SBI Customers / SBI ଗ୍ରାହକଙ୍କ ପାଇଁ ଖୁସି ଖବର: ବ୍ୟାଙ୍କରେ ଖାତା ଥିଲେ ମିଳିବ ୨ ଲକ୍ଷରୁ ୩୫ ଟଙ୍କା

Key Points
SBI ଗ୍ରହକଙ୍କ ପାଇଁ ଖୁସି ଖବର: ବ୍ୟାଙ୍କରେ ଖାତା ଥିଲେ ମିଳିବ ୨ ଲକ୍ଷରୁ ୩୫ ଟଙ୍କା ।
SBI ତାର ପୁରୁଣା ଗ୍ରାହକମାନଙ୍କୁ ୨ ଲକ୍ଷ ଟଙ୍କା ଦେଉଛି । ଆପଣ ହୁଏତ ଆପଣଙ୍କ ଇଷ୍ଟାଗ୍ରାମ ଫିଡ୍ରେ ଏହି ଏକ ଭିଡିଓ ଦେଖିଥିବେ । ଏହା ସତ ପ୍ରକୃତରେ SBIର RTXC (ରିଅଲ୍-ଟାଇମ୍ ଏକ୍ସପ୍ରେସ୍ କ୍ରେଡିଟ୍) ଅଫର୍ ବିଷୟରେ, ଯାହା କେବଳ ୨ ଲକ୍ଷ ନୁହେଁ, ବରଂ ୩୫ ଲକ୍ଷ ପର୍ଯ୍ୟନ୍ତ ଦେଇଥାଏ । କେତେବେଳେ ଜୀବନରେ ଏପରି ପରିସ୍ଥିତି ଉପୁଜେ ଯେତେବେଳେ ଆପଣଙ୍କୁ ହଠାତ୍ ଟଙ୍କାର ଆବଶ୍ୟକତା ପଡ଼ିଥାଏ । ପ୍ରାୟତଃ, ଆପଣ ବନ୍ଧୁ, ସମ୍ପର୍କୀୟ କିମ୍ବା ପରିଚିତ ଲୋକଙ୍କ ସହିତ ଯୋଗାଯୋଗ କରି ଟଙ୍କା ଯୋଗାଡ଼ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଯଦି ଆପଣ ଯୋଗାଡ଼ କରିପାରନ୍ତି ନାହିଁ ତେବେ ଚିନ୍ତାରେ ରହିଥାନ୍ତି ।
ଏପରି ପରିସ୍ଥିତିରେ, ବ୍ୟକ୍ତିଗତ ଋଣ ଏକ ଭଲ ବିକଳ୍ପ ହୋଇପାରେ ଏବଂ ଯଦି ଆପଣଙ୍କର ଦେଶର ସବୁଠାରୁ ବଡ଼ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଏକ ଆକାଉଣ୍ଟ ଅଛି, ତେବେ ଆପଣଙ୍କର ସମସ୍ୟା ଖୁବ୍ କମ୍ ସମୟ ମଧ୍ୟରେ ସମାଧାନ ହୋଇପାରିବ ।
SBI ଏହାର ଖାସ୍ ଗ୍ରାହକମାନଙ୍କ ପାଇଁ ଏକ ରିଅଲ୍-ଟାଇମ୍ ଏକ୍ସପ୍ରେସ୍ କ୍ରେଡିଟ୍ (RTXC) ଅଫର୍ ଲଞ୍ଚ କରିଛି । ଏହି ଅଫର୍ ଅଧୀନରେ, ଗ୍ରାହକମାନେ YONO ଆପ୍ ମାଧ୍ୟମରେ ୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ପାଇପାରିବେ। ଖୁସିର ହେଉଛି କଥା ହେଉଛି, ଏହି ଋଣ ପାଇଁ କୌଣସି କାଗଜପତ୍ର ଆବଶ୍ୟକ ନାହିଁ ।
ଋଣ ପାଇଁ କିଏ ଯୋଗ୍ୟ?
ଏହି ଅଫର SBIରେ ଦରମା ଆକାଉଣ୍ଟ ଥିବା ଗ୍ରାହକମାନଙ୍କ ପାଇଁ ଉପଲବ୍ଧ । କେନ୍ଦ୍ର କିମ୍ବା ରାଜ୍ୟ ସରକାର, ପ୍ରତିରକ୍ଷା ଏବଂ କର୍ପୋରେଟ୍ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନେ ଆବେଦନ କରିପାରିବେ । ବ୍ୟାଙ୍କ ଅନୁଯାୟୀ, ଆପଣଙ୍କର ସିଭିଲ ସ୍କୋର ଯାଞ୍ଚ କରିବା ସହିତ, ଯୋଗ୍ୟତା ଏବଂ ଋଣକୁ ଅନୁମୋଦନ ମିଳିବା ସମେତ ସମସ୍ତ ପ୍ରକ୍ରିୟା ଡିଜିଟାଲ ଭାବରେ କରାଯିବ, ଯାହା ପ୍ରକ୍ରିୟାକୁ ଯଥାସମ୍ଭବ ଶୀଘ୍ର କରିବ।
କିପରି ଋଣ ନେଇପାରିବି?
ଆପଣ ଆପଣଙ୍କ ମୋବାଇଲରେ YONO ଆପ୍ ବ୍ୟବହାର କରି ସହଜରେ ଏହି ଋଣ ପାଇଁ ଆବେଦନ କରିପାରିବେ। ଆପଣଙ୍କର ଆଧାର OTP ବ୍ୟବହାର କରି ଆପଣ ଇ-ସାଇନ୍ କରିପାରିବେ ।
ସୁଧ ହାର କେତେ ହେବ?
ସୁଧ ହାର ୨ ବର୍ଷର MCLR ସହିତ ଜଡିତ ଏବଂ ସମ୍ପୂର୍ଣ୍ଣ ଋଣ ଅବଧି ପାଇଁ ସ୍ଥିର ।
ଅତ୍ୟାବଶ୍ୟକୀୟ ସର୍ତ୍ତଗୁଡ଼ିକ
ଆପଣଙ୍କର SBIରେ ଏକ ଦରମା ଆକାଉଣ୍ଟ ଥିବା ଆବଶ୍ୟକ।
ସର୍ବନିମ୍ନ ମାସିକ ଆୟ ୧୫,୦୦୦ ଟଙ୍କା ହେବା ଉଚିତ।
ଆପଣଙ୍କର EMI/NMI ରେସିଓ ୫୦-୬୦ ପ୍ରତିଶତରୁ କମ୍ ହେବା ଉଚିତ।
ସିଭିଲ ସ୍କୋର ୬୫୦ କିମ୍ବା ୭୦୦ରୁ ଅଧିକ ହେବା ଉଚିତ ।
📱 Get Argus News App
✨Related Topics
Explore more stories