Rule Changes / ଅକ୍ଟୋବର ମାସ ଆରମ୍ଭରୁ ଆପଣଙ୍କ ପକେଟ୍ ଓ ବ୍ୟାଙ୍କିଂ ଉପରେ ସିଧାସଳଖ ପ୍ରଭାବ
·2 hours ago·2 min read

Key Points
ଅକ୍ଟୋବରରୁ ୫ ପ୍ରମୁଖ ଆର୍ଥିକ ନିୟମରେ ପରିବର୍ତ୍ତନ...
ପକେଟ୍ ଓ ବ୍ୟାଙ୍କିଂ ସେବା ଉପରେ ପଡ଼ିବ ସିଧାସଳଖ ପ୍ରଭାବ...
ବଦଳିଲା SBI ଏଟିଏମ୍, NPS ଓ LPG ସବ୍ସିଡି ନିୟମ
ପକେଟ୍ ଓ ବ୍ୟାଙ୍କିଂ ସେବା ଉପରେ ପଡ଼ିବ ସିଧାସଳଖ ପ୍ରଭାବ...
ବଦଳିଲା SBI ଏଟିଏମ୍, NPS ଓ LPG ସବ୍ସିଡି ନିୟମ
ଅକ୍ଟୋବର ମାସ ଆରମ୍ଭରୁ ଆପଣଙ୍କ ପକେଟ୍ ଓ ବ୍ୟାଙ୍କିଂ ଉପରେ ସିଧାସଳଖ ପ୍ରଭାବ ପକାଇବାକୁ ଯାଉଛି ନୂଆ ନିୟମ । ୫ ପ୍ରମୁଖ ଆର୍ଥିକ ନିୟମରେ ପରିବର୍ତ୍ତନ...ପକେଟ୍ ଓ ବ୍ୟାଙ୍କିଂ ସେବା ଉପରେ ପଡ଼ିବ ସିଧାସଳଖ ପ୍ରଭାବ...SBI ଗ୍ରାହକଙ୍କ ଅନ୍ୟ ବ୍ୟାଙ୍କ ଏଟିଏମରେ ମାଗଣା ମାସିକ କାରବାର ସୀମା ୧୦ରୁ ୫ ଥରକୁ ହ୍ରାସ । ଆଜିଠାରୁ ବଲ୍କ ଡିପୋଜିଟ୍ ସୁଧ ହାର ଆଗୁଆ ପ୍ରକାଶ କରିବା ବାଧ୍ୟତାମୂଳକ କଲା RBI...LPG ସବ୍ସିଡି ପାଇବା ପାଇଁ ବାୟୋମେଟ୍ରିକ୍ ଆଧାର ପ୍ରମାଣୀକରଣ ହେଲା ବାଧ୍ୟତାମୂଳକ ।
- -ପ୍ରଥମ ପରିବର୍ତ୍ତନଟି ଏସବିଆଇ ବ୍ୟାଙ୍କର ସାଲାରୀ ଆକାଉଣ୍ଟଧାରୀଙ୍କ ପାଇଁ । ଆଜିଠୁ ଅନ୍ୟ ବ୍ୟାଙ୍କ ଏଟିଏମରେ ମାଗଣା ମାସିକ କାରବାର ସୀମାକୁ ୧୦ରୁ କମାଇ ୫ଥର କରାଯାଇଛି। ତେବେ ଡିଜିଟାଲ୍ କାରବାର ପୂର୍ବଭଳି ସମ୍ପୂର୍ଣ୍ଣ ମାଗଣା ରହିବ ।
- -ଦ୍ୱିତୀୟରେ, ବଡ଼ ଜମା ବା ବଲ୍କ ଡିପୋଜିଟ୍ ସୁଧ ହାର ନିୟମରେ ପରିବର୍ତ୍ତନ ହୋଇଛି । ଅକ୍ଟୋବର ୧ରୁ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ସେମାନଙ୍କର ବଲ୍କ ଡିପୋଜିଟ୍ ସୁଧ ହାର ଆଗୁଆ ପ୍ରକାଶ କରିବାକୁ ପଡ଼ିବ । ଏହାସହ ପ୍ରତିଦିନ ସକାଳ ୧୦ଟା ସୁଦ୍ଧା ପ୍ରଯୁଜ୍ୟ ହାର ସମ୍ପର୍କରେ ସୂଚନା ଦେବାକୁ ବାଧ୍ୟତାମୂଳକ କରାଯାଇଛି, ଯାହା ଦ୍ୱାରା ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଅଧିକ ସ୍ୱଚ୍ଛତା ଆସିବ ।
