Indian Stock Market / କାହିଁକି ଖସୁଛି ସେୟାର୍ ବଜାର ? ୪ ଦିନରେ ନିବେଶକ ହରାଇଲେଣି ₹୨୧ ଲକ୍ଷ କୋଟି, ଆଗକୁ...
·1 hour ago·2 min read

Key Points
ଅଶୌଧିତ ତୈଳ ଦର ଆକାଶ ଛୁଆଁ ହେଉଥିବା ବେଳେ ଦରଦାମ ବୃଦ୍ଧି ଆଶଙ୍କା ସେୟାର୍ ବଜାରର କାରବାରକୁ ଚାପଗ୍ରସ୍ତ କରିଛି । ଶୁକ୍ରବାର ସେନସେକ୍ସ ଲଗାତାର ଚତୁର୍ଥ ଦିନ ପାଇଁ ହ୍ରାସ ପାଇ କାରବାର ବନ୍ଦ ହୋଇଛି ।
ମୁମ୍ବାଇ: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବେ ସେୟାର୍ ବଜାର ପାଇଁ ବଡ଼ ବିପଦ ଭାବେ ଉଭା ହୋଇଛି । ଅଶୌଧିତ ତୈଳ ଦର ଆକାଶ ଛୁଆଁ ହେଉଥିବା ବେଳେ ଦରଦାମ ବୃଦ୍ଧି ଆଶଙ୍କା ସେୟାର୍ ବଜାରର କାରବାରକୁ ଚାପଗ୍ରସ୍ତ କରିଛି । ଶୁକ୍ରବାର ସେନସେକ୍ସ ଲଗାତାର ଚତୁର୍ଥ ଦିନ ପାଇଁ ହ୍ରାସ ପାଇ କାରବାର ବନ୍ଦ ହୋଇଛି ।
ଗତ ୪ଟି ବାଣିଜ୍ୟିକ ଦିବସରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE)ରେ ତାଲିକାଭୁକ୍ତ କମ୍ପାନୀଙ୍କ ମୋଟ ବଜାର ମୂଲ୍ୟାୟନ ପ୍ରାୟ ୨୦.୭୯ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ସେହିଭଳି ଚଳିତ ସପ୍ତାହରେ ସେନସେକ୍ସ ୧୬୦୦ ପଏଣ୍ଟରୁ ଅଧିକ ଖସିଛି ।
BSEର ସେନସେକ୍ସ ଶୁକ୍ରବାର ୧୨୫.୫୬ ପଏଣ୍ଟ ଅର୍ଥାତ୍ ୦.୧୭ ପ୍ରତିଶତ ହ୍ରାସ ପାଇ ୭୩, ୧୨୩.୮୩ ପଏଣ୍ଟରେ ବନ୍ଦ ହୋଇଛି । ଛୁଟି ଯୋଗୁଁ ଚଳିତ ସପ୍ତାହରେ ଦେଣନେଣ ସେନସେକ୍ସ ୧,୬୦୫.୪୪ ପଏଣ୍ଟ ଅର୍ଥାତ୍ ୨.୧୫ ପ୍ରତିଶତ ହ୍ରାସ ପାଇଛି । ସେୟାର ବଜାର ଲଗାତାର ହ୍ରାସ ପାଇବାର ପ୍ରଭାବ କମ୍ପାନୀର ମାର୍କେଟ ମୂଲ୍ୟ ଉପରେ ପଡ଼ିଛି ।
ଏଥିସହ ପଢ଼ନ୍ତୁ: ୨୮ ଅକ୍ଟୋବରରେ ବଢ଼ିବ କି DA? କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବଡ଼ ଖୁସିଖବର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅକ୍ଟୋବର ୧୬ ତାରିଖରେ BSEରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ବଜାର ମୂଲ୍ୟ ୪, ୭୨, ୬୨, ୧୬୭.୪୨ କୋଟି ଥିଲା । ମାତ୍ର ୪ଟି ବାଣିଜ୍ୟିକ ଦିବସରେ ଏହା ୪, ୫୧, ୮୩, ୩୯୩.୧୪ କୋଟିକୁ ଖସି ଆସିଛି । ଏଭଳି ଭାବେ ନିବେଶକ ମାତ୍ର ୪ ଦିନର ଅବଧିରେ ୨୦.୭୯ କୋଟି ଟଙ୍କା ହରାଇଛନ୍ତି ।
ବଜାର ହ୍ରାସର ୪ ପ୍ରମୁଖ କାରଣ
ପଶ୍ଚିମ ଏସିଆରେ ଉତ୍ତେଜନା: ଆମେରିକା-ଇରାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଓ ସମ୍ଭାବ୍ୟ ଆମେରିକା-ଇସ୍ରାଏଲ୍ ଆକ୍ରମଣ ଆଶଙ୍କା ନିବେଶକଙ୍କ ଚିନ୍ତା ବଢ଼ାଇ ଦେଇଛି ।
ଅଶୌଧିତ ତୈଳଦର ବୃଦ୍ଧି: ବ୍ରେଣ୍ଟ ଅଶୌଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ୍ ବୃଦ୍ଧି ପାଇ ୧୧୬.୭୩ ଡଲାର୍ରେ ପହଞ୍ଚିଛି । ଫଳରେ ଦେଶରେ ଦରବୃଦ୍ଧି ଆଶଙ୍କା ଦେଖା ଦେଇଛି ।
ମହଙ୍ଗା ମାଡ଼ ଆଶଙ୍କା: ତୈଳ ମହଙ୍ଗା ହେଲେ ଅର୍ଥ ବ୍ୟବସ୍ଥା ସହ କମ୍ପାନୀଙ୍କ ଉପରେ ଚାପ ଆଶଙ୍କାରେ ବଜାରରେ ଦେଣନେଣ ବଢ଼ିଛି ।
ଆମେରିକା ସେୟାର୍ ବଜାର ଖସୁଛି: ଆମେରିକୀୟ ସେୟାର୍ ବଜାରରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଯାହାକୁ ନେଇ ଭାରତୀୟ ନିବେଶକ ସତର୍କ ହୋଇ ସେୟାର୍ ବିକ୍ରି ବୃଦ୍ଧି କରିବା ଆହୁରି ଚାପ ସୃଷ୍ଟି କରିଛି ।