ସୁନା କିଣିବାକୁ ଯୋଜନା କରୁଛନ୍ତି କି? ଜାଣନ୍ତୁ ଭୁବନେଶ୍ୱରରେ ଦର କେତେ ରହିଛି?
·1 year ago·1 min read

ଅର୍ଗସ ବ୍ୟୁରୋ: ବର୍ଷର ପ୍ରଥମ ମାସରୁ ହିଁ ସୁନା ଦର ବଢ଼ିବାରେ ଲାଗିଛି। ନିବେଶକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ସୁନା ଦର ବୃଦ୍ଧି। ଆଜି ୧୬ ଜାନୁଆରୀ ୨୦୨୫ ଗୁରୁବାର ମଧ୍ୟ ଉଭୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟରେ ଦରରେ ଭରିପିଛା ମୂଲ୍ୟରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ସେପଟେ ବୁଲିଅନ ବଜାର ଦର ଅନୁଯାୟୀ ୧୪ କ୍ୟାରେଟ ସୁନା ଭରି ପିଛା ମୂଲ୍ୟ ୫୦ ହଜାର ଡେଇଁଛି। ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ଶନିବାର ୨୨ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ୭୪୩୫୦ ଟଙ୍କାରେ ପହଞ୍ଚିଛି।
ସେହିପରି ୨୪ କ୍ୟାରେଟ ସୁନା ଭରିପିଛା ମୂଲ୍ୟ ୮୦ ହଜାର ଡେଇଁଛି। ୨୪ କ୍ୟାରେଟ ସୁଦ୍ଧ ସୁନା ଭରି ପିଛା ମୂଲ୍ୟ ୮୧୧୧୦ ଟଙ୍କାରେ ବ୍ୟବସାୟ ଆରମ୍ଭ କରିଛି। ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଭରି ପିଛା ୭୩୪୧୦ ଟଙ୍କାରେ କାରବାର କରୁଥିବା ବେଳେ ୨୪ କ୍ୟାରେଟ ଭରି ପିଛା ସୁନା ୮୦୦୮୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ତେବେ ସୁନା କିଣିବା ପୂର୍ବରୁ ମୂଲ୍ୟ ଯାଞ୍ଚ କରି ଆପଣ ସୁନା କିଣିପାରିବେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: