|
logo
Live

Argus News - କର୍ମଚାରୀଙ୍କୁ ବଡ଼ ଲାଭ: ବଢିବ PF ସୀମା

Business

PF Update / କର୍ମଚାରୀଙ୍କୁ ବଡ଼ ଲାଭ: ବଢିବ PF ସୀମା

Rashmita Mishra
Browse all articles by Rashmita Mishra
·2 hours ago·2 min read
କର୍ମଚାରୀଙ୍କୁ ବଡ଼ ଲାଭ: ବଢିବ PF ସୀମା
PF Update

Key Points

୩୦,୦୦୦ ପର୍ଯ୍ୟନ୍ତ ବଢିବ PF  !
କର୍ମଚାରୀଙ୍କୁ ବଡ଼ ଲାଭ: ବଢିବ PF ସୀମା । 

କର୍ମଚାରୀ ଭବିଷ୍ୟ ନିଧି ସଂଗଠନର ସଦସ୍ୟଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । କେନ୍ଦ୍ର ସରକାର ପିଏଫ୍ (PF) କଭରେଜ୍ ପାଇଁ ବର୍ତ୍ତମାନର ମାସିକ ବେତନ ସୀମାକୁ ବୃଦ୍ଧି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଯଦି ଏହି ପ୍ରସ୍ତାବ ଉପରେ ମୋହର ବାଜେ, ତେବେ ଲକ୍ଷ ଲକ୍ଷ କର୍ମଚାରୀ ସାମାଜିକ ସୁରକ୍ଷା ଘେରକୁ ଆସିବେ ।

ବର୍ତ୍ତମାନ EPFO ଅଧୀନରେ ବାଧ୍ୟତାମୂଳକ ପିଏଫ୍ କଭରେଜ୍ ପାଇଁ ମାସିକ ବେତନ ସୀମା ୧୫,୦୦୦ ଟଙ୍କା ରହିଛି । ସରକାର ଏହାକୁ ବଢ଼ାଇ ୨୫,୦୦୦ ରୁ ୩୦,୦୦୦ ଟଙ୍କା କରିବାକୁ ବିଚାର କରୁଛନ୍ତି ।

୨୦୧୪ ମସିହାରେ ଏହି ସୀମାକୁ ୬,୫୦୦ ଟଙ୍କାରୁ ବୃଦ୍ଧି କରାଯାଇ ୧୫,୦୦୦ ଟଙ୍କା କରାଯାଇଥିଲା । ଏହି ପଦକ୍ଷେପ ଦ୍ୱାରା ସେହି କର୍ମଚାରୀମାନେ ଉପକୃତ ହେବେ, ଯେଉଁମାନଙ୍କ ଦରମା ୧୫,୦୦୦ ରୁ ଅଧିକ ହେବା କାରଣରୁ ସେମାନେ ବର୍ତ୍ତମାନ ପିଏଫ୍ ସୁବିଧାରୁ ବଞ୍ଚିତ ହେଉଛନ୍ତି ।

କେବଳ EPFO ନୁହେଁ, ବରଂ କର୍ମଚାରୀ ରାଜ୍ୟ ବୀମା ନିଗମ (ESIC) ର ବେତନ ସୀମା ମଧ୍ୟ ବୃଦ୍ଧି ପାଇପାରେ । ବର୍ତ୍ତମାନ ESIC ଅଧୀନରେ ବେତନ ସୀମା ୨୧,୦୦୦ ଟଙ୍କା ରହିଛି । ଉଭୟ ଯୋଜନା ମଧ୍ୟରେ ସମାନତା ଆଣିବା ଏବଂ Ease of Doing Businessକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଏହି ଦୁଇ ସୀମାକୁ ଏକାପରି କରିବାକୁ ଚାହୁଁଛନ୍ତି ।

ନିଯୁକ୍ତିଦାତାଙ୍କ ଉପରେ ପଡ଼ିବ ଆର୍ଥିକ ଚାପ
ସାଲାରୀ ଲିମିଟ୍ ବୃଦ୍ଧି ପାଇବା ଦ୍ୱାରା କମ୍ପାନୀ ବା ନିଯୁକ୍ତିଦାତାମାନଙ୍କ ଉପରେ ଆର୍ଥିକ ବୋଝ ବଢ଼ିବ । ସେମାନଙ୍କୁ କର୍ମଚାରୀଙ୍କ ପିଏଫ୍ ଖାତାରେ ଅଧିକ ଯୋଗଦାନ କରିବାକୁ ପଡ଼ିବ । ଏଥିପାଇଁ ସରକାର କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିବାକୁ ଚାହୁଁଛନ୍ତି ।

ମୁଦ୍ରାସ୍ଫୀତି ଏବଂ ବଢ଼ୁଥିବା ଦରମା ହାରକୁ ଦୃଷ୍ଟିରେ ରଖି ବେତନ ସୀମାକୁ ଅପଡେଟ୍ କରିବା ପାଇଁ ନିକଟରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଥିଲେ । କୋର୍ଟ କହିଥିଲେ ଯେ, ପୁରୁଣା ସୀମା କାରଣରୁ ଏକ ବଡ଼ ଶ୍ରମିକ ଶ୍ରେଣୀ ସାମାଜିକ ସୁରକ୍ଷା ପରିସରରୁ ବାହାରି ଯାଉଛନ୍ତି ।

ଏହି ନିର୍ଦ୍ଦେଶ ପରେ ଶ୍ରମ ମନ୍ତ୍ରଣାଳୟ ନିଜର ଆଭ୍ୟନ୍ତରୀଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । EPFO ସୀମା ୧୫,୦୦୦ ରୁ ୩୦,୦୦୦ ହୋଇପାରେ । ESIC ସୀମା ୨୧,୦୦୦ରେ ମଧ୍ୟ ପରିବର୍ତ୍ତନ ସମ୍ଭାବନା ରହିଛି । ଲକ୍ଷ ଲକ୍ଷ କର୍ମଚାରୀଙ୍କ ପେନସନ୍ ଏବଂ ରିଟାୟରମେଣ୍ଟ ଫଣ୍ଡ୍ ବୃଦ୍ଧି ପାଇବ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PF Update: କର୍ମଚାରୀଙ୍କୁ ବଡ଼ ଲାଭ: ବଢିବ PF ସୀମା | Argus News