New Rules / ଆଜିଠୁ ବଦଳିଲା ଏହି ସବୁ ନିୟମ ପକେଟ୍ରେ ପଡ଼ିବ ସିଧା ପ୍ରଭାବ

Key Points
ଆଜିଠୁ ୭ଟି ବଡ଼ ପରିବର୍ତ୍ତନ ଜାଣନ୍ତୁ ନୂଆ ନିୟମ
ITRରୁ ରେଳ ଟିକେଟ୍ ସବୁ ନିୟମ ବଦଳିଲା
ଅଗଷ୍ଟ ପହିଲାରୁ ସାବଧାନ ଦେବାକୁ ପଡ଼ିପାରେ ଜରିମାନା
ଅଗଷ୍ଟ ୧ରୁ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଏବଂ ସାଧାରଣ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହି ନୂଆ ନିୟମଗୁଡ଼ିକ ଆପଣଙ୍କ ପକେଟ୍, ବ୍ୟାଙ୍କିଙ୍ଗ୍ କାର୍ଯ୍ୟ ଏବଂ ଯାତ୍ରା ଉପରେ ସିଧାସଳଖ ପ୍ରଭାବ ପକାଇବ । ତେବେ କଣ ରହିଛି ଏହି ନୂଆ ନିୟମ ? ଆଜିଠାରୁ ବଦଳୁଥିବା ଏହି ସବୁ ନୂଆ ନିୟମକୁ ନେଇ ଆମର ଏକ ରିପୋର୍ଟ ।
ଅଗଷ୍ଟ ୧ ତାରିଖରୁ ଦେଶରେ ଲାଗୁ ହେବାକୁ ଯାଉଛି ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ । ଆର୍ଥିକ କାରବାର ଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍, ରେଳବାଇ ଏବଂ ବ୍ୟବସାୟ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।
ଅଗଷ୍ଟ ପହିଲାରୁ ଲାଗୁ ହେଉଛି ନୂଆ ନିୟମ । ଯଦି ଆପଣ ଜୁଲାଇ ୩୧ ସୁଦ୍ଧା ନିଜର ଆୟକର ରିଟର୍ଣ୍ଣ ବା ITR ଦାଖଲ କରିନାହାନ୍ତି, ତେବେ ଅଗଷ୍ଟ ୧ରୁ ଆପଣଙ୍କୁ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ । ବିଳମ୍ବ ଶୁଳ୍କ ବା ଲେଟ୍ ଫି’ ବାବଦକୁ ଆପଣଙ୍କ ଆୟ ଅନୁଯାୟୀ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ।
ସେହିପରି ଭାରତୀୟ ରେଳବାଇ ତରଫରୁ ମଧ୍ୟ ତତ୍କାଳ ଟିକେଟ୍ ବୁକିଂ ନିୟମରେ ପରିବର୍ତ୍ତନ କରାଯାଇଛି । କାଉଣ୍ଟରରେ ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଏବେ ନୂଆ ଟୋକନ୍ ସିଷ୍ଟମ୍ ଲାଗୁ କରାଯାଉଛି, ଯାହାଦ୍ବାରା ଯାତ୍ରୀମାନେ ଧାଡ଼ିରେ ନ ଠିଆହୋଇ ସହଜରେ ଏବଂ କମ୍ ସମୟରେ ତତ୍କାଳ ଟିକେଟ୍ ପାଇପାରିବେ ।
ଅନ୍ୟପଟେ ପ୍ରତି ମାସ ପହିଲା ଭଳି ଅଗଷ୍ଟ ୧ରେ ମଧ୍ୟ ଏଲପିଜି ଗ୍ୟାସ ସିଲିଣ୍ଡରର ନୂଆ ଦର ଜାରି କରାଯାଇଛି । ଆନ୍ତର୍ଜାତୀୟ ବଜାର ସ୍ଥିତିକୁ ଦେଖି ଘରୋଇ ଏବଂ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ହ୍ରାସ କିମ୍ବା ବୃଦ୍ଧି ହୋଇପାରେ ।
ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ଉଜ୍ଜୀବନ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଭଳି କିଛି ବ୍ୟାଙ୍କ ଏଣିକି SMS ଆଲର୍ଟ ପାଇଁ ପ୍ରତି ମେସେଜ୍ ପିଛା ୩୦ ପଇସା ଚାର୍ଜ କରିବେ । ଏଥିସହିତ କ୍ରେଡିଟ୍ କାର୍ଡ ବିଲିଂରେ ସ୍ବଚ୍ଛତା ଆଣିବା ପାଇଁ ଆରବିଆଇର ନୂଆ ଗାଇଡଲାଇନ ମଧ୍ୟ ଲାଗୁ ହେଉଛି । ବ୍ୟାଙ୍କ ଗ୍ରାହକଙ୍କ ସୁବିଧା ପାଇଁ କାଗଜପତ୍ର କାମ କମାଇବାକୁ CKYC 2.0 ଡିଜିଟାଲ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି ।
ବ୍ୟବସାୟୀଙ୍କ ପାଇଁ GST ଇ-ୱେ ବିଲ୍ରେ 'Ship-To GSTIN' ବିବରଣୀ ଦେବା ବାଧ୍ୟତାମୂଳକ ହେବ । ସେହିପରି ବଜାରରେ ଚିନିର କଳାବଜାରୀ ରୋକିବା ଓ ଦର ନିୟନ୍ତ୍ରଣ ପାଇଁ ଅଗଷ୍ଟ ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଚିନି ବ୍ୟବସାୟୀଙ୍କ ଉପରେ ଷ୍ଟକ୍ ସୀମା ଲାଗୁ କରିଛନ୍ତି କେନ୍ଦ୍ର ସରକାର ।
📱 Get Argus News App
✨Related Topics
Explore more stories