New Rules / ଆଜିଠାରୁ ବଦଳୁଛି ନିୟମ... ଆପଣଙ୍କ ପକେଟ୍ ଓ ମାସିକ ବଜେଟ୍ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

Key Points
ଆପଣଙ୍କ ପକେଟ୍ ଓ ମାସିକ ବଜେଟ୍ ଉପରେ ପଡ଼ିବ ସିଧାସଳଖ ପ୍ରଭାବ...
ଲାଗୁ ହେବ ନୂଆ ଆର୍ଥିକ ନିୟମ...
ଆଜିଠୁ ସାରା ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଓ ସାଧାରଣ ନିୟମ ବଦଳିବାକୁ ଯାଉଛି । ଆଧାର କାର୍ଡଠାରୁ ଆରମ୍ଭ କରି ପାସପୋର୍ଟ ଫିସ୍, କ୍ରେଡିଟ୍ କାର୍ଡର ଲାଭ, ଟ୍ରେନ୍ ଯାତ୍ରା ଏବଂ ଆୟକର ରିଟର୍ଣ୍ଣ ଦାଖଲ ପର୍ଯ୍ୟନ୍ତ- ବଦଳିବାକୁ ଯାଉଛି ନିୟମ । ଏହି ସବୁ ନିୟମ ଆପଣଙ୍କ ପକେଟ୍ ଏବଂ ମାସିକ ବଜେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇବ । ଜୁଲାଇ ୧ରୁ, ଜନସାଧାରଣଙ୍କ ଦୈନନ୍ଦିନ ଜୀବନ ଏବଂ ଖର୍ଚ୍ଚ ଯୋଜନାକୁ ପ୍ରଭାବିତ କରୁଥିବା ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି ।
(୧) ଆଧାର କାର୍ଡରେ ମାଗଣା ଇମେଲ୍ ଅପଡେଟ୍
ଆଧାର କାର୍ଡଧାରୀଙ୍କ ପାଇଁ ଖୁସି ଖବର। ଆଧାରରେ ଇମେଲ୍ ଆଇଡି ଅପଡେଟ୍ କରିବା ପାଇଁ ଲାଗୁଥିବା ୭୫ ଟଙ୍କାର ଫିସ୍କୁ ଛାଡ଼ କରିଛି UIDAI। ଜୁଲାଇ ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ୬ ମାସ ପାଇଁ ଆଧାର ମୋବାଇଲ୍ ଆପ୍ ଜରିଆରେ ଏହି ସେବା ସମ୍ପୂର୍ଣ୍ଣ ମାଗଣାରେ ମିଳିବ ।
(୨) ମହଙ୍ଗା ହେବ ପାସପୋର୍ଟ
ପାସପୋର୍ଟ ଆବେଦନ କରିବା ଏବେ ମହଙ୍ଗା ହେବ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସାଧାରଣ ଏବଂ ତତ୍କାଳ ଉଭୟ ପାସପୋର୍ଟ ଆବେଦନର ସର୍ଭିସ୍ ଚାର୍ଜ ବୃଦ୍ଧି କରାଯାଇଛି ।
(୩) ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ RBIର ନୂଆ ନିୟମ
ଗ୍ରାହକଙ୍କୁ ଭୁଲ୍ ତଥ୍ୟ ଦେଇ ଆର୍ଥିକ ଉତ୍ପାଦ ବିକ୍ରି (Mis-selling) କରିବା ଉପରେ ରୋକ୍ ଲଗାଇବାକୁ RBI କଡ଼ା ନିୟମ ଆଣିଛି । ଭୁଲ୍ ପ୍ରକ୍ରିୟାର ଶିକାର ହୋଇଥିବା ଗ୍ରାହକମାନେ ଏବେ ବ୍ୟାଙ୍କରୁ କ୍ଷତିପୂରଣ ଏବଂ ରିଫଣ୍ଡ୍ ପାଇବାକୁ ଯୋଗ୍ୟ ବିବେଚିତ ହେବେ ।
(୪) ରେଳବାଇର କଡ଼ା ଆଭିମୁଖ୍ୟ ଓ ଜରିମାନା
