Videos
|
Business

ପ୍ରଥମ ଥର ସର୍ବକାଳୀନ ୮୫ ହଜାର ପଏଣ୍ଟ ଅତିକ୍ରମ କଲା ସେନସେକ୍ସ

Smruti Parija
Browse all articles by Smruti Parija
·1 year ago
ପ୍ରଥମ ଥର ସର୍ବକାଳୀନ ୮୫ ହଜାର ପଏଣ୍ଟ ଅତିକ୍ରମ କଲା ସେନସେକ୍ସ

ଅର୍ଗସ ବ୍ୟୁରୋ: ଭାରତୀୟ ଷ୍ଟକ୍ ମାର୍କେଟ୍ ଆଜି ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ପ୍ରାରମ୍ଭିକ ପତନ ପରେ ସେନସେକ୍ସ ଏବଂ ନିଫ୍ଟି ସର୍ବକାଳୀନ ରେକର୍ଡ କରିଛି। ସେନ୍ସେକ୍ସ ପ୍ରଥମ ଥର ପାଇଁ ୮୫ହଜାର ପଏଣ୍ଟ ଅତିକ୍ରମ କରିଥିବା ବେଳେ ନିଫ୍ଟି ୨୬ ହଜାର ପଏଣ୍ଟରେ ପହଞ୍ଚିଛି ।

ଆଜି ଉଭୟ ସେନସେକ୍ସ ଏବଂ ନିଫ୍ଟି ପ୍ରଥମରୁ କମ୍‌ ପଏଣ୍ଟ ସହ ସହିତ କାରବାର ଆରମ୍ଭ କରିଥିଲା । କିନ୍ତୁ, ଚୀନ୍ ଏବଂ ଅନ୍ୟ ଏସୀୟ ବଜାରରୁ ସକରାତ୍ମକ ସଙ୍କେତ ପାଇବା ପରେ ହଠାତ ଏଥିରେ ବୃଦ୍ଧି ଦେଖାଦେଇଥିଲା ।  ସକାଳ ୧୦ଟା ୦୫ସୁଦ୍ଧା ୮୫ ହଜାର ଛୁଇଁଛି ସେନସେକ୍ସ । ସେହିପରି ନିଫ୍ଟି ବି ୨୬ ହଜାର ମାର୍କ ନିକଟତର ହୋଇଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
sensex-and-nifty-cross-85-thausand-for-the-first-time- | Argus News