SBI ଆଣିଲା ଜନ ନିବେଶ SIP: ମାତ୍ର ୨୫୦ ଟଙ୍କାରୁ ଆରମ୍ଭ କରି ପାରିବେ ନିବେଶ

Key Points
ବଢ଼ୁଥିବା ଦରଦାମ ସହ ଖାପ ଖୁଆଇବା ଲାଗି ସଞ୍ଚୟ ଅପରିହାର୍ଯ୍ୟ । କିନ୍ତୁ ମାସିକ ଆୟର ସିଂହଭାଗ ବ୍ୟୟରେ ଚାଲି ଯାଉଥିଲେ ବଡ଼ ସଞ୍ଚୟ କେମିତି କରିବେ ?
ଆଜିର ମହଙ୍ଗା ଯୁଗରେ ସଞ୍ଚୟ ବଡ଼ ଆବଶ୍ୟକତା । କାରଣ ବଢ଼ୁଥିବା ଦରଦାମ ସହ ଖାପ ଖୁଆଇବା ଲାଗି ସଞ୍ଚୟ ଅପରିହାର୍ଯ୍ୟ । କିନ୍ତୁ ମାସିକ ଆୟର ସିଂହଭାଗ ବ୍ୟୟରେ ଚାଲି ଯାଉଥିଲେ ବଡ଼ ସଞ୍ଚୟ କେମିତି କରିବେ ? ଏ ପ୍ରଶ୍ନ ଏବେ ପ୍ରତିଟି ମଧ୍ୟବିତ୍ତଙ୍କ ମନରେ । ଆଉ ଉତ୍ତର ହେଉଛି, ଏସ୍ଆଇପି ।
ଆଜ୍ଞା ହଁ, ଆପଣ ଏସ୍ଆଇପି ମାଧ୍ୟମରେ ଛୋଟ ଛୋଟ ସଞ୍ଚୟ କରି ପାରିବେ । ଯାହା ଆଖିକୁ ଏତେ ବଡ଼ ଦେଖା ନ ଗଲେ ମଧ୍ୟ ମ୍ୟାଚୁରିଟି ସମୟରେ ବଡ଼ ଆମାଉଣ୍ଟ ବା ଅର୍ଥ ଦେବ । ଆସନ୍ତୁ ନଜର ପକାଇବା ଏହି ଉଦ୍ଦେଶ୍ୟରେ ଏସ୍ବିଆଇ ମ୍ୟୁଚୁଆଲ୍ ଫଣ୍ଡ ଆରମ୍ଭ କରିଥିବା ଜନ ନିବେଶ୍ ଏସ୍ଆଇପି ଉପରେ ।
📱 Get Argus News App
✨ଏସ୍ଆଇପି ବା ମାଇକ୍ରୋ ସିଷ୍ଟମ୍ୟାଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍ । ଏସ୍ବିଆଇର ଜନ ନିବେଶ ଏସ୍ଆଇପି ମାତ୍ର ୨୫୦ ଟଙ୍କାରୁ ଆରମ୍ଭ ହେଉଛି । ଯେଉଁଥିରେ ଗ୍ରାମାଞ୍ଚଳ ସହ ସହରର କ୍ଷୁଦ୍ର ସଞ୍ଚୟକାରୀ ନିବେଶ କରି ପାରିବେ । ଯାହାଦ୍ଵାରା ଆପଣଙ୍କ ସଞ୍ଚୟ ବଢ଼ିବା ସହ ଆର୍ଥିକ ବଳ ମିଳିବ ।
ଏଥିରେ ଆପଣ ମାତ୍ର ୨୫୦ ଟଙ୍କାରୁ ନିବେଶ ଆରମ୍ଭ କରି ପାରିବେ । ଯାହାକି ଦୈନିକ, ସାପ୍ତାହିକ ଓ ମାସିକ ଆକାରରେ ନିବେଶ କରି ପାରିବେ । ଏଥିପାଇଁ ଆପଣ ଏସ୍ବିଆଇ ୟୋନୋ ଅଥବା ପେଟିଏମ୍, ଗ୍ରୋ ଭଳି ଫିନଟେକ୍ ପ୍ଲାଟଫର୍ମର ଉପଯୋଗ କରି ପାରିବେ ।
