|
logo
Live

Argus News - ସ୍ଥାୟୀ ଜମାରେ ବି ମିଳିବ ବଡ଼ ଲାଭ, କେବଳ ସୁଧରୁ ମିଳିବ ୪ ଲକ୍ଷ

Business

ସ୍ଥାୟୀ ଜମାରେ ବି ମିଳିବ ବଡ଼ ଲାଭ, କେବଳ ସୁଧରୁ ମିଳିବ ୪ ଲକ୍ଷ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ସ୍ଥାୟୀ ଜମାରେ ବି ମିଳିବ ବଡ଼ ଲାଭ, କେବଳ ସୁଧରୁ ମିଳିବ ୪ ଲକ୍ଷ

ସଞ୍ଚୟ ଆଜିର ଦିନରେ ମଣିଷର ବଡ଼ ଆବଶ୍ୟକତା । କାରଣ ସଞ୍ଜୟ ଭବିଷ୍ୟତର ପୁଞ୍ଜି, ଅସମୟରେ ମଣିଷର ଆଶା ଓ ଅସହାୟ ସମୟର ଭରସା । ସେଥିପାଇଁ ସଞ୍ଚୟ ବା ନିବେଶ କଥା ଆସିଲେ, ଲୋକେ ଚିନ୍ତା କରନ୍ତି । ନିବେଶ କଥା ଆସିଲେ, ଅଧିକାଂଶ ଲୋକଙ୍କ ମନକୁ ପ୍ରଥମେ ଆସେ ବ୍ୟାଙ୍କ ଏଫ୍‌ଡି (FD) । ବ୍ୟାଙ୍କ ଏଫ୍‌ଡିକୁ ଲୋକେ ପ୍ରଥମେ ପସନ୍ଦ କରନ୍ତି ।


କାରଣ ଏଫ୍‌ଡି ବା ସ୍ଥାୟୀ ଜମାରେ ନିବେଶ କଲେ ଅର୍ଥ ସୁରକ୍ଷିତ ରହିଥାଏ । ଏଥିସହ ଏଥିରୁ ନିର୍ଦ୍ଦିଷ୍ଟ ରିଟର୍ଣ୍ଣ ମଧ୍ୟ ମିଳିଥାଏ । ତେଣୁ ଆପଣ ଯଦି ଜଣେ ସେହିଭଳି ନିବେଶକାରୀ ଏବଂ ନିବେଶ ବେଳେ ଏଫ୍‌ଡିକୁ ବାଛନ୍ତି ତ ଏ ଖବର ଆପଣଙ୍କ ଲାଗି ଜରୁରି ଅଟେ ।


ଦେଶର ପ୍ରତ୍ୟେକଟି ବ୍ୟାଙ୍କ ତାଙ୍କ ଗ୍ରାହକଙ୍କୁ ଏଫ୍‌ଡି ପ୍ରଦାନ କରନ୍ତି । ଭିନ୍ନ ଭିନ୍ନ ବ୍ୟାଙ୍କରେ ଏଫ୍‌ଡିର ସୁଧ ହାର ଅଲଗା ହୋଇଥାଏ । ଏଭଳି ସ୍ଥିତିରେ ନିବେଶକ ଏମିତି ଏକ ବ୍ୟାଙ୍କରେ ଟଙ୍କା ଲଗାଇବାକୁ ଚାହାଁନ୍ତି ଯେଉଁଠି ତାଙ୍କୁ ଅଧିକ ଲାଭ ମିଳିବ । ବ୍ୟାଙ୍କ ଏଫ୍‌ଡିରେ ନିବେଶ ଲାଗି ଆପଣ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସ୍‌ବିଆଇ ଏଫ୍‌ଡିରେ ନିବେଶ କରନ୍ତୁ ।


SBIର ଏଫ୍‌ଡି ସ୍କିମ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ ଗ୍ରାହକଙ୍କୁ ଏଫ୍‌ଡି ନିବେଶରେ ଭଲ ସୁଧ ପ୍ରଦାନ କରାଯାଇଥାଏ । ଏସ୍‌ବିଆଇ ତାର ଗ୍ରାହକଙ୍କୁ ୧ ବର୍ଷରୁ ନେଇ ୩ ବର୍ଷର ସ୍ଥାୟୀ ଜମା ଅବଧି ଏଫ୍‌ଡିରେ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦିଏ । ସେହିଭଳି ବରିଷ୍ଠ ନାଗରିକଙ୍କ ସ୍ଥାୟୀ ଜମା କ୍ଷେତ୍ରରେ ୭.୫୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିଥାଏ ।


୩ରୁ ୫ ବର୍ଷର ଏଫ୍‌ଡିରେ ସାଧାରଣ ନାଗରିକଙ୍କୁ ୬.୭୫ ପ୍ରତିଶତ ସୁଧ ମିଳୁଥିବା ବେଳେ ବରିଷ୍ଠ ନାଗରିକଙ୍କୁ ୭.୨୫ ପ୍ରତିଶତ ସୁଧ ମିଳିଥାଏ । ଏହାଛଡ଼ା ଗ୍ରାହକ ଏସ୍‌ବିଆଇରେ ୫ରୁ ୧୦ ବର୍ଷର ସ୍ଥାୟୀ ଜମା କରି ଭଲ ସୁଧ ପାଇ ପାରିବେ । ସାଧାରଣ ନାଗରିକ ୬.୫୦ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କୁ ୭.୫୦ ପ୍ରତିଶତ ହାରର ସୁଧ ଦିଏ ଏସ୍‌ବିଆଇ ।


କେମିତି ପାଇବେ ୪ ଲକ୍ଷ ?


ଯଦି ଆପଣ ଏସ୍‌ବିଆଇ ଏଫ୍‌ଡିରେ ୭ ଲକ୍ଷ ଟଙ୍କା ୭ ବର୍ଷ ପାଇଁ ନିବେଶ କରିବେ ତା ହେଲେ ଆପଣଙ୍କୁ ମ୍ୟାଚୁରିଟି ସମୟରେ ମୋଟ ୧୦ ଲକ୍ଷ ୯୯ ହଜାର ୨୯୪ ଟଙ୍କା ମିଳିବ । ସେହିଭଳି ବରିଷ୍ଠ ନାଗରିକ ୭ ଲକ୍ଷ ନିବେଶ କଲେ ୭ ବର୍ଷ ପରେ ପାଇବେ ୧୧ ଲକ୍ଷ ୭୭ ହଜାର ୫୮୩ ଟଙ୍କା । ଦେଖିବାକୁ ଗଲେ ୭ ଲକ୍ଷ ନିବେଶରେ ୭ ବର୍ଷରେ ଆପଣଙ୍କୁ ପ୍ରାୟ ୪ ଲକ୍ଷ ଟଙ୍କା ଲାଭ ମିଳିବ ।

Sponsored
ସ୍ଥାୟୀ ଜମାରେ ବି ମିଳିବ ବଡ଼ ଲାଭ, କେବଳ ସୁଧରୁ ମିଳିବ ୪ ଲକ୍ଷ | Argus News