|
logo
Live
Argus News App
GET APP

Argus News - ଅପରିବର୍ତ୍ତିତ ରହିଲା ରେପୋ ରେଟ୍; ବଢ଼ିବନି ଆପଣଙ୍କ EMI

Business

RBI Policy / ଅପରିବର୍ତ୍ତିତ ରହିଲା ରେପୋ ରେଟ୍; ବଢ଼ିବନି ଆପଣଙ୍କ EMI

Sushanta Sahoo
Browse all articles by Sushanta Sahoo
·1 month ago·2 min read
ଅପରିବର୍ତ୍ତିତ ରହିଲା ରେପୋ ରେଟ୍; ବଢ଼ିବନି ଆପଣଙ୍କ EMI
Repo Rate Unchanged at 5.25%: RBI Brings EMI Relief

Key Points

ରେପୋ ରେଟ୍ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ଗ୍ରହଣ କରିଛି ଆରିବିଆଇ । ଫଳରେ ରେପୋ ରେଟ୍ ଅପରିବର୍ତ୍ତିତ ରହୁଥିବାରୁ ଆପଣଙ୍କ ହୋମ୍ ଲୋନ୍‍, କାର ଲୋନ୍ ଇତ୍ୟାଦି ଲୋନର EMI ବଢ଼ିବ ନାହିଁ ।
ମୁମ୍ବାଇ: ଦୁଇ ଦିନ ଧରି ଚାଲିଥିବା ମୁଦ୍ରା ନୀତି (Monetary Policy) ବୈଠକରେ ଆରବିଆଇ ବଡ଼ ନିଷ୍ପତ୍ତି ନେଇଛି । ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।

ଶୁକ୍ରବାର ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣ ସଞ୍ଜୟ ମାଲହୋତ୍ରା ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି । ମୁଦ୍ରା ନୀତି କମିଟି ଅର୍ଥନୀତିକ ପରିସଂଖ୍ୟାନକୁ ଦେଖି ରେପୋ ରେଟ୍ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ଗ୍ରହଣ କରିଛି ।

ଏଥିସହ ପଢ଼ନ୍ତୁ: ଆଜି ବି ଖସିଲା ସୁନା, ରୁପା ଦର; ଭୁବନେଶ୍ଵରରେ ଦାମ କେତେ ?

ଫଳରେ ରେପୋ ରେଟ୍ ଅପରିବର୍ତ୍ତିତ ରହୁଥିବାରୁ ଆପଣଙ୍କ ହୋମ୍ ଲୋନ୍‍, କାର ଲୋନ୍ ଇତ୍ୟାଦି ଲୋନର EMI ବଢ଼ିବ ନାହିଁ । ଅର୍ଥାତ୍ ପୂର୍ବରୁ ଆପଣ ଲୋନ୍ ପାଇଁ ମାସିକ ଯେତିକି ଟଙ୍କା ଦେଉଥିଲେ ସେତିକି ହିଁ ଭରିବାକୁ ପଡ଼ିବ ।

ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, "ଦରବୃଦ୍ଧି ନିୟନ୍ତ୍ରଣରେ ରହିଛି ଓ ବିକାଶ ଦର ସକାରାତ୍ମକ ଅଛି । ଭୂ-ରାଜନୈତିକ ଅନିଶ୍ଚିତତା ଭିତରେ ଭାରତୀୟ ଅର୍ଥନୀତି ସୁଦୃଢ଼ ହେଉଛି ।"

ରିଜର୍ଭ ବ୍ଯାଙ୍କ ଅଫ୍ ଇଣ୍ଡିଆ ଆଗାମୀ ଆର୍ଥିକ ବର୍ଷ ୨୦୨୬-୨୭ର ପ୍ରଥମ ତ୍ରୈମାସିକ ଓ ଦ୍ଵିତୀୟ ତ୍ରୈମାସିକରେ ବିକାଶ ଦର ୬.୯ ପ୍ରତିଶତ ଓ ୭ ପ୍ରତିଶତ ରହିବା ଅନୁମାନ କରିଛି । ଅର୍ଥାତ୍ ଏପ୍ରିଲ୍‌ରୁ ଜୁନ୍ ମଧ୍ୟରେ ଦେଶର ଜିଡିପି ୬.୯ ପ୍ରତିଶତ ଏବଂ ଜୁଲାଇ ସେପ୍ଟେମ୍ବର ମଧ୍ୟରେ ଦେଶର ବିକାଶ ଦର ୭ ପ୍ରତିଶତ ରହିପାରେ ।

ଆରବିଆଇ ଗଭର୍ଣ୍ଣର କହିଛନ୍ତି, "କମ୍ପାନୀଗୁଡ଼ିକର ଉତ୍ତମ ପ୍ରଦର୍ଶନ ଓ ଅସଙ୍ଗଠିତ କ୍ଷେତ୍ରର ନିରନ୍ତର ଅଗ୍ରଗତିରୁ ଉତ୍ପାଦନ ଶିଳ୍ପକୁ ପ୍ରୋତ୍ସାହନ ମିଳିବ । ଗ୍ରାମୀଣ କ୍ଷେତ୍ରରେ ଚାହିଦା ସ୍ଥିର ରହିବ, ସହରାଞ୍ଚଳରେ ଆବଶ୍ୟକତା ବୃଦ୍ଧି ହେବା ସମ୍ଭାବନା ରହିଛି ।"

ଏଥିସହ ପଢ଼ନ୍ତୁ: ଆମେରିକା ବଜାରରେ ବଢ଼ିବ ଓଡ଼ିଶାର ସାମୁଦ୍ରିକ ଖାଦ୍ୟର ଚାହିଦା: ମୁଖ୍ୟମନ୍ତ୍ରୀ

ସେହିଭଳି ଆରବିଆଇ ୨୦୨୫-୨୬ ଆର୍ଥିକ ବର୍ଷରେ ଜିଡିପି ଆକଳନକୁ ପରିବର୍ତ୍ତନ କରିଛି । ପୂର୍ବରୁ ଜିଡିପି ୭.୩ ପ୍ରତିଶତ ରହିବା ନେଇ ଆରବିଆଇ ଆକଳନ କରିଥିଲା । ଏବେ ତାହାକୁ ୭.୪ ପ୍ରତିଶତକୁ ବୃଦ୍ଧି କରିଛି । ଆରବିଆଇ ଗଭର୍ଣ୍ଣର କହିଛନ୍ତି, "୨୦୨୬ ବଜେଟ୍‌ରେ ଘୋଷଣା କରାଯାଇଥିବା ଯୋଜନା ବିକାଶକୁ ବଳ ଦେବ । ରପ୍ତାନୀ ଆହୁରି ବଢ଼ିବ ।"

ଆରବିଆଇ ଗଭର୍ଣ୍ଣ କହିଛନ୍ତି, "ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି ଓ ସମ୍ଭାବିତ ଭାରତ-ପାକିସ୍ତାନ ବାଣିଜ୍ୟ ବୁଝାମଣା ଦ୍ଵାରା ଭାରତର ରପ୍ତାନୀ କ୍ଷେତ୍ର ଆହୁରି ମଜଭୁତ୍ ହେବ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
RBI Policy: ଅପରିବର୍ତ୍ତିତ ରହିଲା ରେପୋ ରେଟ୍; ବଢ଼ିବନି ଆପଣଙ୍କ EMI | Argus News