Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

LG ଇଣ୍ଡିଆ ଆଣିବ ୧୫ ହଜାର କୋଟିର IPO, ସେବି ଦେଲା ଅନୁମୋଦନ

Sushanta Sahoo
Browse all articles by Sushanta Sahoo
·1 year ago·1 min read
LG ଇଣ୍ଡିଆ ଆଣିବ ୧୫ ହଜାର କୋଟିର IPO, ସେବି ଦେଲା ଅନୁମୋଦନ

ଦକ୍ଷିଣ କୋରିଆର ଇଲେକ୍ଟ୍ରୋନିକ୍ସ ନିର୍ମାତା ଏଲ୍‌ଜି (LG)ର ଭାରତୀୟ ୟପନିଟ୍ ଜଲ୍‌ଦି ହିଁ ଆଇପିଓ (IPO) ଆଣିବାକୁ ଯାଉଛି । ମାର୍କେଟ୍ ରେଗୁଲେଟର ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ ଅର୍ଥାତ୍ SEBI, ଏଲ୍‌ଜିର ଡ୍ରାଫ୍ଟ ପେପର୍ସକୁ ଅନୁମୋଦନ ପ୍ରଦାନ କରିଛି ।


ଏହି ଆଇପିଓ ୧୫ ହଜାର କୋଟି ଟଙ୍କାର ହେବ । ଏହି ଆଇପିଓ ଜରିଆରେ ୧୦ ଟଙ୍କାର ଫେସ୍ ଭ୍ୟାଲୁର ୧୦.୧୮ କୋଟି ଇକ୍ଵିଟି ସେୟାର ବିକ୍ରି କରାଯିବ । ଆଇପିଓରୁ ଏଲ୍‌ଜି ଇଣ୍ଡିଆ କୌଣସି ଆୟ କରିବ ନାହିଁ । ଏହା ପୂର୍ବରୁ କମ୍ପାନୀ ଡିସେମ୍ବର ୧୯ରେ ସେବି ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସ୍ପେକ୍ଟସ୍ (DRHP) ଫାଇଲ୍ କରିଥିଲା ।


ଏହି ଆଇପିଓ ଇସ୍ୟୁ ସାଇଜ୍ ସହ ଏହି ପ୍ଲବିକ ଇସ୍ୟୁ ଦେଶର ଶ୍ରେଷ୍ଠ-୫ ବଡ଼ ଆଇପିଓ ମଧ୍ୟରୁ ଗୋଟିଏ ହେବ । DRHPରେ ମାର୍ଗନ ଷ୍ଟେନଲି, ଜେପି ମାର୍ଗନ, ଆକ୍ସିସ୍ କ୍ୟାପିଟାର୍‍ ବୋଫା ସିକ୍ୟୁରିଟିଜ୍ ଓ ସିଟି ଗ୍ରୁପ୍‌କୁ ଏହି ଇସ୍ୟୁର ଲିଡ୍ ମ୍ୟାନେଜର ରଖା ଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୧.୮ ବିଲିୟନ୍ ଡଲାର୍‌ର ଆଇପିଓ ଆସିବା ପରେ ସେୟାରରେ ତାଲିକାଭୁକ୍ତ ହେଲେ ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ଭ୍ୟାଲୁ ପ୍ରାୟ ୧୩ ବିଲିୟନ୍ ଡଲାର୍ ଅର୍ଥାତ୍ ୧.୧୦ ଲକ୍ଷ କୋଟି ଟଙ୍କା ହୋଇପାରେ ।


ତେବେ ଏହି ଆଇପିଓକୁ ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ଏକ ଷ୍ଟ୍ରାଟେଜି ଭାବେ ଆଣୁଛି । କାରଣ କମ୍ପାନୀ ୨୦୩୦ ସୁଦ୍ଧା ୭ ହଜାର ୫୦୦ କୋଟି ଡଲାର୍ ଅର୍ଥାତ୍ ୬.୩୫ ଲକ୍ଷ କୋଟି ଟଙ୍କା ଇଲେକ୍ଟ୍ରୋନିକ୍ସ ରାଜସ୍ଵ ପାଇବାକୁ ଲକ୍ଷ୍ୟ ରଖିଛି । ଏହା ଦ୍ଵାରା ଏଲ୍‌ଜି ଗ୍ରାହକଙ୍କୁ ଟାର୍ଗେଟ୍ କରି ଇଲେକ୍ଟ୍ରୋନିକ୍ସ ବ୍ୟବସାୟକୁ ପୁଣି ଟ୍ରାକ୍‌କୁ ଆଣିବାକୁ ଯୋଜନା କରିଛି ।

Sponsored
LG Electronics India Gets SEBI Approval For RS 15000 Crore IPO | Argus News