Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

New Rules / ପ୍ୟାନ୍ କାର୍ଡ ନିୟମରେ ପରିବର୍ତ୍ତନ: ଆଜିଠାରୁ ଲାଗୁ ନୂଆ PAN ରୁଲ୍, ଆପଣ ଜାଣିଛନ୍ତି କି ?

Rashmita Mishra
Browse all articles by Rashmita Mishra
·3 months ago·2 min read
ପ୍ୟାନ୍ କାର୍ଡ ନିୟମରେ ପରିବର୍ତ୍ତନ: ଆଜିଠାରୁ ଲାଗୁ ନୂଆ PAN ରୁଲ୍, ଆପଣ ଜାଣିଛନ୍ତି କି ?
New Rules

Key Points

ପ୍ୟାନ୍ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ । 
ପ୍ୟାନ୍ କାର୍ଡନିୟମରେ ପରିବର୍ତ୍ତନ: ଆଜିଠାରୁ ଲାଗୁ ନୂଆ PAN ରୁଲ୍, ଆପଣ ଜାଣିଛନ୍ତି କି ?

ଆଜିଠାରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇଛି, ଫଳରେ ଅନେକ ନିୟମରେ ମଧ୍ୟ ପରିବର୍ତ୍ତନ ହେଉଛି । ଏଥିରେ ପ୍ୟାନ୍ କାର୍ଡ ସହିତ ଜଡିତ ଅନେକ ନିୟମ ଅନ୍ତର୍ଭୁକ୍ତ, ଯାହା ଆପଣଙ୍କ କାମକୁ ପ୍ରଭାବିତ କରିପାରେ । ସରକାର ପ୍ୟାନ୍ କାର୍ଡ ଆବଶ୍ୟକତାକୁ କଡ଼ାକଡ଼ି କରି ନୂଆ ନିୟମ କାର୍ଯ୍ୟକାରୀ କରିଛନ୍ତି । ଏଥିରେ ବ୍ୟାଙ୍କ ଜମା ସୀମା ଏବଂ ହୋଟେଲ ଏବଂ ରେଷ୍ଟୁରାଣ୍ଟ ବିଲ୍ ପେମେଣ୍ଟ ପାଇଁ ନିୟମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

୧. ଗାଡ଼ି କିମ୍ବା ବାଇକ୍ କିଣିବା ପାଇଁ ନିୟମ
ପୂର୍ବରୁ ପ୍ରତ୍ୟେକ ଗାଡ଼ି କିଣିବା ପାଇଁ ପ୍ୟାନ୍ କାର୍ଡର ଆବଶ୍ୟକ ଥିଲା, କିନ୍ତୁ ବର୍ତ୍ତମାନ ଏହି ନିୟମ ପରିବର୍ତ୍ତନ ହୋଇଛି । ଯଦି ଆପଣ ୫ ଲକ୍ଷରୁ ଅଧିକ ମୂଲ୍ୟର ଗାଡି କିଣନ୍ତି, ତାହା ଦୁଇ ଚକିଆ ଯାନ ହେଉ କିମ୍ବା ଚାରି ଚକିଆ ଯାନ, ତେବେ ଆପଣଙ୍କୁ ଆପଣଙ୍କର ପ୍ୟାନ୍ କାର୍ଡ ଦେବାକୁ ପଡିବ । ଯଦି ଆପଣଙ୍କ ୫ ଲକ୍ଷ ଟଙ୍କା ଭିତରେ କିଣୁଛନ୍ତି ତେବେ ଆପଣ ପ୍ୟାନ୍ କାର୍ଡ ଦେବେନି ଯଦି ଏହି ସୀମା ଅତିକ୍ରମ କରେ ତେବେ ଆପଣଙ୍କୁ କେବଳ ଆପଣଙ୍କର ପ୍ୟାନ୍ ଦେବାକୁ ପଡିବ।

୨. ନୂଆ ପ୍ୟାନ୍ ପାଇବାର ନିୟମ
ଯଦି ଆପଣ ପ୍ୟାନ୍ ପାଇଁ ଆବେଦନ କରନ୍ତି, ତେବେ କେବଳ ଆଧାର କାର୍ଡ ଆଉ ଯଥେଷ୍ଟ ହେବ ନାହିଁ । ଆପଣଙ୍କୁ ଠିକଣା ପ୍ରମାଣପତ୍ର, ଜନ୍ମ ପ୍ରମାଣପତ୍ର ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଦେବାକୁ ପଡିବ। କେବଳ ଆଧାର ଆଧାରରେ ପ୍ୟାନ୍ ପ୍ରଦାନ କରାଯିବ ନାହିଁ । ଆପଣ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଭାବରେ ଜନ୍ମ ପ୍ରମାଣପତ୍ର କିମ୍ବା ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଦେଇପାରିବେ ।

