|
logo
Live

Argus News - ନୂଆ ଶ୍ରମ କୋଡ୍‌ରେ କର୍ମଚାରୀଙ୍କୁ ମିଳିବ ଲାଭ; କମ୍ପାନୀ ଛାଡ଼ିବାର ୨ ଦିନରେ ମିଳିବ ଦରମା

Business

New Labour Code / ନୂଆ ଶ୍ରମ କୋଡ୍‌ରେ କର୍ମଚାରୀଙ୍କୁ ମିଳିବ ଲାଭ; କମ୍ପାନୀ ଛାଡ଼ିବାର ୨ ଦିନରେ ମିଳିବ ଦରମା

Sushanta Sahoo
Browse all articles by Sushanta Sahoo
·4 days ago·2 min read
ନୂଆ ଶ୍ରମ କୋଡ୍‌ରେ କର୍ମଚାରୀଙ୍କୁ ମିଳିବ ଲାଭ; କମ୍ପାନୀ ଛାଡ଼ିବାର ୨ ଦିନରେ ମିଳିବ ଦରମା
Salary in 2 Days

Key Points

ଯଦି ଆପଣ କୌଣସି କମ୍ପାନୀରେ ଚାକିରି କରିଛନ୍ତି ଏବଂ ସଂସ୍ଥା ଛାଡ଼ି ଦେଉଛନ୍ତି । ତାହେଲେ ଆପଣଙ୍କ ପୁରା ସେଟଲମେଣ୍ଟ ମାତ୍ର ୨ ଦିନରେ ହୋଇଯିବ ।
ନୂଆଦିଲ୍ଲୀ: ଦେଶରେ ନୂଆ ଶ୍ରମ କୋଡ୍ ଲାଗୁ ହୋଇଛି । ଏଥିସହ ବଦଳି ଯାଇଛି ପୁରୁଣା ନିୟମ । ଯାହା ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ । ଯଦି ଆପଣ କୌଣସି କମ୍ପାନୀରେ ଚାକିରି କରିଛନ୍ତି ଏବଂ ସଂସ୍ଥା ଛାଡ଼ି ଦେଉଛନ୍ତି । ତାହେଲେ ଆପଣଙ୍କ ପୁରା ସେଟଲମେଣ୍ଟ ମାତ୍ର ୨ ଦିନରେ ହୋଇଯିବ ।

ନୂଆ ଶ୍ରମ କୋଡ୍ ଅନୁସାରେ, କେହି କର୍ମଚାରୀ ଚାକିରି ଛାଡ଼ିଲେ ଅଥବା କାହାରିକୁ ସଂସ୍ଥା ବାହାର କଲେ ମାତ୍ର ୨ଟି କାର୍ଯ୍ୟ ଦିବସରେ ସେଟଲମେଣ୍ଟ କରିବାକୁ ପଡ଼ିବ । କାର୍ଯ୍ୟ କରିଥିବା ଦିନ ପର୍ଯ୍ୟନ୍ତ ଦରମା ସହ ସମସ୍ତ ବକେୟା ସଂସ୍ଥା ଛାଡ଼ିବାର ୨ ଦିନରେ ମିଳିବ ।

ଏଥିସହ ପଢ଼ନ୍ତୁ: EPFO 3.0 ବଡ଼ ଅପଡେଟ୍: ଗୋଟିଏ ମିନିଟ୍‌ରେ PF ଉଠାଣ

ଲାଗୁଥିଲା ୪୦ରୁ ୪୫ ଦିନ

ପୂର୍ବରୁ କେହି କର୍ମଚାରୀ କମ୍ପାନୀ ଛାଡ଼ିଲେ କିମ୍ବା କମ୍ପାନୀ ବାହାର କରିଦେଲେ ବକେୟା ଟଙ୍କା ମିଳିବାକୁ ୪୦ରୁ ୪୫ ଦିନ ଅପେକ୍ଷା କରିବାକୁ ପଡ଼ୁଥିଲା । ଫଳରେ କର୍ମଚାରୀ ବେଶ୍ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏପରିକି ଘର ଭଡ଼ା ଦେବା କିମ୍ବା ମାସିକ ଖର୍ଚ୍ଚରେ ଅସୁବିଧା ଭୋଗୁଥିଲେ ।

ଏବେ ନୂଆ ଶ୍ରମ କୋଡ୍ ଲାଗୁ ହେବା ଫଳରେ ଏହି ଅସୁବିଧା ରହିବ ନାହିଁ । କାହିଁକି ନା କମ୍ପାନୀ ୨ ଦିନ ମଧ୍ୟରେ ସେଟଲମେଣ୍ଟ କରି ଦେବ । କିନ୍ତୁ କିଛି ସର୍ତ୍ତ ଥିବା କ୍ଷେତ୍ରରେ ସେଟଲମେଣ୍ଟ ପାଇଁ ଗୋଟିଏ ମାସ ସମୟ ଲାଗୁ ହୋଇପାରେ ।

ନୂଆ ନିୟମ କ'ଣ ?

୨୦୨୬ ଏପ୍ରିଲ୍ ୧ ତାରିଖରୁ ନୂଆ ନିୟମ ଅନୁସାରେ, କର୍ମଚାରୀଙ୍କ ଫୁଲ୍ ଆଣ୍ଡ୍ ଫାଇନାଲ୍ ସେଟଲମେଣ୍ଟ ମାତ୍ର ୨ଟି କାର୍ଯ୍ୟ ଦିବସରେ କରିବାକୁ ହେବ । Code on Wages, ୨୦୧୯ ଅନୁସାରେ ଏହାକୁ ଲାଗୁ କରାଯାଇଛି । କମ୍ପାନୀ କର୍ମଚାରୀଙ୍କୁ କାଢ଼ିବା କିମ୍ବା କର୍ମଚାରୀ ସ୍ଵଇଚ୍ଛାରେ ଛାଡ଼ିବା କ୍ଷେତ୍ରରେ ଏହା ଲାଗୁ ହେବ ।

ଫୁଲ୍ ଆଣ୍ଡ୍ ଫାଇନାଲ୍ ସେଟଲମେଣ୍ଟ କ'ଣ ?

କର୍ମଚାରୀ ସଂସ୍ଥା ଛାଡ଼ିଲେ ମିଳୁଥିବା ବକେୟା ଦରମା ଏବଂ ଅନ୍ୟ ହିସାବପତ୍ର ହେଉଛି ଫୁଲ୍ ଆଣ୍ଡ୍ ଫାଇନାଲ୍ ସେଟଲମେଣ୍ଟ । ଯେଉଁଥିରେ କେବଳ ଦରମା ନୁହେଁ ଅନ୍ୟ ଭତ୍ତା ଓ ସେବା ମଧ୍ୟ ମିଶାଯାଇ ଗଣନା କରାଯାଇଥାଏ ।

  • କାର୍ଯ୍ୟ ଦିବସ ଅନୁସାରେ ଶେଷ ମାସର ଦରମା
  • ବଳକା ଛୁଟିର ଟଙ୍କା
  • ପ୍ରଦର୍ଶନ ଆଧାରରେ ମିଳୁଥିବା ବୋନସ୍
  • ଅଫିସ୍ ସହ ଜଡ଼ିତ ଯାତ୍ରା ଖର୍ଚ୍ଚ
  • ଟ୍ଯାକ୍ସ, ଅଗ୍ରୀମ ଦରମା, ଋଣ ଏବଂ କମ୍ପାନୀର ସାମଗ୍ରୀ ନ ଫେରାଇଲେ ଟଙ୍କା କାଟ

ଏଥିସହ ପଢ଼ନ୍ତୁ: ପୋଷ୍ଟ ଅଫିସ୍ ଦେଉଛି ମାସିକ ଇନକମ ଜାଣନ୍ତୁ କିପରି ପାଇବେ ଆପଣ

କେବେ ମିଳିବ ଗ୍ରାଚ୍ୟୁଇଟି ?


ନୂଆ ଶ୍ରମ କୋଡ୍‌ରେ ବିଶେଷ ପରିବର୍ତ୍ତନ ହୋଇଛି । ଏଣିକି ଗୋଟିଏ ବର୍ଷ କୌଣସି କମ୍ପାନୀରେ ଚାକିରି କଲେ ଗ୍ରାଚ୍ୟୁଇଟି ଲାଭ ମିଳିବ । ପୂର୍ବରୁ କୌଣସି ସଂସ୍ଥାରେ ୫ ବର୍ଷ କାର୍ଯ୍ୟ କଲେ କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ମିଳୁଥିଲା । ଏଣିକି ମାତ୍ର ଗୋଟିଏ ବର୍ଷ ଚାକିରିରେ ମିଳିବ ଗ୍ରାଚ୍ୟୁଇଟି ଟଙ୍କା । କମ୍ପାନୀ ଏହାକୁ ୩୦ ଦିନ ମଧ୍ୟରେ ପ୍ରଦାନ କରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
New Labour Code: ନୂଆ ଶ୍ରମ କୋଡ୍‌ରେ କର୍ମଚାରୀଙ୍କୁ ମିଳିବ ଲାଭ; କମ୍ପାନୀ ଛାଡ଼ିବାର ୨ ଦିନରେ ମିଳିବ ଦରମା | Argus News