ମହିଳାଙ୍କ ରୋଜଗାର ପାଇଁ LICର ବଡ଼ ପ୍ଲାନ୍, ରୋଜଗାର ପାଇବେ ସ୍ୱାବଲମ୍ବି ହେବେ

Key Points
ମୋଟ ୩ ବର୍ଷରେ ମହିଳାମାନଙ୍କୁ ୨ ଲକ୍ଷ ଟଙ୍କାରୁ ଅଧିକ ଆର୍ଥିକ ସହାୟତା ମିଳିଥାଏ ।
ପ୍ରଥମ ବର୍ଷ ସେମାନଙ୍କୁ ପ୍ରତି ମାସରେ ୭୦୦୦ ।
ଦ୍ୱିତୀୟ ବର୍ଷ ସେମାନଙ୍କୁ ପ୍ରତି ମାସରେ ୬୦୦୦ ଟଙ୍କ ।
ଭାରତ ସରକାର ଦେଶରେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପ୍ରୟାସ ଜାରି ରଖିଛନ୍ତି। ସରକାର ଏଥିପାଇଁ ଅନେକ ପ୍ରକାରର ଯୋଜନା ଚଳାନ୍ତି। ଯେଉଁଥିରେ ମହିଳାମାନଙ୍କର ସାମାଜିକ ଅଂଶଗ୍ରହଣ ବୃଦ୍ଧି କରିବା ଏବଂ ସେମାନଙ୍କୁ ନିଜ ପାଦରେ ଠିଆ କରିବାରେ ସାହାଯ୍ୟ କରିବା ପାଇଁ ଯୋଜନା ଅଛି।
ତେବେ ଏହାରି ଭିତରେ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ଏକ ନୂଆ ନୂଆ ଯୋଜନା ‘ବୀମା ସଖୀ’ ଆରମ୍ଭ କରିଛି। ଏହି ଯୋଜନା ଅନୁସାରେ ମହିଳାମାନେ ପ୍ରତି ମାସରେ ଅତି କମରେ ୭,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ ଡିସେମ୍ବର ୯ ତାରିଖରେ ହରିୟାଣାର ପାନିପତରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ମହିଳାମାନେ ଏଲଆଇସିର ବୀମା ଏଜେଣ୍ଟ ଭାବେ କାମ କରି ଆର୍ଥିକ ସ୍ୱାଧୀନତା ହାସଲ କରିବା ସହ ଗ୍ରାମୀଣ ଅଞ୍ଚଳରେ ବୀମା ସମ୍ପର୍କରେ ସଚେତନତା ବୃଦ୍ଧି କରିପାରିବେ।
ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ୩ ବର୍ଷ ପାଇଁ ତାଲିମ ଦିଆଯାଏ। ଯେଉଁଥିରେ ପ୍ରଥମ ବର୍ଷ ସେମାନଙ୍କୁ ପ୍ରତି ମାସରେ ୭୦୦୦ ଟଙ୍କା ଦିଆଯାଏ। ଦ୍ୱିତୀୟ ବର୍ଷ ସେମାନଙ୍କୁ ପ୍ରତି ମାସରେ ୬୦୦୦ ଟଙ୍କା ଦିଆଯାଏ ଏବଂ ତୃତୀୟ ବର୍ଷ ସେମାନଙ୍କୁ ପ୍ରତି ମାସରେ ୫୦୦୦ ଟଙ୍କା ବୃତ୍ତି ଦିଆଯାଏ। ଅର୍ଥାତ୍, ମୋଟ ୩ ବର୍ଷରେ ମହିଳାମାନଙ୍କୁ ୨ ଲକ୍ଷ ଟଙ୍କାରୁ ଅଧିକ ଆର୍ଥିକ ସହାୟତା ମିଳିଥାଏ।
ଏହି ବୃତ୍ତି ବ୍ୟତୀତ, ମହିଳାମାନେ ପଲିସି ବିକ୍ରୟ କରି ପ୍ରଥମ ବର୍ଷରେ ୪୮୦୦୦ ଟଙ୍କା ପର୍ଯ୍ୟନ୍ତ କମିଶନ ମଧ୍ୟ ରୋଜଗାର କରିପାରିବେ। ତାଲିମ ସମାପ୍ତ ହେବା ପରେ, ସେମାନଙ୍କୁ ବୀମା ସଖୀ ପ୍ରମାଣପତ୍ର ଏବଂ ଏଲଆଇସି ଏଜେଣ୍ଟ କୋଡ୍ ମଧ୍ୟ ପ୍ରଦାନ କରାଯାଏ। ଏହା ପରେ ସେ ଆନୁଷ୍ଠାନିକ ଭାବରେ ଜଣେ ବୀମା ଏଜେଣ୍ଟ ଭାବରେ କାମ କରିବା ଆରମ୍ଭ କରନ୍ତି। ଏହି ଯୋଜନାର ଲାଭ ନେବାକୁ ଚାହୁଁଥିବା ମହିଳାମାନେ ଏଲଆଇସି ୱେବସାଇଟ୍ ପରିଦର୍ଶନ କରି ଅନଲାଇନରେ ଆବେଦନ କରିପାରିବେ।
ବୀମା ସଖୀ ଯୋଜନା କ’ଣ?
ଏହି ଯୋଜନା ମହିଳାମାନଙ୍କୁ ଏଲଆଇସିର ବୀମା ଏଜେଣ୍ଟ ଭାବେ ତାଲିମ ପ୍ରଦାନ କରେ ଏବଂ ପ୍ରଥମ ୩ ବର୍ଷ ପାଇଁ ଏକ ନିର୍ଦ୍ଦିଷ୍ଟ ଷ୍ଟାଇପେଣ୍ଡ ପ୍ରଦାନ କରେ। ଏହା ସହ ପଲିସି ବିକ୍ରି ମାଧ୍ୟମରେ କମିଶନ ଆୟ କରିବାର ସୁଯୋଗ ମଧ୍ୟ ରହିଛି। ଏଲଆଇସିର ଲକ୍ଷ୍ୟ ହେଉଛି ଆଗାମୀ ୧୨ ମାସ ମଧ୍ୟରେ ୧,୦୦,୦୦୦ ବୀମା ସଖୀୟ ଏବଂ ୩ ବର୍ଷ ମଧ୍ୟରେ ୨,୦୦,୦୦୦ ବୀମା ସଖୀଙ୍କୁ ନାମାଙ୍କନ କରିବା। ଏହି ଯୋଜନା ବିଶେଷ ଭାବେ ଗ୍ରାମୀଣ ମହିଳାମାନଙ୍କ ପାଇଁ ଡିଜାଇନ କରାଯାଇଛି, ଯାହା ସେମାନଙ୍କୁ ଆର୍ଥିକ ସମାବେଶନ ଓ ସଶକ୍ତିକରଣରେ ସହାୟକ ହେବ।