Videos
|
Business

SBI Khimji Finserve / ଡିଜିଟାଲ୍ ବ୍ୟାଙ୍କିଂରେ ନୂଆ ପଦକ୍ଷେପ… ଖିମ୍‌ଜି ଫିନ୍‌ସର୍ଭ ସହ ହାତ ମିଳାଇଲା SBI

Ritu Das
Browse all articles by Ritu Das
·59 mins ago·2 min read
ଡିଜିଟାଲ୍ ବ୍ୟାଙ୍କିଂରେ ନୂଆ ପଦକ୍ଷେପ… ଖିମ୍‌ଜି ଫିନ୍‌ସର୍ଭ ସହ ହାତ ମିଳାଇଲା SBI
India

Key Points

CMP API ଇଣ୍ଟିଗ୍ରେସନ୍‌ ପାଇଁ ଖିମ୍‌ଜି ଫିନ୍‌ସର୍ଭକୁ ଆସୋସିଏସନ୍‌ ପତ୍ର ହସ୍ତାନ୍ତର
ଡିଜିଟାଲ୍‌
ବ୍ୟାଙ୍କିଂରେ ଉନ୍ନତି
ସ୍ୱୟଂଚାଳିତ
ଋଣ ବିତରଣ, ସୁରକ୍ଷିତ ଅର୍ଥ ସ୍ଥାନାନ୍ତର ଓ ବାସ୍ତବିକ ସମୟରେ ନେଣଦେଣକୁ ଗୁରୁତ୍ବ

ଭୁବନେଶ୍ୱର: ଡିଜିଟାଲ୍‌ ବ୍ୟାଙ୍କିଂ ଓ ଆର୍ଥିକ ସେବାକୁ ଅଧିକ ସରଳ, ସୁରକ୍ଷିତ ଏବଂ ସ୍ୱଚ୍ଛ କରିବା ଦିଗରେ ଖିମ୍‌ଜି ଫିନ୍‌ସର୍ଭ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ମଧ୍ୟରେ ଏକ ନୂଆ ପଦକ୍ଷେପ ନିଆଯାଇଛି । ଅକ୍ଟୋବର ୨୬, ୨୦୨୬ରେ ଭୁବନେଶ୍ୱରସ୍ଥିତ ଖିମ୍‌ଜି କେଡି ଆଣ୍ଡ ସନ୍ସର କର୍ପୋରେଟ୍‌ କାର୍ଯ୍ୟାଳୟକୁ ଏସ୍‌ବିଆଇର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର (ଟ୍ରାଞ୍ଜାକ୍ସନ୍‌ ବ୍ୟାଙ୍କିଂ) ଚନ୍ଦର ଶେଖର ଶର୍ମା ଗସ୍ତ କରିଥିଲେ । ଏହି ଅବସରରେ ଏସ୍‌ବିଆଇ ପକ୍ଷରୁ CMP API ଇଣ୍ଟିଗ୍ରେସନ୍‌ ସମ୍ପର୍କିତ ଆସୋସିଏସନ୍‌ ପତ୍ର ଖିମ୍‌ଜି ଫିନ୍‌ସର୍ଭ ପ୍ରାଇଭେଟ୍‌ ଲିମିଟେଡ୍‌ର ସିଇଓ ଅରିନ୍ଦମ ରାୟଙ୍କୁ ହସ୍ତାନ୍ତର କରାଯାଇଛି ।

  • ଡିଜିଟାଲ୍‌ ଆର୍ଥିକ କାରବାରକୁ ମିଳିବ ନୂଆ ଦିଗ

CMP API ଇଣ୍ଟିଗ୍ରେସନ୍‌ ଦ୍ୱାରା ଗ୍ରାହକଙ୍କୁ ସହଜରେ ଋଣ ମିଳିବା ସହ ସୁରକ୍ଷିତ ଅର୍ଥ କାରବାର ଏବଂ ବାସ୍ତବିକ ସମୟରେ ନେଣଦେଣ ପ୍ରକ୍ରିୟାକୁ ଅଧିକ ସୁବିଧାଜନକ କରିବାର ଲକ୍ଷ୍ୟ ରହିଛି । ଏହା ଦ୍ୱାରା କାରବାର ଉତ୍ତମ ଭାବେ ପରିଚାଳନା ହେବା ସହିତ ଆର୍ଥିକ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ କମ୍ପାନୀ ଆଶା ରଖିଛି ।

କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆସନ୍ତା ମାସରେ ସଂଗଠନରେ ଏଣ୍ଟରପ୍ରାଇଜ୍‌ ରିସୋର୍ସ ପ୍ଲାନିଂ (ERP) ବ୍ୟବସ୍ଥା ଲାଗୁ ହେବା ସହ ଏହି ଡିଜିଟାଲ୍‌ ପଦକ୍ଷେପକୁ ତ୍ବରାନ୍ବିତ କରାଯିବାର ଯୋଜନା ରହିଛି ।

  • ସୁନା ଋଣ ଓ ଅଳଙ୍କାର ବ୍ୟବସାୟ ନେଇ ଆଲୋଚନା

ଏହି ଗସ୍ତ ସମୟରେ ଏସ୍‌ବିଆଇର ପ୍ରତିନିଧିମାନେ ଖିମ୍‌ଜି ଗ୍ରୁପ୍‌ର ପ୍ରମୋଟର୍‌ ଏବଂ ବୋର୍ଡ ସଦସ୍ୟମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ବୈଠକରେ ସୁନା ଋଣ ଏବଂ ଅଳଙ୍କାର କ୍ଷେତ୍ରରେ ଭବିଷ୍ୟତର ସହଯୋଗ ଓ ବ୍ୟବସାୟିକ ସୁଯୋଗ ଉପରେ ଚର୍ଚ୍ଚା ହୋଇଥିଲା । ଏହି ଅବସରରେ ଖିମ୍‌ଜି କେଡି ଆଣ୍ଡ ସନ୍ସର ମ୍ୟାନେଜିଂ ଡାଇରେକ୍ଟର ମିତେଶ ଖିମ୍‌ଜି କହିଥିଲେ, ଡିଜିଟାଲ୍ ପରିବର୍ତ୍ତନ କେବଳ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବା ବିଷୟରେ ନୁହେଁ; ଏହା ସ୍ମାର୍ଟ ପ୍ରକ୍ରିୟା ନିର୍ମାଣ କରିବା, ଗ୍ରାହକ ଅଭିଜ୍ଞତା ବୃଦ୍ଧି କରିବା ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବା ବିଷୟରେ ଆଲୋଚନା ହୋଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଡିଜିଟାଲ୍‌ ରୂପାନ୍ତରଣ ଦିଗରେ ଆଉ ଏକ ପଦକ୍ଷେପ

ଏସ୍‌ବିଆଇ ସହ ଏହି ସହଯୋଗ ଖିମ୍‌ଜି ଫିନ୍‌ସର୍ଭର ଡିଜିଟାଲ୍‌ ଆର୍ଥିକ ସେବା ଏବଂ ଆଭ୍ୟନ୍ତରୀଣ କାର୍ଯ୍ୟପ୍ରଣାଳୀକୁ ଆଧୁନିକ କରିବାର ପ୍ରୟାସର ଏକ ବଡ଼ ଅଂଶ । ସହଜରେ ଋଣ ମିଳିବା ସହ ସୁରକ୍ଷିତ ଅର୍ଥ କାରବାର ମାଧ୍ୟମରେ ଗ୍ରାହକ ସେବା ଓ ବ୍ୟବସାୟିକ ପରିଚାଳନାରେ ଉନ୍ନତି ଆଣିବା ଏହି ପଦକ୍ଷେପର ପ୍ରମୁଖ ଉଦ୍ଦେଶ୍ୟ।