Neelkanth Mishra / ବିଶ୍ଵ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ଅର୍ଥନୀତିଜ୍ଞ ନୀଳକଣ୍ଠ ମିଶ୍ର
·1 hour ago·2 min read

Key Points
ନୀଳକଣ୍ଠ ମିଶ୍ରଙ୍କୁ ବିଶ୍ଵ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ଏବେ ଅର୍ଥନୀତିଜ୍ଞ ନୀଳକଣ୍ଠ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା କମିଟିର ସଦସ୍ୟ ଅଛନ୍ତି ।
ନୂଆଦିଲ୍ଲୀ: ବିଶିଷ୍ଟ ଅର୍ଥନୀତିଜ୍ଞ ନୀଳକଣ୍ଠ ମିଶ୍ରଙ୍କୁ ବିଶ୍ଵ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ନୀଳକଣ୍ଠ ମିଶ୍ରଙ୍କୁ ବିଶ୍ଵ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଆମେରିକାରେ ୩ ବର୍ଷ ଲାଗି ନିଯୁକ୍ତି ମିଳିଛି ।
ଉତ୍ତର ପ୍ରଦେଶ କ୍ୟାଡର୍ର ୧୯୮୧ ବ୍ୟାଚ୍ର ଅବସରପ୍ରାପ୍ତ IAS ଅଧିକାରୀ ପରମେଶ୍ଵରନ ଆୟରଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି ନୀଳକଣ୍ଠ ମିଶ୍ର । ୨୦୨୩ ଫେବ୍ରୁଆରୀରେ ପରମେଶ୍ଵରନ ଆୟରଙ୍କୁ ନିଯୁକ୍ତି ମିଳିଥିଲା ।
ଏଥିସହ ପଢ଼ନ୍ତୁ: ପୋଷ୍ଟ ଅଫିସ୍ର ଧମାକେଦାର ସ୍କିମ୍ ୩୩୩ ଟଙ୍କାରେ ୧୭ ଲକ୍ଷ
ବିଶ୍ଵ ବ୍ୟାଙ୍କ ମୁଖ୍ୟାଳୟରେ ଅର୍ଥନୀତିଜ୍ଞ ନୀଳକଣ୍ଠ ମିଶ୍ରଙ୍କୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତିକୁ କମିଟି ଅଫ୍ ଦି କ୍ୟାବିନେଟ୍ ଅନୁମୋଦନ ଦେଇଛି । ନୀଳକଣ୍ଠ ମିଶ୍ର କାର୍ଯ୍ୟରେ ଯୋଗ ଦେବା ଠାରୁ ଏହି ପଦରେ ୩ ବର୍ଷ ରହିବେ ।
ଏବେ ଅର୍ଥନୀତିଜ୍ଞ ନୀଳକଣ୍ଠ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା କମିଟିର ସଦସ୍ୟ ଅଛନ୍ତି । ଉକ୍ତ କମିଟି କେନ୍ଦ୍ର ସରକାର ବିଶେଷକରି ପ୍ରଧାନମନ୍ତ୍ରୀଙ୍କୁ ଅର୍ଥନୀତି ନେଇ ପରାମର୍ଶ ଦେଇଥାଏ ।
ଆଇଆଇଟି, କାନପୁରର ଗୋଲ୍ଡ ମେଡାଲିଷ୍ଟ ହେଉଛନ୍ତି ନୀଳକଣ୍ଠ ମିଶ୍ର । ଯିଏକି ଇକ୍ଵିଟି ଷ୍ଟ୍ରାଟେଜି, ଏସିଆ ସ୍ପେସିଫିକ୍ ଏବଂ ଇଣ୍ଡିଆ ଷ୍ଟ୍ରାଟେଜିଷ୍ଟ ଫର୍ କ୍ରେଡିଟ୍ ସୁଜ୍ର ପରିଚାଳନା ନିର୍ଦ୍ଦେଶକ ଏବଂ ସହ-ମୁଖ୍ୟ ଅଟନ୍ତି ।
ସେହିଭଳି ଭାରତୀୟ ପରିଚୟ ପ୍ରାଧିକରଣ କର୍ତ୍ତୃପକ୍ଷ (UIDAI) ଓ TRAI ସହ ଜଡ଼ିତ ଥିଲେ । ଏଥିସହ ନୀଳକଣ୍ଠ ମିଶ୍ର କାର୍ଯ୍ୟରେ ଯୋଗ ଦେବା ପର୍ଯ୍ୟନ୍ତ ପରମେଶ୍ଵରନ୍ ଆୟରଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛି କମିଟି ଅଫ୍ କ୍ୟାବିନେଟ୍ ।
ନୀଳକଣ୍ଠ ମିଶ୍ର ହେଉଛନ୍ତି ଭାରତର ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ଓ ବଜାର ବିଶେଷଜ୍ଞ । ସେ ଏବେ ଆକ୍ସିସ୍ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ସହ ଆକ୍ସିସ୍ କ୍ୟାପିଟାଲର ବୈଶ୍ଵିକ ଅଧ୍ୟୟନ ମୁଖ୍ୟ ଏବଂ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଅଛନ୍ତି ।
ଏଥିସହ ପଢ଼ନ୍ତୁ: ଆଧାରରେ ଆପଣ କେତେଥର ମୋବାଇଲ୍ ନମ୍ବର ପରିବର୍ତ୍ତନ କରିପାରିବେ ? ଜାଣନ୍ତୁ UIDAI ର ନିୟମ...
୨୦୨୩ରେ ନୀଳକଣ୍ଠ ମିଶ୍ର ଆକ୍ସିସ୍ ଗ୍ରୁପ୍ରେ ଯୋଗ ଦେବା ପୂର୍ବରୁ ୨ ଦଶନ୍ଧି ଧରି କ୍ରେଡିଟ୍ ସୁଜ୍ର ପରିଚାଳନା ନିର୍ଦ୍ଦେଶକ ଭାବେ ସଫଳତାର ସହ ଦାୟିତ୍ଵ ନିର୍ବାହ କରିଛନ୍ତି ।
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନୀଳକଣ୍ଠ ମିଶ୍ର ବିଶ୍ଵ ବ୍ୟାଙ୍କ ବୋର୍ଡରେ ଭାରତକୁ ପ୍ରତିନିଧିତ୍ଵ କରିବେ । ବୈଦେଶିକ ଦେଣନେଣ, ବିକାଶମୂଳକ ପ୍ରକଳ୍ପ, ଆର୍ଥିକ ନୀତି ଓ ସରକାରଙ୍କ ନିଷ୍ପତ୍ତି ଉପରେ ଧ୍ୟାନ ଦେବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories