LPG Price Hike / LPG ଗ୍ରାହକ ସାବଧାନ ! ଅଗଷ୍ଟ ୧୬ ପରେ ବଢ଼ିବ କି ସିଲିଣ୍ଡର ଦାମ୍ ? ତୁରନ୍ତ କରନ୍ତୁ ଏହି ୨ଟି କାମ...

Key Points
e-KYC ନକଲେ ବଢ଼ିପାରେ ଖର୍ଚ୍ଚ LPG ଗ୍ରାହକ ହୁଅନ୍ତୁ ସତର୍କ ।
ଘରେ ବସି କରନ୍ତୁ LPG e-KYC ନହେଲେ ଅଟକିପାରେ ସବସିଡି ।
ଗ୍ୟାସ୍ ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍ ତୁରନ୍ତ କରନ୍ତୁ ଏହି ୨ କାମ ।
ଯଦି ଆପଣଙ୍କ ଘରେ LPG ଗ୍ୟାସ୍ କନେକ୍ସନ୍ ରହିଛି, ତେବେ ଏହି ଖବରକୁ ଆଦୌ ଅଣଦେଖା କରନ୍ତୁ ନାହିଁ । ଗ୍ୟାସ୍ କନେକ୍ସନ୍ର e-KYCକୁ ନେଇ ଉପଭୋକ୍ତାଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ । ଅଗଷ୍ଟ ୧୬ର ଡେଡଲାଇନ୍ ପୂର୍ବରୁ e-KYC ନକଲେ ସବସିଡି ସୁବିଧା ପ୍ରଭାବିତ ହୋଇପାରେ ଏବଂ ଗ୍ୟାସ୍ ସିଲିଣ୍ଡର ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିପାରେ। ତେବେ ଘରେ ବସି ମୋବାଇଲ୍ରେ କେମିତି କରିବେ e-KYC ? ଜାଣନ୍ତୁ...
ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଅନୁସାରେ, ଯେଉଁ LPG ଗ୍ରାହକଙ୍କ biometric Aadhaar authentication ବା e-KYC ଏପର୍ଯ୍ୟନ୍ତ ହୋଇନାହିଁ, ସେମାନେ ଏହା ପୂରା କରିବା ଆବଶ୍ୟକ । ଘରେ ବସି ମଧ୍ୟ ଏହି ପ୍ରକ୍ରିୟା କରାଯାଇପାରିବ ।
ମୋବାଇଲ୍ରେ କେମିତି କରିବେ e-KYC ?
ଘରେ ବସି e-KYC କରିବା ପାଇଁ ପ୍ରଥମେ ନିଜ LPG କମ୍ପାନୀର ଅଫିସିଆଲ୍ ମୋବାଇଲ୍ ଆପ୍ ବ୍ୟବହାର କରନ୍ତୁ । ରେଜିଷ୍ଟର୍ଡ ମୋବାଇଲ୍ ନମ୍ବରରେ OTP ମାଧ୍ୟମରେ ଲଗଇନ୍ କରନ୍ତୁ । ଏହାପରେ LPG ସେକ୍ସନ୍ରେ e-KYC କିମ୍ବା Aadhaar authentication ବିକଳ୍ପ ଖୋଜନ୍ତୁ ।
ଆବଶ୍ୟକ ହେଲେ Aadhaar FaceRD ଆପ୍ର ସାହାଯ୍ୟରେ ଫେସ୍ ସ୍କାନ୍ କରି biometric authentication ପୂରା କରିପାରିବେ। ମନ୍ତ୍ରଣାଳୟ ମଧ୍ୟ ଘରେ ବସି ଏହି ପ୍ରକ୍ରିୟା କରିବାର ସୁବିଧା ବିଷୟରେ ସୂଚନା ଦେଇଛି ।
ଅନଲାଇନ୍ରେ ନହେଲେ କ’ଣ କରିବେ ?
ମୋବାଇଲ୍ରେ e-KYC କରିବା ସମୟରେ ସମସ୍ୟା ହେଲେ ନିଜ LPG ଡିଷ୍ଟ୍ରିବ୍ୟୁଟର୍ ବା ଗ୍ୟାସ୍ ଏଜେନ୍ସି ସହ ଯୋଗାଯୋଗ କରନ୍ତୁ । ଆବଶ୍ୟକ ଡକ୍ୟୁମେଣ୍ଟ ସହ ଏଜେନ୍ସିକୁ ଯାଇ biometric authentication ମାଧ୍ୟମରେ KYC ପୂରା କରିପାରିବେ । ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ମଧ୍ୟ ସହାୟତା ପାଇଁ LPG distributor ସହ ଯୋଗାଯୋଗ କରିବାକୁ କହିଛି ।
ଗ୍ୟାସ୍ ପାଇପ୍କୁ ନେଇ ବି ସାବଧାନ
କେବଳ e-KYC ନୁହେଁ, ରୋଷେଇ ଘରର LPG ପାଇପ୍ର ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ । ପୁରୁଣା, ଫାଟିଥିବା କିମ୍ବା କ୍ଷତିଗ୍ରସ୍ତ ପାଇପ୍ ଥିଲେ ତାହାକୁ ଗ୍ୟାସ୍ ଏଜେନ୍ସି ମାଧ୍ୟମରେ ବଦଳାନ୍ତୁ । LPG ଲିକ୍ ହେଲେ ଏହା ଗୁରୁତର ଦୁର୍ଘଟଣାର କାରଣ ହୋଇପାରେ ।
ତେଣୁ ଆପଣଙ୍କ LPG କନେକ୍ସନ୍ର e-KYC ହୋଇଛି କି ନାହିଁ ଆଜି ହିଁ ଯାଞ୍ଚ କରନ୍ତୁ । ଆଉ ରୋଷେଇ ଘରର ଗ୍ୟାସ୍ ପାଇପ୍ ପୁରୁଣା କିମ୍ବା କ୍ଷତିଗ୍ରସ୍ତ ଥିଲେ, ସୁରକ୍ଷା ଦୃଷ୍ଟିରୁ ଏହାକୁ ମଧ୍ୟ ଶୀଘ୍ର ବଦଳାନ୍ତୁ ।
📱 Get Argus News App
✨Related Topics
Explore more stories