|
logo
Live

Argus News - NSEରେ ମୋଟ ନିବେଶକଙ୍କ ସଂଖ୍ୟା ୨୨ କୋଟି ଟପିଲା, ୬ ମାସରେ ବଢ଼ିଲେ ୨ କୋଟି ଇନଭେଷ୍ଟର

Business

NSEରେ ମୋଟ ନିବେଶକଙ୍କ ସଂଖ୍ୟା ୨୨ କୋଟି ଟପିଲା, ୬ ମାସରେ ବଢ଼ିଲେ ୨ କୋଟି ଇନଭେଷ୍ଟର

Sushanta Sahoo
Browse all articles by Sushanta Sahoo
·1 year ago·2 min read
NSEରେ ମୋଟ ନିବେଶକଙ୍କ ସଂଖ୍ୟା ୨୨ କୋଟି ଟପିଲା, ୬ ମାସରେ ବଢ଼ିଲେ ୨ କୋଟି ଇନଭେଷ୍ଟର

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (NSE) ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି । ୨୦୨୫ ଏପ୍ରିଲ୍‌ରେ ଏନଏସ୍ଇ ନିବେଶକଙ୍କ (UCCs) ସଂଖ୍ୟା ୨୨୦ ମିଲିୟନ୍ ଅର୍ଥାତ୍ ୨୨ କୋଟି ପାର୍ କରିଛି । ମାତ୍ର ୬ ମାସର ଅବଧି ଭିତରେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆରେ ୨ କୋଟି ଇନଭେଷ୍ଟର ବୃଦ୍ଧି ପାଇଛନ୍ତି । ୨୦୨୪ ଅକ୍ଟୋବରରେ ଏନଏସ୍ଇରେ ୨୦୦ ମିଲିୟନ ନିବେଶକ ରହିଥିଲେ ।


ସେହିଭଳି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆରେ ୟୁନିକ୍ ରେଜିଷ୍ଟରଡ୍ ଇନଭେଷ୍ଟର୍ସଙ୍କ ସଂଖ୍ୟା ବଢ଼ିଛି । ୨୦୨୫ ଜାନୁଆରୀ ୨୦ରେ ୧୦୦ ମିଲିୟନ୍ ୟୁନିକ୍ ରେଜିଷ୍ଟରଡ୍ ଇନଭେଷ୍ଟର୍ସ ଥିବା ବେଳେ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୧୧.୩ କୋଟିରେ ପହଞ୍ଚିଛି ।

ଜଣେ ନିବେଶକ ଏକାଧିକ ବ୍ରୋକରଙ୍କ ଜରିଆରେ ଆକାଉଣ୍ଟ ପରିଚାଳନା କରିଥାନ୍ତି, ତେଣୁ ଏକାଧିକ କ୍ଲାଏଣ୍ଟ କୋଡ୍ ରହିଥାଏ । ତାଜା ତଥ୍ୟ ଅନୁସାରେ, ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ ୩.୮ କୋଟି ନିବେଶକ ଆକାଉଣ୍ଟ ରହିଥିବା ବେଳେ ଦ୍ଵିତୀୟରେ ଉତ୍ତରପ୍ରଦେଶ ୨.୪ କୋଟି, ଗୁଜରାଟ ୧.୯ କୋଟି ଏବଂ ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ୧.୩ କୋଟି ଲେଖାଏଁ ନିବେଶକ ଆକାଉଣ୍ଟରହିଛି ।

ଉପରୋକ୍ତ ୪ ରାଜ୍ୟରେ ମୋଟ ନିବେଶକ ଆକାଉଣ୍ଟର ୪୯ ପ୍ରତିଶତ ରହିଛି । ଶୀର୍ଷ ୧୦ ରାଜ୍ୟର ଦେଣନେଣ ମୋଟ କାରବାର ତିନି ଚତୁର୍ଥାଂଶ ବୋଲି ଜଣାପଡ଼ିଛି । ଏନଏସ୍ଇ ଅନୁସାରେ, ନିଫ୍ଟି ୫୦ ଇଣ୍ଡେକ୍ସ ବିଗତ ୫ ବର୍ଷ ହେଲା ବାର୍ଷିକ ୨୨ ପ୍ରତିଶତ ରିଟର୍ଣ୍ଣ ଦେଉଛି । ସେହିଭଳି ନିଫ୍ଟି ୫୦୦ ଇଣ୍ଡେକ୍ସ ୨୫ ପ୍ରତିଶତ ବାର୍ଷିକ ରିଟର୍ଣ୍ଣ ଦେଉଛି ।


ଏନଏସଇରେ ଇନଭେଷ୍ଟର୍ସ ପ୍ରୋଟେକ୍ସନ୍ ଫଣ୍ଡ (IPF) ବାର୍ଷିକ ୨୩ ପ୍ରତିଶତ ବଢ଼ିଛି । ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ୨,୪୫୯ କୋଟି ଆଇପିଏଫ୍ ଜରିଆରେ ମିଳିଛି । ଏନଏସ୍ଇର ମୁଖ୍ୟ ବାଣିଜ୍ୟ ଉନ୍ନୟନ ଅଧିକାରୀ ଶ୍ରୀରାମ କ୍ରିଷ୍ଣନ କହିଛନ୍ତି, ଭାରତରେ ନିବେଶକଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଛି । ମାତ୍ର ୬ ମାସରେ ୨ କୋଟି ନୂଆ ନିବେଶକ ଆସିଛନ୍ତି । ଯାହାକି ଭାରତର ଅଭିବୃଦ୍ଧିକୁ ଦର୍ଶାଉଛି ।

ନିବେଶକ ସଂଖ୍ୟା ବଢ଼ିବା ସହ ମୋବାଇଲ୍‌ରେ ଟ୍ରେଡିଂ ବୃଦ୍ଧି ପାଇଛି । ଏବେ ମୋବାଇଲ୍ ଟ୍ରେଡିଂ ଯୋଗୁଁ ଟାୟର ୨, ୩ ଓ ୪ ଭଳି ସହରରେ ବଢ଼ୁଛନ୍ତି ନିବେଶକ । ଏହା କେବଳ ଗ୍ରହଣୀୟତା ବଢ଼ାଉନି ଏହା ଯୋଗୁଁ ଆର୍ଥିକ ସାକ୍ଷରତା ମଧ୍ୟ ବଢ଼ୁଛି । ଆଉ ନିବେଶ ସୁଯୋଗ କ୍ଷେତ୍ରରେ ଟେକ୍ନୋଲୋଜି ବଡ଼ ଭୂମିକା ତୁଲାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NSEରେ ମୋଟ ନିବେଶକଙ୍କ ସଂଖ୍ୟା ୨୨ କୋଟି ଟପିଲା, ୬ ମାସରେ ବଢ଼ିଲେ ୨ କୋଟି ଇନଭେଷ୍ଟର | Argus News