Scam / ରେଳ ପେନସନଭୋଗୀ ସାବଧାନ: PPO ଅପଡେଟ୍ ନାମରେ ଠକେଇ

Key Points
ରେଳ ପେନସନଭୋଗୀ ସାବଧାନ ରୁହନ୍ତୁ !
PPO ଅପଡେଟ୍ ନାମରେ ଠକେଇ ।
ରେଳବାଇ ପେନସନଭୋଗୀଙ୍କ ପାଇଁ ସରକାର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିୟମ ଜାରି କରିଛନ୍ତି । ରେଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଠକମାନେ ଏବେ ପେନସନଭୋଗୀଙ୍କୁ ଟାର୍ଗେଟ କରୁଛନ୍ତି । ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି ରେଳବାଇରୁ ଅବସର ନେଇଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ।
ରେଳ ମନ୍ତ୍ରଣାଳୟ ପେନସନଭୋଗୀଙ୍କୁ ସାଇବର ଠକେଇ ପ୍ରତି ସତର୍କ ରହିବାକୁ ଏକ ସରକାରୀ ପରାମର୍ଶ ଜାରି କରିଛନ୍ତି । ଅନେକ ମାମଲା ରିପୋର୍ଟ ହୋଇଛି ଯେଉଁଠାରେ ଠକମାନେ ନିଜକୁ ରେଳ ଅଧିକାରୀ ବୋଲି ପରିଚୟ ଦେଇ ପେନସନଭୋଗୀଙ୍କୁ ଡକାଉଛନ୍ତି ।
ଏହି ନୂଆ ଠକେଇ ପଦ୍ଧତି କ’ଣ?
ଠକମାନେ ପେନସନଭୋଗୀଙ୍କୁ କଲ୍ କରୁଛନ୍ତି, ମେସେଜ୍ କରୁଛନ୍ତି କିମ୍ବା ହ୍ୱାଟସଆପ୍ କରୁଛନ୍ତି, ନିଜକୁ ବରିଷ୍ଠ ରେଳ ଅଧିକାରୀ ଭାବରେ ପରିଚୟ ଦେଉଛନ୍ତି ଆଉ କିଛି ବାହାନା କରି ସମସ୍ତ ସୂଚନା ମାଗୁଛନ୍ତି । PPO ଅପଡେଟ୍, ପେନସନ୍ ପେମେଣ୍ଟ ଅର୍ଡର (PPO) ଅପଡେଟ୍ କରିବା ନାମରେ। KYC ଯାଞ୍ଚ, ପେନସନ ଆକାଉଣ୍ଟର KYC ପୁନଃକରିବା ନାମରେ । ଅତିରିକ୍ତ ସୁବିଧା, ଯେକୌଣସି ଅତିରିକ୍ତ ପେନସନ ସୁବିଧା କିମ୍ବା ବକେୟା ଦେୟ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ ସମସ୍ତ ତଥ୍ୟ ହାତେଉଛନ୍ତି ।
ରେଳ ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ କହିଛି ଯେ ରେଳବାଇ କେବେବି PPO କିମ୍ବା ସେବା ରେକର୍ଡ ଅପଡେଟ୍ କରିବା ପାଇଁ କୌଣସି ଲିଙ୍କ୍ ପଠାଏ ନାହିଁ । ଖାଲି ସେତିକି ନୁହେଁ କୌଣସି ରେଳବାଇ ଅଧିକାରୀ ଫୋନ୍ କଲ୍, SMS, WhatsApp, କିମ୍ବା ସୋସିଆଲ ମିଡିଆ ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ପାସୱାର୍ଡ, OTP କିମ୍ବା କୌଣସି ଗୋପନୀୟ ଆର୍ଥିକ ସୂଚନା ମାଗନ୍ତି ନାହିଁ । ଆପଣଙ୍କ ପେନସନ୍ ଅପଡେଟ୍ କରିବା ପାଇଁ କୌଣସି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ ।
ଏଥିସହ ପଢ଼ନ୍ତୁ: ବୋର୍ଡ ବୈଠକରେ ବଡ଼ ଘୋଷଣା, ଏଣିକି DLR କର୍ମଚାରୀଙ୍କୁ ମିଳିବ ଗ୍ରାଚ୍ୟୁଇଟି...
ଆପଣ କ’ଣ କରିବା ଉଚିତ ?
ଅଜଣା ନମ୍ବରରୁ ଆସୁଥିବା କଲ୍ ସହିତ କେବେବି ଆପଣଙ୍କର ବ୍ୟାଙ୍କ ବିବରଣୀ କିମ୍ବା ବ୍ୟକ୍ତିଗତ ସୂଚନା ସେୟାର କରନ୍ତୁ ନାହିଁ । ଯଦି ଆପଣଙ୍କ ଘରେ କୌଣସି ବୟସ୍କ ବ୍ୟକ୍ତି ଅଛନ୍ତି, ତେବେ ସେମାନଙ୍କୁ ଜଣାନ୍ତୁ ଏବଂ ପରିସ୍ଥିତି ବୁଝାନ୍ତୁ । ତଥାପି, ଯଦି ଆପଣ କୌଣସି ସନ୍ଦେହଜନକ କଲ୍ କିମ୍ବା ମେସେଜ୍ ପାଆନ୍ତି, ତେବେ ତୁରନ୍ତ ଆପଣଙ୍କର ସ୍ଥାନୀୟ ପୋଲିସ ସାଇବର ସେଲ୍ ଜାତୀୟ ସାଇବର ଅପରାଧ ହେଲ୍ପଲାଇନ୍ ନମ୍ବର:୧୯୩୦ କୁ କଲ୍ କରନ୍ତୁ ଏବଂ ଆପଣଙ୍କର ସମ୍ପୃକ୍ତ ରେଳ ପ୍ରଶାସନିକ କାର୍ଯ୍ୟାଳୟକୁ ଜଣାନ୍ତୁ ।
ପେନସନ କିମ୍ବା ବେତନ କମିଶନ ସମ୍ବନ୍ଧୀୟ ଯେକୌଣସି ସୂଚନା ପାଇଁ, କେବଳ ସରକାରୀ ରେଳବାଇ ୱେବସାଇଟ୍ ଦେଖନ୍ତୁ । ଦୟାକରି ଧ୍ୟାନ ଦିଅନ୍ତୁ ଯେ ଆପଣ କୌଣସି ପ୍ରକାରର ପ୍ରଲୋଭନ କିମ୍ବା ଭୟରେ, ଯେପରିକି ପେନସନ ବାତିଲ ହେବାର ଭୟରେ ଆପଣଙ୍କର ବ୍ୟାଙ୍କ ବିବରଣୀ ସେୟାର କରିବା ଉଚିତ୍ ନୁହେଁ ।
ପଢନ୍ତୁ ଏହି ଖବର: PFର ସମ୍ପୂର୍ଣ୍ଣ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ EPFOର ନୂଆ ନିୟମ
📱 Get Argus News App
✨Related Topics
Explore more stories