ଟ୍ରେନରେ ବିପଜ୍ଜନକ ସାମଗ୍ରୀ ପରିବହନ କଲେ ଜରିମାନା ୨୫୦ ଟଙ୍କାରୁ ବଢ଼ି ୫୦୦ ଟଙ୍କା ହୋଇଛି, ଏପରିକି ଗୁରୁତର ମାମଲାରେ ଜେଲ୍ ଦଣ୍ଡର ପ୍ରାବଧାନ ରହିଛି। ବିନା ଲାଇସେନ୍ସରେ ସାମଗ୍ରୀ ବିକ୍ରି କଲେ ୨,୦୦୦ ଟଙ୍କା ଏବଂ ମହିଳା କମ୍ପାର୍ଟମେଣ୍ଟରେ ଯାତ୍ରା କଲେ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ ।
(୫) ଗାଡ଼ି କିଣିବା ହେବ ମହଙ୍ଗା
ଗାଡ଼ି ନିର୍ମାତା କମ୍ପାନୀଗୁଡ଼ିକ ମୂଲ୍ୟ ବୃଦ୍ଧି କରୁଛନ୍ତି। କିଆ ଇଣ୍ଡିଆ (Kia India) ୨ ପ୍ରତିଶତ ଏବଂ ଟାଟା ମୋଟର୍ସ (Tata Motors) ନିଜର ଗାଡ଼ି ମୂଲ୍ୟରେ ୧.୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯାଉଛନ୍ତି ।
(୬) LPG, CNG ଦର ସଂଶୋଧନ
ଅଶୋଧିତ ତୈଳ ମୂଲ୍ୟ ହ୍ରାସକୁ ଦୃଷ୍ଟିରେ ରଖି ଗ୍ୟାସ ଦରରେ ସଂଶୋଧନ ହୋଇପାରେ ।
(୭) EPFO 3.0 ରୋଲଆଉଟ୍
କର୍ମଚାରୀଙ୍କ ପାଇଁ EPFO 3.0 ରୋଲଆଉଟ୍ ହେବାକୁ ଯାଉଛି, ଯାହା ଦ୍ୱାରା UPI କିମ୍ବା ATM ମାଧ୍ୟମରେ PF ଟଙ୍କା ଶୀଘ୍ର ଉଠାଯାଇପାରିବ ।
(୮) କ୍ରେଡିଟ୍ କାର୍ଡ ନିୟମରେ ପରିବର୍ତ୍ତନ
SBI କାର୍ଡ: PhonePe SBI କ୍ରେଡିଟ୍ କାର୍ଡ (Purple ଓ Select Black) ର ରିୱାର୍ଡ ପଏଣ୍ଟ ନିୟମ ବଦଳିଛି। ସେହିପରି
HDFC ବ୍ୟାଙ୍କର ଏୟାରପୋର୍ଟ ଲାଉଞ୍ଜ୍ ଆକ୍ସେସ୍ (Lounge Access) ପାଇଁ ଗ୍ରାହକଙ୍କୁ ଏବେ ପୂର୍ବ ତ୍ରୈମାସିକରେ ଅତିକମରେ ୬୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।
(୯) ଆୟକର ରିଟର୍ଣ୍ଣ (ITR) ଶେଷ ତାରିଖ
ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ITR-1 ଏବଂ ITR-୨ ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୩୧। ନିର୍ଦ୍ଧାରିତ ସମୟ ସୀମା ଅଗଷ୍ଟ ୧ରୁ ଡିସେମ୍ବର ୩୧ ମଧ୍ୟରେ ଫାଇଲ୍ କଲେ ୫ ଲକ୍ଷରୁ ଅଧିକ ଆୟ ଥିବା ବ୍ୟକ୍ତିଙ୍କୁ ୫,୦୦୦ ଟଙ୍କା ଏବଂ ୫ ଲକ୍ଷରୁ କମ୍ ଆୟ ଥିବା ବ୍ୟକ୍ତିଙ୍କୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ।
ପ୍ରତି ମାସ ଆରମ୍ଭରେ କିଛି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଏବଂ ପ୍ରଶାସନିକ ନିୟମ ପରିବର୍ତ୍ତନ ହେବା ଏକ ସାଧାରଣତଃ ପ୍ରକ୍ରିୟା। ଏହି ସବୁ ନିୟମ ଜୁଲାଇ ପହିଲାରୁ ଲାଗୁ ହେଉଥିବାରୁ, କୌଣସି ପ୍ରକାରର ଜରିମାନାରୁ ବର୍ତ୍ତିବା ପାଇଁ ନିଜର ଆର୍ଥିକ କାର୍ଯ୍ୟଗୁଡ଼ିକୁ ସମୟ ପୂର୍ବରୁ ସାରିଦିଅନ୍ତୁ।
📱 Get Argus News App
✨Related Topics
Explore more stories
