇ (Southern Railway) ନିଜର ସମସ୍ତ ଡିଭିଜନ୍‌କୁ ଉଚ୍ଚ ଶବ୍ଦରେ ସ୍ପିକର୍ ବଜାଉଥିବା କିମ୍ବା ଅଯଥା ଶବ୍ଦ କରି ଅନ୍ୟ ଯାତ୍ରୀଙ୍କୁ ହଇରାଣ କରୁଥିବା ଲୋକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି । ତେବେ ରେଳବାଇର ଏହି ନିୟମ କ’ଣ ଏବଂ ଏହାର ଉଲ୍ଲଂଘନ କଲେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ହୋଇପାରେ, ଆସନ୍ତୁ ଜାଣିବା ।

ଜୋର୍‌ରେ କଥା ହେଲେ କିମ୍ବା ରିଲ୍ସ ଚଲାଇଲେ କ’ଣ ହେବ ?
ଦକ୍ଷିଣ ରେଳବାଇ ସ୍ପଷ୍ଟ କରିଛି ଯେ, ଟ୍ରେନ୍ ଭିତରେ ମୋବାଇଲ୍‌ର ସ୍ପିକର୍‌ରେ ଉଚ୍ଚ ଶବ୍ଦରେ ରିଲ୍ସ, ଗୀତ କିମ୍ବା ଭିଡିଓ ଚଲାଇ ଅନ୍ୟ ଯାତ୍ରୀଙ୍କୁ ହଇରାଣ କରିବା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ । ସେହିପରି ଫୋନ୍‌ରେ ଅତ୍ୟଧିକ ଉଚ୍ଚ ସ୍ୱରରେ କଥା ହେଲେ ମଧ୍ୟ ଯାତ୍ରୀଙ୍କ ବିରୋଧରେ ପଦକ୍ଷେପ ନିଆଯାଇପାରିବ ।

ଏପରି ଘଟଣାରେ ରେଳ ଆଇନର ଧାରା ୧୪୫(୨) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ରେଳବାଇ ନିଜର ସମସ୍ତ ଡିଭିଜନ୍‌କୁ ନିର୍ଦ୍ଦେଶ ଦେଇଛି । ଏହି ନିୟମ ଅନୁସାରେ ଯାତ୍ରୀଙ୍କ ଉପରେ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ ।

ଜନ ବିଶ୍ୱାସ ଆଇନ ଅନୁଯାୟୀ କଡ଼ା ନିୟମ
ଜନ ବିଶ୍ୱାସ ଆଇନ ଅନୁଯାୟୀ ସଂଶୋଧିତ ନିୟମ ଜୁନ୍ ୧୯ ତାରିଖରୁ ଲାଗୁ ହୋଇଛି । ଏହି ନିୟମ ଅନୁସାରେ ଟ୍ରେନ୍ କିମ୍ବା ରେଳବାଇ ପରିସରରେ ବିଶୃଙ୍ଖଳା ସୃଷ୍ଟି କରିବା କିମ୍ବା ଶାନ୍ତି ଭଙ୍ଗ କରିବା ପାଇଁ ୧,୦୦୦ ଟଙ୍କା ଜରିମାନା ଲାଗିପାରେ । ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଟ୍ରେନ୍ କିମ୍ବା ରେଳ ଷ୍ଟେସନ୍ ପରିସରରୁ ବାହାର କରାଯାଇପାରେ । ଏପରିକି ରେଳବାଇ ଅଧିକାରୀମାନେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଯାତ୍ରୀଙ୍କ ଟିକେଟ୍ କିମ୍ବା ରେଳ ପାସ୍ ମଧ୍ୟ ଜବତ କରିପାରିବେ ।

ଯାତ୍ରୀଙ୍କ ପାଇଁ ରେଳବାଇର ପରାମର୍ଶ
ଟ୍ରେନ୍‌ରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀ, ବୟସ୍କ ବ୍ୟକ୍ତି, ଶିଶୁ ଏବଂ ରୋଗୀଙ୍କ ସୁବିଧା ଓ ଶାନ୍ତିକୁ ଦୃଷ୍ଟିରେ ରଖି ରେଳବାଇ ଏହି ପଦକ୍ଷେପ ନେଇଛି । ତେଣୁ ଯାତ୍ରା ସମୟରେ ମୋବାଇଲ୍‌ରେ ଗୀତ ଶୁଣିବା କିମ୍ବା ଭିଡିଓ ଦେଖିବା ବେଳେ ଇୟରଫୋନ୍ କିମ୍ବା ହେଡଫୋନ୍ ବ୍ୟବହାର କରନ୍ତୁ । ଫୋନ୍‌ରେ କଥା ହେବା ସମୟରେ ମଧ୍ୟ ସ୍ୱରକୁ ଧୀର ରଖନ୍ତୁ ଏବଂ ଅନ୍ୟ ଯାତ୍ରୀଙ୍କ ଅସୁବିଧା ହେବା ଭଳି ଆଚରଣରୁ ଦୂରେଇ ରୁହନ୍ତୁ । ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ନିଜ ସୁବିଧା ସହିତ ଅନ୍ୟ ଯାତ୍ରୀଙ୍କ ଶାନ୍ତି ଓ ସୁବିଧାକୁ ମଧ୍ୟ ଗୁରୁତ୍ୱ ଦିଅନ୍ତୁ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: