Videos
|
Business

MG Hector / ଟାଙ୍କି ଫୁଲ୍ କଲେ ଗଡ଼ିବ ୧୧୦୦ କିମି, MG ଆଣିଲା ନୂଆ କାର୍

Sushanta Sahoo
Browse all articles by Sushanta Sahoo
·47 mins ago·2 min read
ଟାଙ୍କି ଫୁଲ୍ କଲେ ଗଡ଼ିବ ୧୧୦୦ କିମି, MG ଆଣିଲା ନୂଆ କାର୍
MG’s New Hybrid SUV Can Run 1100 Km on Full Tank & Charge

Key Points

ଆକର୍ଷଣୀୟ ଲୁକ୍ ସାଙ୍ଗକୁ ଦମ୍‌ଦାର ଇଞ୍ଜିନ୍ ସହିତ ପାୱାରଫୁଲ୍ ବ୍ୟାଟେରୀ ରହିଛି ଏହି ଏସୟୁଭିରେ । କମ୍ପାନୀର ଦାବି ହେଉଛି- ଏହି କାରର ଟାଙ୍କି ଥରେ ଫୁଲ୍ କଲେ ୧୧୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରି ପାରିବେ ।
ନୂଆଦିଲ୍ଲୀ: ଏମ୍‌ଜି ମୋଟର ପକ୍ଷରୁ ଭାରତୀୟ ଜାରରେ ପ୍ଲଗ୍ ଇନ୍ ହାଇବ୍ରିଡ୍ କାର୍ MG Hector Tomahawk ଲଞ୍ଚ୍ କରାଯାଇଛି । ଆକର୍ଷଣୀୟ ଲୁକ୍ ସାଙ୍ଗକୁ ଦମ୍‌ଦାର ଇଞ୍ଜିନ୍ ସହିତ ପାୱାରଫୁଲ୍ ବ୍ୟାଟେରୀ ରହିଛି ଏହି ଏସୟୁଭିରେ । କମ୍ପାନୀର ଦାବି ହେଉଛି- ଏହି କାରର ଟାଙ୍କି ଥରେ ଫୁଲ୍ କଲେ ୧୧୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରି ପାରିବେ ।

ଏହି କାର୍ ପ୍ଲଗ୍-ଇନ୍ ହାଇବ୍ରିଡ ହୋଇଥିବା ବେଳେ ଏଥିରେ ଇଲେକ୍ଟ୍ରିକ୍ କାର୍ ଭଳି ପାୱାରଫୁଲ୍ ବ୍ୟାଟେରୀ ଏବଂ ଏକ ପେଟ୍ରୋଲ୍ କାର୍ ଭଳି ଇଞ୍ଜିନ୍ ମଧ୍ୟ ରହିଛି । MG Hector Tomahawkକୁ କମ୍ପାନୀ BaaS ପ୍ରୋଗ୍ରାମ ସହିତ ମଧ୍ୟ ଲଞ୍ଚ କରିଛି ।

BaaS ହେଉଛି ବ୍ଯାଟେରୀର ସବସ୍କ୍ରିପସନ୍ ପ୍ଲାନ୍ । ସବସ୍କ୍ରିପସନ୍ ପ୍ଲାନ ଅନୁସାରେ ଏସୟୁଭିର ପ୍ରାରମ୍ଭିକ ମୂଲ୍ୟ ୨୧ ଲକ୍ଷ ୭୯ ହଜାର ଟଙ୍କା ରହିଛି । ଯେଉଁଥିରେ ବ୍ୟାଟେରୀ ମୂଲ୍ୟ ସାମିଲ୍ ନାହିଁ । ଭଡ଼ାରେ ବ୍ୟାଟେରୀ ନେଲେ କିଲୋମଟର ପିଛା ୩ ଟଙ୍କା ୨୦ ପଇସା ଦେବାକୁ ପଡ଼ିବ । ଏଥିସହ ବ୍ୟାଟେରୀ ସହ ଏହି MG Hector Tomahawk କିଣିଲେ ଏକ୍ସ ଶୋ ରୁମ୍ ପ୍ରାଇସ୍ ୨୫ ଲକ୍ଷ ୬୯ ହଜାର ଆସିବ ।

ଏଥିସହ ପଢ଼ନ୍ତୁ: ପୋଷ୍ଟ ଅଫିସର ଦମଦାର ସ୍କିମ୍‌... ଥରେ ନିବେଶ କରନ୍ତୁ, ପ୍ରତି ମାସରେ ଆପଣଙ୍କ ଆକାଉଣ୍ଟକୁ ଆସିବ ୫ ହଜାର ଟଙ୍କା 

MG Hector Tomahawkର ୨ଟି ଭ୍ୟାରିଆଣ୍ଟ ଲଞ୍ଚ କରାଯାଇଛି । ଏକ୍ସକ୍ଲୁସିଭ୍ ମଡେଲର ମୂଲ୍ୟ ୨୫ ଲକ୍ଷ ୬୯ ହଜାର ୮୦୦ ଟଙ୍କା ରହିଛି । ସେହିଭଳି ଆସେସ୍ ମଡେଲର ମୂଲ୍ୟ ୨୭ ହଜାର ୭୯ ହଜାର ୮୦୦ ଟଙ୍କା ରଖା ଯାଇଛି ।

ଏମଜି ମୋଟର ଅନୁସାରେ, MG Hector Tomahawk PHEV ସହ ୩ ବର୍ଷର ୱାରେଣ୍ଟି ଓ ୩ ବର୍ଷର ରୋଡ୍ ସାଇଡ୍ ସହାୟତା ପ୍ରଦାନ କରାଯାଉଛି । ଏଥିସହ ଏମଜି ଇ-ଶିଲ୍ଡ ୱାରେଣ୍ଟି ପ୍ୟାକେଜ୍ ସହ ମଧ୍ୟ ଆସୁଛି । ଗ୍ରାହକ ଅତିରିକ୍ତ ଦେୟ ଦେଇ ୫ ବର୍ଷ ୱାରେଣ୍ଟିର ଫାଇଦା ଉଠାଇ ପାରିବେ । ଏହି ହାଇବ୍ରିଡ୍ ଏସୟୁଭିର ଡେଲିଭରି ନଭେମ୍ବରରୁ ଆରମ୍ଭ ହେବ ।

MG Hector Tomahawkରେ କମ୍ପାନୀ ୧.୫ ଲିଟର କ୍ଷମତା ବିଶି୍ଟ ନାଚୁରାଲି ଏସ୍ପିରେଟେଡ୍ ପେଟ୍ରୋଲ୍ ଇଞ୍ଜିନ୍ ଦିଆଯାଇଛି । ଏଥିସହ ୨୦.୫kWh ୱାଟର ବ୍ୟାଟେରୀ ପ୍ଯାକ୍ ରହିଛି । ଯେଉଁଥିରେ ୧୪୮ kWର ଇଲେକ୍ଟ୍ରିକ୍ ମୋଟର ରହିଛି ।

କମ୍ପାନୀର ଦାବି, ଟାଙ୍କି ଫୁ୍ଲ ଓ ଫୁଲ୍ ଚାର୍ଜରେ ଏହି ଗାଡ଼ି ୧୧୦୦ କିଲୋମିଟର ପର୍ଯ୍ୟନ୍ତ ଯାଇ ପାରିବ । କେବଳି ଇଭି ମୋଡରେ ଚଳାଇଲେ ଏହା ୧୧୫ କିଲୋମିଟର ଯିବ । ଉଭୟ ପେଟ୍ରୋଲ୍ ଓ ଇଭି ମୋଡକୁ ମିଶାଇଲେ ଏସୟୁଭି ୫୦ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ଦେବ । ଏହି ଗାଡ଼ି ପ୍ରତି ଘଣ୍ଟା ୦-୧୦୦ କିମି ବେଗରେ ଯିବା ପାଇଁ ମାତ୍ର ୯ ସେକେଣ୍ଡ ସମୟ ନେବ ।

ଏମ୍‌ଜି ମୋଟର ପକ୍ଷରୁ ଆଜି ବଜାରରେ Hector EV ଲଞ୍ଚ କରାଯାଇଛି । ଯାହାକି ଉଭୟ ୫ ସିଟର ଓ ସିଟରରେ ଉପଲବ୍ଧ । କିନ୍ତୁ ହାଇବ୍ରିଡ୍ ଭ୍ୟାରିଆଣ୍ଟ ବିଶିଷ୍ଟ MG Hector Tomahawk କେବଳ ୭ ସିଟରରେ ଆସିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: