Post Office Vs Bank / କିଏ ଦେବ ଅଧିକ ଗ୍ୟାରେଣ୍ଟି, ପୋଷ୍ଟ ଅଫିସ୍ ନା ବ୍ୟାଙ୍କ

Key Points
କିଏ ଦେବ ଅଧିକ ଗ୍ୟାରେଣ୍ଟି, ପୋଷ୍ଟ ଅଫିସ୍ ନା ବ୍ୟାଙ୍କ ।
ସାଧାରଣତଃ ଟଙ୍କା ସଞ୍ଚୟ କଥା ଆସିଲେ ପ୍ରଥମେ ସୁରକ୍ଷା ବିଷୟରେ ମନରେ ପ୍ରଶ୍ନ ଆସିଥାଏ । ବିଶେଷକରି ଛୋଟ ନିବେଶକଙ୍କ ପାଇଁ,ଯେଉଁମାନଙ୍କ ପାଖରେ ସେମାନଙ୍କର ପୁଞ୍ଜିକୁ ସଠିକ ସ୍ଥାନରେ ନିବେଶ କରି ଭଲ ରିଟର୍ଣ୍ଣ ପାଇବାର ଆଶା ରହିଥାଏ । ସୁରକ୍ଷା କଥା ଆସିଲେ, ପୋଷ୍ଟ ଅଫିସ ଏବଂ ବ୍ୟାଙ୍କ ଉଭୟକୁ ବହୁତ ସୁରକ୍ଷିତ ବୋଲି ସମସ୍ତେ କହିଥାନ୍ତି କିନ୍ତୁ ସେମାନଙ୍କର ସୁରକ୍ଷା ଆଧାର ଭିନ୍ନ ଭିନ୍ନ ହୋଇଥାଏ । ଏହି ଦୁଇଟା ଭିତରୁ କେଉଁଟା ଅଧିକ ଭଲ,ଆପଣଙ୍କ ଟଙ୍କା କେଉଁଠାରେ ସୁରକ୍ଷିତ ଏବଂ କାହିଁକି ଜାଣନ୍ତୁ ।
ପୋଷ୍ଟ ଅଫିସ ଯୋଜନାରେ ଆପଣଙ୍କ ଟଙ୍କା ସବୁଠାରୁ ସୁରକ୍ଷିତ
ପୋଷ୍ଟ ଅଫିସ ସଞ୍ଚୟ ଯୋଜନା ଯେପରିକି PPF, NSC, MIS ଏକ ଦମଦାର ସ୍କିମ୍ । ଏହାର ଅର୍ଥ ହେଉଛି ସେମାନଙ୍କର ୧୦୦% ସୁରକ୍ଷା ସ୍ତର ଅଛି କାରଣ ସରକାର ନିଜେ ଦାୟିତ୍ୱ ଗ୍ରହଣ କରନ୍ତି । ଆଉ ଭଲ ରିଟଣର୍ଣ୍ଣ ଦେଇଥାନ୍ତି ମଧ୍ୟ ।
ଆପଣଙ୍କର ସମ୍ପୂର୍ଣ୍ଣ ଜମା (ଟଙ୍କା + ସୁଧ) ସିଧାସଳଖ ଭାରତ ସରକାରଙ୍କ ଦ୍ୱାରା ଗ୍ୟାରେଣ୍ଟି ଦିଆଯାଇଛି । ଏହି ସ୍କିମରେ ଆପଣଙ୍କ ଟଙ୍କା ବୁଡ଼ିଯିବାର କୌଣସି ବିଦପ ନାହିଁ । ପୋଷ୍ଟ ଅଫିସ କେବେବି ଫାଙ୍କି ପାରିବ ନାହିଁ କାରଣ ଏହା ସରକାରଙ୍କର ଏକ ଅଂଶ। ସୀମା ବିଷୟରେ, ସୁରକ୍ଷା ଉପରେ କୌଣସି ପ୍ରଶ୍ନ ନାହିଁ । ଆପଣ ୧୦ ଲକ୍ଷ କିମ୍ବା ୫୦ ଲକ୍ଷ ଜମା କରନ୍ତୁ, ସମ୍ପୂର୍ଣ୍ଣ ଜମା ସରକାରଙ୍କ ଦ୍ୱାରା କଭର କରାଯାଏ ।
ବ୍ୟାଙ୍କ ଜମା କେତେ ସୁରକ୍ଷିତ?
ବ୍ୟାଙ୍କରେ ଜମା ହୋଇଥିବା ଟଙ୍କା RBIର ଏକ ସଂସ୍ଥା DICGC (ଡିପୋଜିଟ୍ ଇନସ୍ୟୁରାନ୍ସ ଆଣ୍ଡ୍ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ) ଅଧୀନରେ ସୁରକ୍ଷିତ। ଏହାର ସୁରକ୍ଷା ସ୍ତର ବହୁତ ହାଇ ବିଶେଷକରି ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡ଼ିକରେ, କିନ୍ତୁ ଏକ ଆଇନଗତ ସୀମା ମଧ୍ୟରେ। ବ୍ୟାଙ୍କ ଜମା ମଧ୍ୟ ବୀମା କଭରେଜ୍ ସହିତ ଆସିଥାଏ। ତଥାପି, କେବଳ ୫ ଲକ୍ଷ ପର୍ଯ୍ୟନ୍ତ ଆପଣଙ୍କର ବ୍ୟାଙ୍କ ଜମା (ଟଙ୍କା ଏବଂ ସୁଧ ସହିତ) ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ବୀମା ପାଇପାରିବେ ।
ଯଦି ବ୍ୟାଙ୍କଟି ବନ୍ଧ ହୋଇଯାଏ କିମ୍ବା ଦେବାଳିଆ ହୋଇଯାଏ, ତେବେ ଆପଣଙ୍କ ଆକାଉଣ୍ଟରେ ୨୦ ଲକ୍ଷ ଟଙ୍କା ଥିଲେ ମଧ୍ୟ ସରକାର/DICGC ଆପଣଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କା ଦେବାକୁ ଆଇନଗତ ଭାବରେ ବାଧ୍ୟ।
ଆପଣଙ୍କ ପାଇଁ କେଉଁଟି ଭଲ?
ଯଦି ସୁରକ୍ଷା ଆପଣଙ୍କର ପ୍ରାଥମିକତା, ତେବେ ପୋଷ୍ଟ ଅଫିସ ପ୍ରଥମ। ବିଶେଷକରି ବରିଷ୍ଠ ନାଗରିକ ଏବଂ ଯେଉଁମାନେ ସେମାନଙ୍କର ଜୀବନ ସଞ୍ଚୟକୁ ଗୋଟିଏ ସ୍ଥାନରେ ରଖିବାକୁ ଚାହାଁନ୍ତି ସେମାନଙ୍କ ପାଇଁ ବେଷ୍ଟ ଅପ୍ସନ୍। ଯଦି ଆପଣଙ୍କର ବହୁତ ଟଙ୍କା ଅଛି, ତେବେ ସମସ୍ତ ଟଙ୍କା ଗୋଟିଏ ବ୍ୟାଙ୍କରେ ରଖିବା ପରିବର୍ତ୍ତେ, ଏହାକୁ ବିଭିନ୍ନ ବ୍ୟାଙ୍କରେ ୫ ଲକ୍ଷ ଟଙ୍କାର କିସ୍ତିରେ ରଖନ୍ତୁ ଯାହା ଦ୍ଵାରା ସମ୍ପୂର୍ଣ୍ଣ ଟଙ୍କା ବୀମା ଅଧୀନରେ ରହିବ। ସରକାରୀ ବନାମ ଘରୋଇ ବ୍ୟାଙ୍କ ସୁରକ୍ଷା ଦୃଷ୍ଟିରୁ, SBI, PNB ଭଳି ସରକାରୀ ବ୍ୟାଙ୍କଗୁଡ଼ିକୁ ଘରୋଇ ବ୍ୟାଙ୍କ ତୁଳନାରେ ଅଧିକ ନିର୍ଭରଯୋଗ୍ୟ ବୋଲି ବିବେଚନା କରାଯାଏ କାରଣ ଏଥିରେ ସରକାରଙ୍କର ଅଂଶ ରହିଛି
📱 Get Argus News App
✨Related Topics
Explore more stories