Videos
|
Business

Gas Booking / LPG ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୪୫ ନୁହେଁ ୨୫ ଦିନରେ ବୁକ୍ ହେବ ଦ୍ୱିତୀୟ ସିଲିଣ୍ଡର

Rashmita Mishra
Browse all articles by Rashmita Mishra
·1 hour ago·2 min read
LPG ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୪୫ ନୁହେଁ ୨୫ ଦିନରେ ବୁକ୍ ହେବ ଦ୍ୱିତୀୟ ସିଲିଣ୍ଡର
Gas Booking

Key Points

ଗାଁ ଲୋକଙ୍କୁ ବଡ଼ ଖୁସି ୨୫ ଦିନରେ ମିଳିବ LPG
LPG ନିୟମ ବଦଳିଲା ୪୫ ନୁହେଁ, ଏବେ ୨୫ ଦିନ ।
ଗ୍ୟାସ୍ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ଦ୍ୱିତୀୟ ସିଲିଣ୍ଡର ଶୀଘ୍ରବଦଳିଲା ।

ଗ୍ରାମାଞ୍ଚଳର ଘରୋଇ LPG ଗ୍ରାହକଙ୍କ ପାଇଁ କେନ୍ଦ୍ର ସରକାର ବଡ଼ ଆଶ୍ୱସ୍ତି ଦେଇଛନ୍ତି । ଏଣିକି ଗାଁରେ ରହୁଥିବା ଲୋକଙ୍କୁ ଦ୍ୱିତୀୟ ଗ୍ୟାସ୍ ସିଲିଣ୍ଡର ବୁକ୍ କରିବା ପାଇଁ ୪୫ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସରକାର ଗ୍ରାମାଞ୍ଚଳରେ LPG ରିଫିଲ୍ ବୁକିଂର ସମୟସୀମାକୁ ୪୫ ଦିନରୁ କମାଇ ୨୫ ଦିନ କରିଛନ୍ତି । ଫଳରେ ଏବେ ସହର ଓ ଗ୍ରାମାଞ୍ଚଳ ପାଇଁ LPG ବୁକିଂ ନିୟମ ସମାନ ହୋଇଛି ।

କେନ୍ଦ୍ରମନ୍ତ୍ରୀ ଦେଲେ ସୂଚନା

କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ସୋସିଆଲ ମିଡିଆ ମାଧ୍ୟମରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ଅନୁସାରେ, ମଧ୍ୟପ୍ରାଚ୍ୟରେ ଚାଲିଥିବା ଟଣାଟଣି ଓ ସଂଘର୍ଷ କାରଣରୁ LPG ଯୋଗାଣ ଉପରେ ଚାପ ସୃଷ୍ଟି ହୋଇଥିଲା ।

ଯୋଗାଣ ସୀମିତ ଥିବା ସମୟରେ ଗ୍ୟାସ୍‌ର ଅଭାବ ରୋକିବା ପାଇଁ ସହରାଞ୍ଚଳରେ ଦ୍ୱିତୀୟ ସିଲିଣ୍ଡର ବୁକିଂ ପାଇଁ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନର ବ୍ୟବଧାନ ରଖାଯାଇଥିଲା ।

ସ୍ଥିତି ସୁଧୁରିବା ପରେ ହଟିଲା କଟକଣା
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏବେ ଦେଶରେ LPG ଯୋଗାଣ ସ୍ଥିତି ସ୍ୱାଭାବିକ ହେବା ସହିତ ଉନ୍ନତି ହୋଇଛି । ଏହା ସହିତ ପୂର୍ବରୁ ଥିବା ସିଲିଣ୍ଡର ବ୍ୟାକଲଗ୍ ମଧ୍ୟ ବହୁ ପରିମାଣରେ କମିଛି । ଏହାକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳରେ ଲାଗୁ ଥିବା ୪୫ ଦିନର କଟକଣାକୁ ହଟାଇ ଦିଆଯାଇଛି ।

ଏଣିକି ଦେଶର ଯେକୌଣସି ଘରୋଇ LPG ଗ୍ରାହକ ସେ ଗାଁରେ ରୁହନ୍ତୁ କିମ୍ବା ସହରରେ ପ୍ରଥମ ସିଲିଣ୍ଡର ପାଇବାର ୨୫ ଦିନ ପରେ ଦ୍ୱିତୀୟ ରିଫିଲ୍ ବୁକ୍ କରିପାରିବେ ।

ତେଲ କମ୍ପାନୀଙ୍କୁ ତୁରନ୍ତ ଲାଗୁ ପାଇଁ ନିର୍ଦ୍ଦେଶ

ପେଟ୍ରୋଲିୟମ ମନ୍ତ୍ରଣାଳୟ ସରକାରୀ ତେଲ ବିପଣନ କମ୍ପାନୀ (OMC)ଗୁଡ଼ିକୁ ଏହି ନିୟମ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି । ମନ୍ତ୍ରୀ ନିଜ ସୋସିଆଲ ମିଡିଆ ପୋଷ୍ଟରେ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଚିଠି ମଧ୍ୟ ସେୟାର କରିଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ବିଶେଷକରି ଗ୍ରାମାଞ୍ଚଳର ପରିବାର ଏବଂ ବଡ଼ ପରିବାରଗୁଡ଼ିକୁ ଆଶ୍ୱସ୍ତି ମିଳିବ । ଅଧିକ LPG ବ୍ୟବହାର କରୁଥିବା ପରିବାରରେ ଗୋଟିଏ ସିଲିଣ୍ଡର ମାସେ ପୂରା ନଚାଲିବାରୁ ଦ୍ୱିତୀୟ ସିଲିଣ୍ଡର ପାଇଁ ଦୀର୍ଘ ସମୟ ଅପେକ୍ଷା କରିବା ସମସ୍ୟା ହେଉଥିଲା । ନୂଆ ନିୟମ ଏହି ସମସ୍ୟାକୁ ଅନେକ ମାତ୍ରାରେ କମାଇବ ବୋଲି ଆଶା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: