Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Post Office / ବ୍ୟାଙ୍କକୁ ପଛରେ ପକାଇଦେଲା ପୋଷ୍ଟ ଅଫିସ, TD ଯୋଜନାରେ ୫ ବର୍ଷରେ ମିଳିବ ଏତେ ଟଙ୍କା...

Banajyotshna Ray
Browse all articles by Banajyotshna Ray
·5 months ago·2 min read
ବ୍ୟାଙ୍କକୁ ପଛରେ ପକାଇଦେଲା ପୋଷ୍ଟ ଅଫିସ, TD ଯୋଜନାରେ ୫ ବର୍ଷରେ ମିଳିବ ଏତେ ଟଙ୍କା...
Post Office

Key Points

ବ୍ୟାଙ୍କକୁ ପଛରେ ପକାଇଦେଲା ପୋଷ୍ଟ ଅଫିସର ଏହି ଯୋଜନା
ଟଙ୍କା ଗଣି ଗଣି ହେବେ ହାଲିଆ
ପୁଣି ପୋଷ୍ଟ ଅଫିସ ଆଣିଲା ବଡ଼ ଅଫର। ପଛରେ ପଡ଼ିଲା ବ୍ୟାଙ୍କ। ସଞ୍ଚୟ ଓ ନିବେଶ ମାମଲାରେ ଡାକଘର ଏବେ ଦେଶର ବଡ଼ ବଡ଼ ବ୍ୟାଙ୍କକୁ ମଧ୍ୟ ପଛରେ ପକାଇଛି। ଯାହାଦ୍ୱାରା ଅନେକ ଲୋକ ଉପକୃତ ହୋଇପାରିବେ। ଡାକଘରର ସଞ୍ଚୟ ଯୋଜନାର ସୁଧ ହାର ପ୍ରତି ୩ ମାସରେ ସମୀକ୍ଷା ହୋଇଥାଏ ଏବଂ ଏହାକୁ ଅର୍ଥ ମନ୍ତ୍ରଣାଳୟ ନିୟନ୍ତ୍ରଣ କରେ। ଆରବିଆଇ ଦ୍ୱାରା ରେପୋ ରେଟ କମାଯିବା ପରେ ଅଧିକାଂଶ ବ୍ୟାଙ୍କ ନିଜ ଏଫ୍‌ଡି ସୁଧ ହାର କମାଇଥିବାବେଳେ, ଡାକଘରର ଟାଇମ୍ ଡିପୋଜିଟ୍ (TD) ଯୋଜନାରେ ଏବେ ବି ପୂର୍ବ ପରି ଆକର୍ଷଣୀୟ ସୁଧ ମିଳୁଛି।

ତେବେ ଧ୍ୟାନ ରଖିବା ଦରକାର ଯେ, ଡାକଘର TD ଯୋଜନାରେ ସମସ୍ତ ଆୟୁ ବର୍ଗର ନିବେଶକଙ୍କୁ ସମାନ ସୁଧ ମିଳେ। ଯେଉଁଠାରେ ବ୍ୟାଙ୍କମାନେ ବରିଷ୍ଠ ନାଗରିକଙ୍କୁ ସାଧାରଣ ଗ୍ରାହକଙ୍କ ଠାରୁ ଅଧିକ ସୁଧ ଦେଇଥାନ୍ତି।ଡାକଘରରେ ୧ ବର୍ଷ, ୨ ବର୍ଷ, ୩ ବର୍ଷ ଓ ୫ ବର୍ଷ ମିଆଦର ଟାଇମ୍ ଡିପୋଜିଟ୍ (TD) ଖାତା ଖୋଲାଯାଇପାରେ। ଏହି TD ଖାତା ବ୍ୟାଙ୍କର FD ଭଳି ହୋଇଥାଏ, ଯେଉଁଠାରେ ମେଚ୍ୟୁରିଟି ସମୟରେ ନିର୍ଦ୍ଧାରିତ ସୁଧ ସହ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ମିଳେ। ଏହା ଉପରେ ସରକାରୀ ଗ୍ୟାରେଣ୍ଟି ଥିବାରୁ ନିବେଶ ପୂରାପୁରି ସୁରକ୍ଷିତ। ବର୍ତ୍ତମାନ ଡାକଘର ୧ ବର୍ଷ TD ଉପରେ ୬.୯%, ୨ ବର୍ଷରେ ୭.୦%, ୩ ବର୍ଷରେ ୭.୧% ଏବଂ ୫ ବର୍ଷ TD ଉପରେ ୭.୫% ସୁଧ ଦେଉଛି।

ଏଥିସହ ପଢ଼ନ୍ତୁ: ପିଲା ମହାକାଶରେ ଜନ୍ମ ହେଲେ, ସେ କଣ ଏଲିଅନ୍‌ ହେଇଯିବ...

ଯଦି କେହି ୫ ବର୍ଷ ପାଇଁ ଡାକଘର TD ଯୋଜନାରେ ୨ ଲକ୍ଷ ଟଙ୍କା ଜମା କରନ୍ତି, ତେବେ ମେଚ୍ୟୁରିଟି ସମୟରେ ମୋଟ ୨,୮୯,୯୯୦ ଟଙ୍କା ମିଳିବ। ଏଥିରେ ୮୯,୯୯୦ ଟଙ୍କା ହେଉଛି ନିଶ୍ଚିତ ସୁଧ। ଏବେ ଦେଶର ଅଧିକାଂଶ ବ୍ୟାଙ୍କ ୫ ବର୍ଷ FD ଉପରେ ୭.୫% ସୁଧ ଦେଉନାହାଁନ୍ତି। ସୁରକ୍ଷିତ ନିବେଶ ପାଇଁ ପୋଷ୍ଟ ଅଫିସ ହେଉଛି ପ୍ରଥମ ପସନ୍ଦ- ସୁରକ୍ଷିତ ନିବେଶ ଏବଂ ସ୍ଥିର ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଭାରତୀୟ ଡାକଘର ସଞ୍ଚୟ ଯୋଜନା ସବୁବେଳେ ସମସ୍ତଙ୍କର ପସନ୍ଦ । RBI ରେପୋ ହାର ପରିବର୍ତ୍ତନ ସତ୍ତ୍ୱେ, ଅର୍ଥ ମନ୍ତ୍ରଣାଳୟ ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ପାଇଁ ଡାକଘର ସଞ୍ଚୟ ଯୋଜନା ସୁଧ ହାରକୁ ଅପରିବର୍ତ୍ତିତ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ସବୁଠାରୁ ଲୋକପ୍ରିୟ ମାସିକ ଆୟ ଯୋଜନା ଏହାର ଅର୍ଥ ହେଉଛି ନିବେଶକମାନେ ଆକର୍ଷଣୀୟ ସୁଧ ହାର ପାଇ ପାରିବେ ।

ଅଧିକ ପଢ଼ନ୍ତୁ ଅର୍ଥନୀତି ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Post Office | Post Office Beats Banks in TD Scheme | Argus News | Argus News