Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Iphone Craze / କସ୍ମିକ୍ Orange Iphone 17 କିଣିବା ପରେ ଏମିତି କହିଲେ ଜଣେ ବ୍ୟକ୍ତି

Ritu Das
Browse all articles by Ritu Das
·9 months ago·2 min read
କସ୍ମିକ୍ Orange Iphone 17 କିଣିବା ପରେ ଏମିତି କହିଲେ ଜଣେ ବ୍ୟକ୍ତି

Key Points

ଏବେ ଆପଲର ବହୁ ପ୍ରତୀକ୍ଷିତ ଆଇଫୋନ୍-୧୭ ଲଞ୍ଚ କରିଛି

ଯାହାକୁ ନେଇ ଆଇଫୋନ୍ ଲଭର୍ସଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି

କାରଣ କମଳା ରଙ୍ଗର ଫୋନ ଟ୍ରେଣ୍ଡରେ ଅଛି


ସାରା ବିଶ୍ୱରେ iPhones ପାଇଁ କେତେ କ୍ରେଜ୍ ତାହା ସମସ୍ତଙ୍କୁ ଜଣା । ଆଉ ଏବେ ଆପଲ୍ ବହୁ ପ୍ରତୀକ୍ଷିତ ଆଇଫୋନ୍-୧୭ ଲଞ୍ଚ କରିଛି । ଯାହାକୁ ନେଇ ଆଇଫୋନ୍ ଲଭର୍ସଙ୍କ ମଧ୍ୟ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ତେବେ ସେପ୍ଟେମ୍ବର ୧୯ରେ ଆପଲ୍ ଆଇଫୋନ-୧୭ ସିରିଜ୍ ଫୋନ୍ ଭାରତରେ ଆନୁଷ୍ଠାନିକ ଭାବେ ଷ୍ଟୋରରେ ପହଞ୍ଚିଛି । ଆଉ ଏହି ଫୋନକୁ କିଣିବା ପାଇଁ ଗୁରୁବାର ସନ୍ଧ୍ୟାରୁ ହିଁ ଦିଲ୍ଲୀ ଏବଂ ମୁମ୍ବାଇରେ ଲମ୍ବା ଧାଡ଼ି ଲାଗିବା ଆରମ୍ଭ ହୋଇଯାଇଥିଲା। ପ୍ରାରମ୍ଭିକ କଷ୍ଟମରଙ୍କ ମଧ୍ୟରେ ଜଣେ ଯୁବକ ଥିଲେ ଯିଏ କହିଥିଲେ ଯେ ସେ ଏହି ଫୋନ୍ କିଣି ଗର୍ବିତ। ନିଜକୁ ମୁସଲମାନ ଭାବରେ ପରିଚୟ ଦେଇ ସେ ଆହୁରି ମଧ୍ୟ କହିଥିଲେ ଯେ ସେ କମଳା ରଙ୍ଗର ଫୋନକୁ ବାଛିଛନ୍ତି କାରଣ ଏହି ରଙ୍ଗ ଏବେ "ଟ୍ରେଣ୍ଡରେ" ଅଛି।


"ଏହି ବର୍ଷ, କମଳା ରଙ୍ଗର ଫୋନ ଅଧିକ ବିକ୍ରି ହେବ ଏବଂ କାହିଁକି ତାହା ଆପଣ ଜାଣନ୍ତି। ଜଣେ ୟୁଜର୍ସ କହିଛନ୍ତି ମୁଁ ଜଣେ ମୁସଲମାନ କିନ୍ତୁ ମୁଁ ଏହି ରଙ୍ଗକୁ ଭାରି ଭଲ ପାଏ ବୋଲି ଏକ ଭିଡିଓରେ ଜଣେ ବ୍ୟକ୍ତି କହିଛନ୍ତି। ଆପଲ୍ ଆନୁଷ୍ଠାନିକ ଭାବେ ଏହି ରଙ୍ଗକୁ କସ୍ମିକ୍ ଅରେଞ୍ଜ ନାଁ ଦେଇଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

"ମୁଁ ସଙ୍ଗମ ବିହାର (ଦିଲ୍ଲୀର) ରୁ ଆସିଛି ଏବଂ ସକାଳ ଠାରୁ ଧାଡ଼ିରେ ଛିଡା ହୋଇଛି। ମୁଁ ଏହି ଫୋନଟିକୁ ହାତରେ ଧରି ବହୁତ ଉତ୍ସାହିତ ଅଛି। ଲାଗୁଛି ଯେମିତି ମୋ ସ୍ବପ୍ନ ସତ ହେଲା। ଏହା ଅନୁଭବ କରୁଛି ଯେ ମୁଁ ପୂର୍ବରୁ ହିଁ କିଛି ଜିତିସାରିଛି ବୋଲି ଅନୁଭବ ହେଉଛି। ସାଉଥ୍ ଦିଲ୍ଲୀରେ ଅବସ୍ଥିତ ସାକେତର ସିଲେକ୍ଟ ସିଟି ମଲରେ ଲୋକମାନେ iPhone 17 କିଣିବା ପାଇଁ ମଧ୍ୟରାତ୍ରିରୁ ଧାଡ଼ିରେ ଠିଆ ହେବା ଆରମ୍ଭ କରିଥିଲେ। ଲୋକମାନେ iPhone 17 ପାଇଁ ପ୍ରବଳ ଉତ୍ସାହିତ ଥିବା ଦେଖାଯାଇଛି। ଫୋନ୍ ଲଞ୍ଚ ହେବା ମାତ୍ରେ ସେମାନେ ଏହାକୁ କିଣିବା ପାଇଁ ମଧ୍ୟରାତ୍ରିରୁ ମଲ୍ ବାହାରେ ଲମ୍ବା ଧାଡ଼ିରେ ଠିଆ ହୋଇ ରହିଛନ୍ତି।



ଭାରତରେ ଆପଲ୍ କ୍ରେଜ୍, iPhone-17 ପାଇଁ ରାତି ୧୨ଟାରୁ ଲାଗିଲା ଲମ୍ବା ଲାଇନ୍


ତେବେ ଏହା ପ୍ରଥମ ଥର ନୁହେଁ, ଯେବେ ଆଇଫୋନର ନୂଆ ମଡେଲ ଲଞ୍ଚ ହୁଏ ସେବେ ସେବେ ଆପଲ୍ ଷ୍ଟୋରରେ ଏମିତି ଭିଡ଼ ଦେଖାଯାଏ। ଆଉ ଜଣେ କଷ୍ଟମର କହିଛନ୍ତି ମୁଁ ଆଇଫୋନ ବହୁ ବର୍ଷ ହେଲା କିଣୁଛି। କିନ୍ତୁ ଏହି ଫୋନ କିଣିବା ମୋ ପାଇଁ ଗୋଟେ ଭଲ ଅନୁଭୂତି ଥିଲା। ଏହି ଫୋନ ତ କିଣିଲି। କିନ୍ତୁ ମୁଁ ଆଇଫୋନ ୧୮ରେ ଅପେକ୍ଷାରେ ରହିଲି ବୋଲି ବେଙ୍ଗାଲୁରୁର ଗୌରୀଶଙ୍କର କହିଛନ୍ତି। ଏହି ଟେକ ଜାଏଣ୍ଟ ସେପ୍ଟେମ୍ବର ୯ରେ ଆଇଫୋନ ୧୭, ଆଇଫୋନ ୧୭ PRO Max, Airpods 3, Watch Series 11, Watch SE3, ଏବଂ Watch Ultra 3 ଉନ୍ମୋଚନ କରିଥିଲା।

Sponsored
Man Shares Shocking Experience After Buying Orange iPhone 17 | Argus News | Argus News