- -ତୃତୀୟ ପରିବର୍ତ୍ତନଟି ହେଉଛି ଡିଜିଟାଲ୍ ପେମେଣ୍ଟକୁ ନେଇ । ଅକ୍ଟୋବର ୧୫ରୁ ନିର୍ଦ୍ଦିଷ୍ଟ ମର୍ଚ୍ଚାଣ୍ଟ କାରବାର ଉପରେ, ଯାହା ୨ ହଜାର ଟଙ୍କାରୁ ଅଧିକ, ସେଥିରେ MDR ଲାଗୁ ହେବ । ୨ ହଜାର ଟଙ୍କା ପର୍ଯ୍ୟନ୍ତ କାରବାର ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଶୂନ୍ୟ-MDR ନିୟମ ପୂର୍ବଭଳି ସମ୍ପୂର୍ଣ୍ଣ ମାଗଣା ରହିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- - ଚତୁର୍ଥ ନିୟମଟି ଜାତୀୟ ପେନସନ ବ୍ୟବସ୍ଥା ବା NPS ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ପେନସନ ପାଣ୍ଠି ନିୟମାବଳୀ ଓ ବିକାଶ କର୍ତ୍ତୃପକ୍ଷ ବା PFRDA ପଏଣ୍ଟ ଅଫ୍ ପ୍ରେଜେନ୍ସ ବା PoP ଚାର୍ଜରେ ବଡ଼ଧରଣର ପରିବର୍ତ୍ତନ ହୋଇଛି । ଆଜିଠାରୁ ଏହି ନୂତନ ନିୟମ କାର୍ଯ୍ୟକାରୀ ହୋଇଛି। NPS ଓ NPS ଲାଇଟ୍ ଅଧୀନରେ ପଞ୍ଜୀକରଣ ଏବଂ ସେବା ଶୁଳ୍କକୁ ନେଇ PFRDA ନୂତନ ଗାଇଡଲାଇନ୍ ଜାରି କରିଛି । ପ୍ରତି PRAN ବା Permanent Retirement Account Number ପିଛା ୨୦୦ ଟଙ୍କାର ଏକକାଳୀନ ଶୁଳ୍କ ଲାଗୁ ହେବ ।
- -ପଞ୍ଚମ ଗୁରୁତ୍ୱପୂର୍ଣ୍ଣ ନିୟମଟି ଘରୋଇ ଏଲପିଜି ଗ୍ରାହକମାନଙ୍କ ପାଇଁ । ଯେଉଁ ଗ୍ରାହକମାନେ ସବ୍ସିଡିଯୁକ୍ତ ଗ୍ୟାସ୍ ସିଲିଣ୍ଡର ପାଇବାକୁ ଚାହୁଁଛନ୍ତି, ସେମାନଙ୍କୁ ବାୟୋମେଟ୍ରିକ୍ ଆଧାର ପ୍ରମାଣୀକରଣ କରାଇବାକୁ ପଡ଼ିବ । ଅକ୍ଟୋବର ୧ ପୂର୍ବରୁ ଏହା ନ କଲେ ସବ୍ସିଡି ପାଇବାରେ ସମସ୍ୟା ହେବ ।
Related Topics
Explore more stories