LIC Pension Plan / LICର ଏହି ଯୋଜନାରେ ୧୦ ଲକ୍ଷ ଟଙ୍କା ନିବେଶ କଲେ ମାସକୁ ମିଳିବ ୭,୦୮୩ ଟଙ୍କା

Key Points
ଅବସର ପରେ ଟଙ୍କା ଚିନ୍ତା ଶେଷ! LIC ଦେଉଛି ଜୀବନସାରା ପେନସନ୍
LICର ଧମାକାଦାର ଯୋଜନା! ଥରେ ଟଙ୍କା ଜମା, ସାରା ଜୀବନ ପେନସନ୍
୬୦ ବର୍ଷ ବୟସରେ କରନ୍ତୁ ଏହି ନିବେଶ, ପ୍ରତି ମାସରେ ମିଳିବ ନିଶ୍ଚିତ ଆୟ
ଚାକିରିରୁ ଅବସର ନେବା ପରେ ନିୟମିତ ଆୟର ଆବଶ୍ୟକତା ରହିଥାଏ । ବିଶେଷକରି ବୃଦ୍ଧାବସ୍ଥାରେ ଆର୍ଥିକ ଚିନ୍ତା ଦୂର କରିବା ପାଇଁ ଆଗୁଆ ଯୋଜନା କରିବା ଜରୁରୀ । ଏଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପେନସନ୍ ଯୋଜନା ରହିଛି । ସେହିପରି ଭାରତୀୟ ଜୀବନ ବୀମା ନିଗମ (LIC) ମଧ୍ୟ ଏକ ସ୍ୱତନ୍ତ୍ର ପେନସନ୍ ଯୋଜନା ଆରମ୍ଭ କରିଛି । ଏହାର ନାମ ହେଉଛି LIC Smart Pension Plan । ଏହି ଯୋଜନାରେ ଥରେ ଟଙ୍କା ନିବେଶ କରି ଜୀବନସାରା ପେନସନ୍ ପାଇବାର ସୁଯୋଗ ରହିଛି ।
କ'ଣ ଏହି LIC Smart Pension Plan ?
ଏହା ଏକ ଇମିଡିଏଟ୍ ଆନୁଇଟି (Immediate Annuity) ଯୋଜନା । ଅର୍ଥାତ୍ ଏଥିରେ ପ୍ରତି ମାସରେ ପ୍ରିମିୟମ୍ ଦେବାକୁ ପଡ଼ିନଥାଏ । ବରଂ ଗୋଟିଏ ଥରରେ ନିର୍ଦ୍ଦିଷ୍ଟ ରାଶି ଜମା କରିବାକୁ ହୁଏ । ଏହାପରେ ନିଜ ପସନ୍ଦ ଅନୁଯାୟୀ ମାସିକ, ତ୍ରୈମାସିକ, ଅର୍ଦ୍ଧବାର୍ଷିକ କିମ୍ବା ବାର୍ଷିକ ଭାବେ ପେନସନ୍ ପାଇପାରିବେ ।
୧୦ ଲକ୍ଷ ଟଙ୍କା ନିବେଶରେ କେତେ ମିଳିବ ପେନସନ୍ ?
LICର ଦିଆଯାଇଥିବା ଉଦାହରଣ ଅନୁସାରେ, ୬୦ ବର୍ଷ ବୟସର ଜଣେ ବ୍ୟକ୍ତି ଏହି ଯୋଜନାରେ ୧୦ ଲକ୍ଷ ଟଙ୍କା ନିବେଶ କଲେ ବିଭିନ୍ନ ବିକଳ୍ପ ଅନୁଯାୟୀ ପେନସନ୍ ପାଇପାରିବେ । ବିଭିନ୍ନ ପେନସନ୍ ବିକଳ୍ପ ଅନୁଯାୟୀ ବାର୍ଷିକ ଓ ମାସିକ ପେନସନ୍ ରାଶି ଏହିପରି ରହିଛି ।
ପେନସନ୍ ବିକଳ୍ପ - ବାର୍ଷିକ ପେନସନ୍ - ମାସିକ ପେନସନ୍
ଅପ୍ସନ୍ A (ଜୀବନସାରା)-୮୫,୦୦୦-୭,୦୮୩
B1 (୫ ବର୍ଷ ଗ୍ୟାରେଣ୍ଟି)-୮୪,୫୦୦-୭,୦୪୨
B2 (୧୦ ବର୍ଷ ଗ୍ୟାରେଣ୍ଟି)-୮୩,୨୦୦-୬,୯୩୩
B3 (୧୫ ବର୍ଷ ଗ୍ୟାରେଣ୍ଟି)-୮୧,୪୦୦-୬,୭୮୩
B4 (୨୦ ବର୍ଷ ଗ୍ୟାରେଣ୍ଟି)-୭୯,୨୦୦-୬,୬୦୦
ଅର୍ଥାତ୍ ୧୦ ଲକ୍ଷ ଟଙ୍କା ନିବେଶ କରି ଜୀବନସାରା ପେନସନ୍ ବିକଳ୍ପ ବାଛିଲେ ମାସକୁ ପ୍ରାୟ ୭,୦୮୩ ଟଙ୍କା ପେନସନ୍ ମିଳିପାରିବ ।
କିଏ କରିପାରିବେ ନିବେଶ ?
ଏହି ଯୋଜନାରେ ନିବେଶ କରିବା ପାଇଁ ସର୍ବନିମ୍ନ ରାଶି ୧ ଲକ୍ଷ ଟଙ୍କା ରହିଛି । ୧୮ ବର୍ଷ ବୟସର ଯେକୌଣସି ବ୍ୟକ୍ତି ଏଥିରେ ନିବେଶ କରିପାରିବେ । ପେନସନ୍ ବିକଳ୍ପ ଅନୁସାରେ ସର୍ବାଧିକ ବୟସ ସୀମା ଭିନ୍ନ ଭିନ୍ନ ରହିଛି । ଭାରତୀୟ ନାଗରିକମାନେ ଏହି ଯୋଜନାରେ ନିବେଶ କରିବାର ସୁଯୋଗ ପାଇପାରିବେ ।
ତେବେ ମନେ ରଖନ୍ତୁ ଏଠାରେ ଦିଆଯାଇଥିବା ପେନସନ୍ ରାଶି ଉଦାହରଣ । ପ୍ରକୃତ ପେନସନ୍ ନିବେଶକଙ୍କ ବୟସ, ଚୟନ କରାଯାଇଥିବା ବିକଳ୍ପ ଓ LICର ପ୍ରଯୁଜ୍ୟ ନିୟମ ଅନୁସାରେ ଭିନ୍ନ ହୋଇପାରେ । ନିବେଶ ପୂର୍ବରୁ LICର ଅଫିସିଆଲ୍ ପଲିସି ଡକ୍ୟୁମେଣ୍ଟ ଯାଞ୍ଚ କରନ୍ତୁ ।
📱 Get Argus News App
✨Related Topics
Explore more stories