ଏଥିସହ ପଢ଼ନ୍ତୁ: ୧ ଏପ୍ରିଲରୁ ନୂତନ ଆୟକର ଆଇନ ଲାଗୁ: ITR ସରଳୀକରଣ ଓ TCS ହ୍ରାସର ବଡ଼ ପରିବର୍ତ୍ତନ

୩. ବ୍ୟାଙ୍କ କାରବାରରେ ପରିବର୍ତ୍ତନ
PAN ସମ୍ପର୍କରେ ସବୁଠାରୁ ବଡ଼ ପରିବର୍ତ୍ତନ ବ୍ୟାଙ୍କ କାରବାର ସହିତ ଜଡିତ । ବ୍ୟାଙ୍କ କାରବାରର ସୀମା ଏବେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ, ୫୦,୦୦୦ ଟଙ୍କା ଏକା ଥରକେ ଜମା କରିବା ପାଇଁ PAN କାର୍ଡର ଆବଶ୍ୟକ ଥିଲା, କିନ୍ତୁ ବର୍ତ୍ତମାନ ଏହି ସୀମାକୁ ବାର୍ଷିକ ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି ।

୪. ସମ୍ପତ୍ତି କିଣିବାର ସୀମା
ଯଦି ଆପଣ ସମ୍ପତ୍ତି କିଣୁଛନ୍ତି ଏବଂ ଏହାକୁ ପଞ୍ଜୀକୃତ କରନ୍ତି, ତେବେ ପୂର୍ବରୁ ପଞ୍ଜୀକରଣ ମୂଲ୍ୟ କିମ୍ବା ସର୍କଲ୍ ହାର ୧୦ ଲକ୍ଷ ଅତିକ୍ରମ କଲେ ଆପଣଙ୍କୁ ଏକ ପ୍ୟାନ୍ କାର୍ଡ ଦେବାକୁ ପଡୁଥିଲା । ଏହି ସୀମା ଏବେ ୨୦ ଲକ୍ଷକୁ ବୃଦ୍ଧି କରାଯାଇଛି । ଏହି ନିୟମ ଆଜିଠାରୁ କାର୍ଯ୍ୟକାରୀ ହୋଇଛି ।

୫. ହୋଟେଲ ଏବଂ ରେଷ୍ଟୁରାଣ୍ଟ ବିଲ୍
ପୂର୍ବରୁ ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ବିଲ୍ ସେଟେଲ୍ କରିବା ପାଇଁ ୫୦,୦୦୦ ରୁ ଅଧିକ ହେଲେ PAN ଆବଶ୍ୟକ ଥିଲା, କିନ୍ତୁ ବର୍ତ୍ତମାନ ଏହି ସୀମାକୁ ୧ ଲକ୍ଷକୁ ବୃଦ୍ଧି କରାଯାଇଛି । ସେହିପରି, ୫୦,୦୦୦ ରୁ ଅଧିକ ବୀମା ପ୍ରିମିୟମ୍ ପାଇଁ PAN ଆବଶ୍ୟକ ଥିଲା। ଏହାକୁ ମଧ୍ୟ ପରିବର୍ତ୍ତନ କରାଯାଇଛି ।

୬. ୨ ଲକ୍ଷ ଟଙ୍କାରୁ ଅଧିକ କାରବାର ପାଇଁ ପ୍ୟାନ୍
୨ ଲକ୍ଷ ଟଙ୍କାରୁ ଅଧିକ କାରବାର ପାଇଁ ପ୍ୟାନ୍ ଆବଶ୍ୟକତା ଅପରିବର୍ତ୍ତିତ ରହିଛି । ତଥାପି, ଯଦି କୌଣସି କାରବାର ପ୍ୟାନ୍ ଦାଖଲ ବର୍ଗରେ ଆସୁନାହିଁ, ତେବେ ୨ ଲକ୍ଷ ଟଙ୍କାରୁ ଅଧିକ ଯେକୌଣସି କାରବାର ପାଇଁ ପ୍ୟାନ୍ ପ୍ରଦାନ କରିବା ବାଧ୍ୟତାମୂଳକ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
New Rules | Big Update in PAN Card Rules: What Has Changed Now? | Argus News