ATM Card Printing / ଏଣିକି ATMରୁ ମିଳିବ ଡେବିଟ୍-କ୍ରେଡିଟ୍ କାର୍ଡ ! ଜାଣନ୍ତୁ ନୂଆ ବ୍ୟାଙ୍କିଂ ସୁବିଧା
·1 hour ago·2 min read

Key Points
ATMରୁ ମିଳିବ ୩ ପ୍ରକାର କାର୍ଡ
ଏଣିକି ATMରୁ ମିଳିବ ନୂଆ ପର୍ସନାଲାଇଜ୍ଡ କାର୍ଡ
ବ୍ୟାଙ୍କ ଯିବା ଟେନସନ୍ ହେବ ଦୂର
ଏଣିକି ATMରୁ ମିଳିବ ନୂଆ ପର୍ସନାଲାଇଜ୍ଡ କାର୍ଡ
ବ୍ୟାଙ୍କ ଯିବା ଟେନସନ୍ ହେବ ଦୂର
ନୂଆ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ପାଇଁ ଏଣିକି ବାରମ୍ବାର ବ୍ୟାଙ୍କ ଯିବା କିମ୍ବା ସପ୍ତାହେ ସପ୍ତାହେ କୁରିଅରକୁ ଅପେକ୍ଷା କରିବାର ଆବଶ୍ୟକତା ନଥାଇପାରେ । ଆଗାମୀ ଦିନରେ ଆପଣ ନିକଟସ୍ଥ ATMକୁ ଯାଇ କିଛି ମିନିଟ୍ ମଧ୍ୟରେ ନିଜର ପର୍ସନାଲାଇଜ୍ଡ କାର୍ଡ ପାଇପାରିବେ ।
ମୁମ୍ବାଇରେ ଆୟୋଜିତ Global Fintech Fest 2026ରେ ବ୍ୟାଙ୍କିଂ ବ୍ୟବସ୍ଥାକୁ ଅଧିକ ସହଜ ଓ ଡିଜିଟାଲ୍ କରିବା ପାଇଁ ଆର୍ଥିକ ସେବା ବିଭାଗ (DFS) ପକ୍ଷରୁ ତିନିଟି ବଡ଼ ଡିଜିଟାଲ୍ ପଦକ୍ଷେପ ଘୋଷଣା କରାଯାଇଛି । ଏଥିରେ ଓପନ୍-ସୋର୍ସ ଆଣ୍ଡ୍ରଏଡ୍-ଭିତ୍ତିକ ATM ସମାଧାନ ମଧ୍ୟ ସାମିଲ ରହିଛି ।
ATMରୁ ମିଳିବ ୩ ପ୍ରକାର କାର୍ଡ
ନୂଆ ଟେକ୍ନୋଲୋଜି ସହିତ ତିଆରି ATM ମାଧ୍ୟମରେ କେବଳ ଟଙ୍କା ଉଠାଇବା କିମ୍ବା ଜମା କରିବା ନୁହେଁ, ବରଂ କାର୍ଡ ସମ୍ପର୍କିତ ସେବା ମଧ୍ୟ ମିଳିପାରିବ । ଏହି ATMରୁ ତୁରନ୍ତ ନିମ୍ନଲିଖିତ କାର୍ଡ ପ୍ରିଣ୍ଟ କରି ନେଇପାରିବେ
- RuPay ଡେବିଟ୍ କାର୍ଡ
- କ୍ରେଡିଟ୍ କାର୍ଡ
- National Common Mobility Card (NCMC)
ଅର୍ଥାତ୍, ଆବେଦନ ପରେ କାର୍ଡ ଘରେ ପହଞ୍ଚିବା ପାଇଁ କୁରିଅରକୁ ଅପେକ୍ଷା କରିବାର ଆବଶ୍ୟକତା କମିପାରେ । ATMରୁ କାର୍ଡ ପ୍ରିଣ୍ଟ ହେବା ପରେ ତାହାକୁ ତୁରନ୍ତ ବ୍ୟବହାର କରିହେବ ।
କେଉଁ ବ୍ୟାଙ୍କ କରୁଛନ୍ତି ପରୀକ୍ଷଣ ?
ଏହି ନୂଆ ATM ସମାଧାନର ଏବେ ପରୀକ୍ଷଣ ଓ ମୂଲ୍ୟାଙ୍କନ ଚାଲିଛି । ଏଥିରେ NPCI (National Payments Corporation of India), ATM ନିର୍ମାତା କମ୍ପାନୀ ସହିତ ୯ଟି ବ୍ୟାଙ୍କ ସାମିଲ ହୋଇଛନ୍ତି ।
ପରୀକ୍ଷଣରେ ସାମିଲ ବ୍ୟାଙ୍କଗୁଡ଼ିକ ହେଲେ
- State Bank of India (SBI)
- Bank of Baroda (BoB)
- Punjab National Bank (PNB)
- Bank of India (BoI)
- UCO Bank
- Central Bank of India
- Union Bank of India
- Slice Small Finance Bank
- Airtel Payments Bank
ଆଗାମୀ ଦିନରେ ATM ହେବ ‘ମିନି ବ୍ୟାଙ୍କ’
ନୂଆ ଟେକ୍ନୋଲୋଜି ସହିତ ATMର ଭୂମିକା କେବଳ ଟଙ୍କା ଉଠାଇବା ମେସିନ୍ରେ ସୀମିତ ରହିବ ନାହିଁ । ଏହାକୁ ଧୀରେ ଧୀରେ ଏକ ମିନି ବ୍ୟାଙ୍କ ଶାଖା ଭଳି କରିବା ଦିଗରେ ପଦକ୍ଷେପ ନିଆଯାଉଛି । ଭବିଷ୍ୟତରେ ATM ମାଧ୍ୟମରେ ଚେକ୍ ଜମା, ନୂଆ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଏବଂ ଇନ୍ଷ୍ଟାଣ୍ଟ ଲୋନ୍ ପାଇଁ ଆବେଦନ ଭଳି ସୁବିଧା ମଧ୍ୟ ମିଳିପାରେ ।
ଏହା ଲାଗୁ ହେଲେ ଛୋଟଛୋଟ ବ୍ୟାଙ୍କିଂ କାମ ପାଇଁ ଗ୍ରାହକଙ୍କୁ ବ୍ୟାଙ୍କ ଶାଖାରେ ଲମ୍ବା ଲାଇନ୍ରେ ଠିଆ ହେବାର ଆବଶ୍ୟକତା ବହୁତ କମିଯିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories