Videos
|
Business

Post Office Schemes / ପୋଷ୍ଟ ଅଫିସ୍ ସ୍କିମ୍‌ରେ ଟଙ୍କା ନିବେଶ କଲେ ମିଳିବ ୫.୧୭ ଲକ୍ଷ ଟଙ୍କାରୁ ଅଧିକ ସୁଧ, ଜାଣନ୍ତୁ କେମିତି

Rashmita Mishra
Browse all articles by Rashmita Mishra
·2 hours ago·3 min read
ପୋଷ୍ଟ ଅଫିସ୍ ସ୍କିମ୍‌ରେ ଟଙ୍କା ନିବେଶ କଲେ ମିଳିବ ୫.୧୭ ଲକ୍ଷ ଟଙ୍କାରୁ ଅଧିକ ସୁଧ, ଜାଣନ୍ତୁ କେମିତି
Post Office Schemes

Key Points

ପୋଷ୍ଟ ଅଫିସ୍‌ରେ ୧୧.୫ ଲକ୍ଷ ଜମା, ୫ ବର୍ଷରେ ୫.୧୭ ଲକ୍ଷ ସୁଧ
ମାତ୍ର ଥରେ ଟଙ୍କା ଜମା କରନ୍ତୁ, ପାଆନ୍ତୁ ଲକ୍ଷାଧିକ ରିଟର୍ଣ୍ଣ
ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ମିଳୁଛି ୭.୫୦% ସୁଧ
ସୁରକ୍ଷିତ ନିବେଶରେ ବଡ଼ ଫାଇଦା, ଜାଣନ୍ତୁ ପୂରା ହିସାବ

ପୋଷ୍ଟ ଅଫିସ୍ ପକ୍ଷରୁ ପରିଚାଳିତ ସ୍ମଲ୍ ସେଭିଂ ସ୍କିମ୍‌ଗୁଡ଼ିକ ଶିଶୁ, ବୟସ୍କ ଓ ଯୁବପିଢ଼ି ସମସ୍ତଙ୍କ ପାଇଁ ଉପଲବ୍ଧ । ସୁରକ୍ଷିତ ନିବେଶ ହେଉ କିମ୍ବା ଭଲ ରିଟର୍ଣ୍ଣ, ଏହି ସରକାରୀ ଯୋଜନାଗୁଡ଼ିକ ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି । ଏଥିରେ ନିବେଶ କଲେ ସରକାରଙ୍କ ପକ୍ଷରୁ ଆକର୍ଷଣୀୟ ସୁଧ ମଧ୍ୟ ମିଳିଥାଏ । ଫଳରେ ଛୋଟ ଛୋଟ ସଞ୍ଚୟ ମାଧ୍ୟମରେ ମଧ୍ୟ ଏକ ବଡ଼ ପାଣ୍ଠି ତିଆରି କରିହୁଏ ।

ଏହି ସ୍କିମ୍‌ଗୁଡ଼ିକ ମଧ୍ୟରେ ପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟ୍ ସ୍କିମ୍ (Post Office Time Deposit Scheme) ଏକ ଲୋକପ୍ରିୟ ଯୋଜନା । ଏଥିରେ ଏକକାଳୀନ ଟଙ୍କା ଜମା କରି ଆପଣ କେବଳ ସୁଧରୁ ୫ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିପାରିବେ ।

ରିସ୍କ ଫ୍ରି ନିବେଶର ବିକଳ୍ପ ପୋଷ୍ଟ ଅଫିସ୍ ସ୍କିମ୍
ନିଜର ସଞ୍ଚୟକୁ ଏଭଳି ସ୍ଥାନରେ ନିବେଶ କରିବାକୁ ଚାହୁଁଥିଲେ, ଯେଉଁଠାରେ ଭଲ ରିଟର୍ଣ୍ଣ ସହ ଟଙ୍କାର ସୁରକ୍ଷା ମଧ୍ୟ ରହିବ, ତେବେ ପୋଷ୍ଟ ଅଫିସ୍ ସ୍କିମ୍ ଏକ ଭଲ ବିକଳ୍ପ ହୋଇପାରେ । ଏହି ଯୋଜନାଗୁଡ଼ିକରେ ନିବେଶ ଉପରେ ସରକାରୀ ସମର୍ଥନ ରହିଥାଏ । ତେଣୁ ବଜାରର ଉତ୍ଥାନ-ପତନ ଯୋଗୁଁ ଏଥିରେ ନିବେଶ ରାଶି କମିବାର ବିପଦ ନାହିଁ ।

ସରକାର ଦେଉଛନ୍ତି ୭.୫୦% ପର୍ଯ୍ୟନ୍ତ ସୁଧ
ପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟ୍ ସ୍କିମ୍‌ରେ ନିବେଶ କଲେ ସରକାରଙ୍କ ପକ୍ଷରୁ ଆକର୍ଷଣୀୟ ସୁଧ ମିଳୁଛି । ନିବେଶର ଅବଧି ଅନୁସାରେ ସୁଧ ହାର ଭିନ୍ନ ଭିନ୍ନ ରହିଛି ।
- ୧ ବର୍ଷର ନିବେଶରେ – ୬.୯୦%
- ୨ ବର୍ଷର ନିବେଶରେ – ୭.୦୦%
- ୩ ବର୍ଷର ନିବେଶରେ – ୭.୧୦%
- ୫ ବର୍ଷର ନିବେଶରେ – ୭.୫୦%
ଅର୍ଥାତ୍ ୫ ବର୍ଷ ପାଇଁ ଟଙ୍କା ଜମା କଲେ ସର୍ବାଧିକ ୭.୫୦ ପ୍ରତିଶତ ସୁଧ ମିଳିପାରିବ ।

ସିଙ୍ଗଲ୍ କିମ୍ବା ଜଏଣ୍ଟ ଆକାଉଣ୍ଟ ଖୋଲିପାରିବେ
ପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟ୍ ସ୍କିମ୍‌ରେ ମାତ୍ର ୧,୦୦୦ ଟଙ୍କାରୁ ନିବେଶ ଆରମ୍ଭ କରିହେବ । ଏଥିରେ ସର୍ବାଧିକ ନିବେଶର କୌଣସି ସୀମା ନାହିଁ । ଅର୍ଥାତ୍ ନିଜ ସାମର୍ଥ୍ୟ ଅନୁସାରେ ଯେତେ ଇଚ୍ଛା ସେତେ ଟଙ୍କା ଜମା କରିପାରିବେ । ଏହି ଯୋଜନାରେ ଆପଣ ସିଙ୍ଗଲ୍ ଆକାଉଣ୍ଟ କିମ୍ବା ଜଏଣ୍ଟ ଆକାଉଣ୍ଟ ଖୋଲିପାରିବେ । ଏଥିପାଇଁ ନିଜ ନିକଟସ୍ଥ ପୋଷ୍ଟ ଅଫିସ୍‌କୁ ଯାଇ ଆବଶ୍ୟକ ପ୍ରକ୍ରିୟା ପୂରଣ କରି ଆକାଉଣ୍ଟ ଖୋଲିପାରିବେ ।

କେମିତି ମିଳିବ ୫ ଲକ୍ଷରୁ ଅଧିକ ସୁଧ ?
ଏବେ ଜାଣିବା ଏହି ଯୋଜନାରେ ଏକକାଳୀନ ଟଙ୍କା ନିବେଶ କରି କିପରି ୫ ଲକ୍ଷରୁ ଅଧିକ ସୁଧ ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କୁ ୫ ବର୍ଷର ମ୍ୟାଚୁରିଟି ଅବଧି ପାଇଁ ଏକକାଳୀନ ୧୧.୫ ଲକ୍ଷ ଟଙ୍କା ଜମା କରିବାକୁ ହେବ । ବାର୍ଷିକ ୭.୫୦ ପ୍ରତିଶତ ସୁଧ ହାର ଅନୁସାରେ ମ୍ୟାଚୁରିଟି ସମୟରେ ମୋଟ ୧୬,୬୭,୪୪୦ ଟଙ୍କା ମିଳିବ । ଏହି ମୋଟ ରାଶି ମଧ୍ୟରୁ ଆପଣଙ୍କ ମୂଳ ନିବେଶ ୧୧.୫ ଲକ୍ଷ ଟଙ୍କା ହୋଇଥିବା ବେଳେ କେବଳ ସୁଧ ବାବଦରେ ୫,୧୭,୪୪୦ ଟଙ୍କା ମିଳିବ ।

ଟ୍ୟାକ୍ସ ଛାଡ଼ର ସୁବିଧା ମଧ୍ୟ ରହିଛି
ପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟ୍ ସ୍କିମ୍‌ରେ ୧ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ନିବେଶ କରିବାର ସୁବିଧା ରହିଛି । ଏଥିରେ ୧ ବର୍ଷ ପାଇଁ ୬.୯୦%, ୨ ବର୍ଷ ପାଇଁ ୭%, ୩ ବର୍ଷ ପାଇଁ ୭.୧୦% ଏବଂ ୫ ବର୍ଷ ପାଇଁ ୭.୫୦% ସୁଧ ମିଳିଥାଏ । ଏହି ଯୋଜନାର ଆଉ ଏକ ବଡ଼ ଫାଇଦା ହେଉଛି ଟ୍ୟାକ୍ସ ଛାଡ଼ ।

୫ ବର୍ଷିଆ ଟାଇମ୍ ଡିପୋଜିଟ୍‌ରେ ନିବେଶ କଲେ ଆୟକର ଆଇନର ଧାରା ୮୦C ଅନୁଯାୟୀ ନିୟମ ଅନୁସାରେ ଟ୍ୟାକ୍ସ ଛାଡ଼ର ସୁବିଧା ମିଳିଥାଏ । ତେବେ ନିବେଶ କରିବା ପୂର୍ବରୁ ସୁଧ ହାର, ଟ୍ୟାକ୍ସ ନିୟମ ଏବଂ ମ୍ୟାଚୁରିଟି ସମ୍ପର୍କିତ ସର୍ତ୍ତାବଳୀ ନିକଟସ୍ଥ ପୋଷ୍ଟ ଅଫିସ୍‌ରୁ ଯାଞ୍ଚ କରିନେବା ଉଚିତ୍ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: