Tariff War / ଟ୍ରମ୍ପଙ୍କୁ ଖୁସି କରିବାକୁ... ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଲା ଏହି ଦେଶ
·7 months ago·2 min read

Key Points
ଟ୍ରମ୍ପଙ୍କୁ ଖୁସି କରିବାକୁ ଟାରିଫ୍ ଲଗାଇଲେ ମେକ୍ସିକୋ । ଦୁନିଆର ବିଭିନ୍ନ ଦେଶ ଉପରେ ଆମେରିକାର ଟାରିଫ୍ ପରେ ମେକ୍ସିକୋ ସମାନ ପନ୍ଥା ଆପଣାଇଛି ।
ନୂଆଦିଲ୍ଲୀ: ପୁଣି ଟାରିଫ୍ ଯୁଦ୍ଧ । ଟ୍ରମ୍ପଙ୍କୁ ଖୁସି କରିବାକୁ ଟାରିଫ୍ ଲଗାଇଲେ ମେକ୍ସିକୋ । ଦୁନିଆର ବିଭିନ୍ନ ଦେଶ ଉପରେ ଆମେରିକାର ଟାରିଫ୍ ପରେ ମେକ୍ସିକୋ ସମାନ ପନ୍ଥା ଆପଣାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାସ୍ତାରେ ଯାଇ ଚୀନ ସମେତ ଅନେକ ଏସୀୟ ରାଷ୍ଟ୍ର ଉପରେ ଟାରିଫ୍ ଲଗାଇଛି ମେକ୍ସିକୋ ।
ଏସୀୟ ରାଷ୍ଟ୍ରଗୁଡ଼ିକ ଉପରେ ମେକ୍ସିକୋ ୫୦ ପ୍ରତିଶତ ଟାରିଫ୍ ଲଗାଇବାକୁ ନିଷ୍ପତ୍ତି ନେଇଛି । ଯାହାକି ଆମେରିକା ଲଗାଇଥିବା ଟାରିଫ୍ ସହ ସମାନ । ମେକ୍ସିକୋ ସିନେଟ୍ ମଧ୍ୟ ଏହି ପ୍ରସ୍ତାବରେ ମୋହର ମାରିଛି । ନୂଆ ଟାରିଫ୍ ନୂଆବର୍ଷ ୨୦୨୬ରୁ ଲାଗୁ ହେବ । ମେକ୍ସିକୋ ସହ ବାଣିଜ୍ୟ କରୁଥିବା ଦେଶ ଏହାଦ୍ଵାରା ପ୍ରଭାବିତ ହେବେ ।
ନୂଆବର୍ଷରୁ ନୂଆ ଟାରିଫ୍
ରିପୋର୍ଟ ଅନୁସାରେ, ମେକ୍ସିକୋ ଲଗାଇଥିବା ବର୍ଦ୍ଧିତ ଟାରିଫ୍ ୨୦୨୬ରୁ ଲାଗୁ ହେବ । ମେକ୍ସିକୋର ଏହି ନିଷ୍ପତ୍ତି ଫଳରେ ସର୍ବାଧିକ ପ୍ରଭାବିତ ହେବେ ଚୀନ, ଭାରତ, ଦକ୍ଷିଣ ଆଫ୍ରିକା, ଥାଇଲାଣ୍ଡ ଓ ଇଣ୍ଡୋନେସିଆ । ଏସବୁ ଦେଶରୁ ଅଟୋ ପାର୍ଟ୍ସ, ଟେକ୍ସଟାଇଲ୍, ଷ୍ଟିଲ୍ ସମେତ ଅନ୍ୟ ସାମଗ୍ରୀ ଉପରେ ଆଗାମୀ ବର୍ଷେ ପର୍ଯ୍ୟନ୍ତ ମେକ୍ସିକୋ ୫୦ ପ୍ରତିଶତ ଟାରିଫ୍ ନେବ ।
ସିନେଟ୍ରେ ଅନୁମୋଦିତ ପ୍ରସ୍ତାହ ଅନୁସାରେ, ଅନେକ ସାମଗ୍ରୀ ଉପରେ ଟାରିଫ୍କୁ ୩୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଟାରିଫ୍ ବୃଦ୍ଧି ସପକ୍ଷରେ ମେକ୍ସିକୋ ସିନେଟ୍ରେ ୭୬ ଭୋଟ୍ ପଡ଼ିଥିବା ବେଳେ ବିରୋଧରେ ପଡ଼ିଥିଲା ୫ଟି ଭୋଟ୍ । ୩୫ ଜଣ ମତଦାନରୁ ବିରତ ରହିଥିବା ବେଳେ ପ୍ରସ୍ତାବ ପାରିତ ହୋଇଛି ।
କାହିଁକି ଟାରିଫ୍ ବଢ଼ାଇଲା ମେକ୍ସିକୋ ?
ଆମେରିକା ରାସ୍ତାରେ ମେକ୍ସିକୋ ଟାରିଫ୍ ବଢ଼ାଇଛି । ସ୍ଥାନୀୟ ଶିଳ୍ପକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମେକ୍ସିକୋ ଏହି ପଦକ୍ଷେପ ନେଇଛି । ତେବେ ଏହାର ପ୍ରଭାବ କେତେ ପଡ଼ିବ ତାହା ଆଗକୁ ଜଣାପଡ଼ିବ । କିନ୍ତୁ ବ୍ୟବସାୟୀ ସମୂହ ଏହି ନିଷ୍ପତ୍ତିର ବିରୋଧ କରିଛନ୍ତି । ମେକ୍ସିକୋର ଟାରିଫ୍ ବୃଦ୍ଧି ନିଷ୍ପତ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୁସି କରିବାକୁ ବୋଲି କହିଛନ୍ତି ବଜାର ବିଶେଷଜ୍ଞ ।
ଭାରତ-ମେକ୍ସିକୋ ବାଣିଜ୍ୟ
ରିପୋର୍ଟ ଅନୁସାରେ, ଭାରତ ଓ ମେକ୍ସିକୋ ମଧ୍ୟରେ ବିଗତ କିଛି ବର୍ଷ ହେଲା ବାଣିଜ୍ୟିକ କାରବାର ବୃଦ୍ଧି ପାଇଛି । ୨୦୨୨ ବର୍ଷରେ ଦୁଇ ଦେଶ ମଧ୍ୟରେ ୧୧.୪ ଅରବ ଡଲାରର କାରବାର ହୋଇଥିଲା । ୨୦୨୩ରେ ଏହା ସାମାନ୍ୟ ଖସି ୧୦.୬ ଅରବ ଡଲାର ଏବଂ ୨୦୨୪ରେ ୧୧.୭ ଅରବ ଡଲାର ରହିଥିଲା । ୨୦୨୪ରେ ଭାରତ ମେକ୍ସିକୋକୁ ୮.୯ ଅରବ ଡଲାରର ସାମଗ୍ରୀ ରପ୍ତାନୀ କରିଥିବା ବେଳେ ୨.୮ ଅରବ ଡଲାରର ସାମଗ୍ରୀ ଆମଦାନୀ କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories