Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

୨୦୨୪-୨୫ ଆର୍ଥିକ ବର୍ଷରେ ରେକର୍ଡ ITR ଫାଇଲ୍, ୧୦ ହଜାରରୁ ଅଧିକଙ୍କ ଆୟ ୧୦ କୋଟି

Sushanta Sahoo
Browse all articles by Sushanta Sahoo
·1 year ago·2 min read
୨୦୨୪-୨୫ ଆର୍ଥିକ ବର୍ଷରେ ରେକର୍ଡ ITR ଫାଇଲ୍, ୧୦ ହଜାରରୁ ଅଧିକଙ୍କ ଆୟ ୧୦ କୋଟି

୨୦୨୪-୨୫ ଆର୍ଥିକ ବର୍ଷର ମାର୍ଚ୍ଚ ୩୧ ସୁଦ୍ଧା ପୁରା ଦେଶରେ ୯.୧୯ କୋଟି ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି । ସବୁଠୁ ଅଧିକ ମହାରାଷ୍ଟ୍ରରେ ୧.୩୯ କୋଟି ଲୋକ ଆୟକର ଦେଇଛନ୍ତି । ବିଗତ ଆର୍ଥିକ ବର୍ଷ ଅପେକ୍ଷା ମହାରାଷ୍ଟ୍ରରେ ୭.୮୬ ପ୍ରତିଶତ ଲୋକ ଦେଇଛନ୍ତି ଆୟକର ।


୨୦୨୩-୨୪ ଆର୍ଥିକ ବର୍ଷରେ ୮.୫୨ କୋଟି ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଥିଲେ । ଯେତେବେଳେ କିତା ପୂର୍ବ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୭.୭୮ କୋଟି ଥିଲା । ୨୦୨୩ ତୁଳନାରେ ୨୦୨୪ରେ ୯.୫୧ ପ୍ରତିଶତ ଅଧିକ ଲୋକ ଆୟକର ରିଟର୍ଣ୍ଣ ଭରିଛନ୍ତି ।


ଦେଶରେ କେବଳ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିନି, କୋଟିପତି ମଧ୍ୟ ବଢ଼ିଛନ୍ତି । ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ମାତ୍ରାରେ ବୃଦ୍ଧି ପାଉଛି । ୨୦୨୫ ମାର୍ଚ୍ଚ ୩୧ ପୂର୍ବରୁ ୧୦ କୋଟିରୁ ଅଧିକ ଆୟ କରୁଥିବା ୧୦ ହଜାର ୮୧୪ ଜଣ ଆୟକର ଦାଖଲ କରିଛନ୍ତି । ଯେତେବେଳେ କି ୫ରୁ ୧୦ କୋଟି ଆୟକାରୀଙ୍କ ସଂଖ୍ୟା ୧୬ ହଜାର ୭୯୭ । ସେହିଭଳି କୋଟିଏରୁ ୫ କୋଟି ଆୟକାରୀଙ୍କ ସଂଖ୍ୟା ୨.୯୭ ଲକ୍ଷ ।


ଦେଶରେ ସର୍ବାଧିକ ୧.୩୯ କୋଟି ଲୋକ ମହାରାଷ୍ଟ୍ରରୁ ଆୟକର ଦାଖଲ କରିଥିବା ବେଳେ ଉତ୍ତରପ୍ରଦେଶରେ ୯୧.୩୮ ଲକ୍ଷ, ଗୁଜରାଟରେ ୮୮.୫୮ ଲକ୍ଷ, ରାଜସ୍ଥାନରେ ୫୯.୭୭ ଲକ୍ଷ, ତାମିଲନାଡ଼ୁ ୫୭.୨୭ ଲକ୍ଷ, କର୍ଣ୍ଣାଟକ ୫୩.୬୨ ଲକ୍ଷ, ଦିଲ୍ଲୀ ୪୪,୬୬ ଲକ୍ଷ, ପଞ୍ଜାବରେ ୪୪.୨୬ ଲକ୍ଷ ଲୋକ ଆୟକର ରିଟର୍ଣ୍ଣ ଭରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବାର୍ଷିକ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଆୟକର ଛାଡ଼


ମଧ୍ୟବିତ୍ତଙ୍କ ଲାଗି ବଜେଟ୍‌ରେ ବଡ଼ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବାର୍ଷିକ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଆୟକର ଛାଡ଼ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ବଜେଟ୍ ଅଭିଭାଷଣରେ ନିର୍ମଳା କହିଛନ୍ତି, ବାର୍ଷିକ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡ଼ିବ ନାହିଁ ।

ବାର୍ଷିକ ୧୨.୭୫ ଲକ୍ଷ ବେତନ ପାଉଥିବା ଆୟକରଦାତାଙ୍କ ଲାଗି ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ୭୫ ହଜାର ଟଙ୍କା ରଖା ଯାଇଛି । ତେବେ ନ୍ୟୁ-ଟାକ୍ସ ରେଜିମିରେ ଏହି ଲାଭ ମିଳିବ । ନ୍ୟୁ ଟାକ୍ସ ରେଜିମିରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟରେ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ । ବାର୍ଷିକ ଆୟ ୧୨ ଲକ୍ଷରୁ ଅଧିକ ଥିଲେ ଟିକସ ସ୍ଲାବ ହିସାବରେ ଆୟକର ଦାଖଲ କରିବାକୁ ପଡ଼ିବ ।

Sponsored
More Than 9 Crore ITR Filed In fy 2025 | Argus News