Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Stock Market Crash / ୫ ମିନିଟ୍‌ରେ ୧୩ ଲକ୍ଷ କୋଟି ସ୍ଵାହା; ୨୪୦୦ ପଏଣ୍ଟ ଖସିଲା Sensex

Sushanta Sahoo
Browse all articles by Sushanta Sahoo
·4 months ago·2 min read
୫ ମିନିଟ୍‌ରେ ୧୩ ଲକ୍ଷ କୋଟି ସ୍ଵାହା; ୨୪୦୦ ପଏଣ୍ଟ ଖସିଲା Sensex
Sensex Crash 2400 Points

Key Points

କାରବାର ଆରମ୍ଭରୁ ବଜାର ଅସ୍ଥିର ରହିବାରୁ ମାତ୍ର ୫ ମିନିଟ୍ ମଧ୍ୟରେ ବିପୁଳ କ୍ଷତି ସହିଛନ୍ତି ନିବେଶକ । ନିବେଶକଙ୍କ ପାଇଁ ୧୩ ଲକ୍ଷ କୋଟି ଟଙ୍କା ଗୋଟିଏ ଝଟ୍‌କାରେ ଉଡ଼ି ଯାଇଛି ।
ମୁମ୍ବାଇ: ସେୟାର୍ ବଜାରରେ ବଡ଼ କ୍ରାସ୍ । ସପ୍ତାହ ଆରମ୍ଭରୁ ଖସିଲା ମାର୍କେଟ୍ । ସେନସେକ୍ସ ଓ ନିଫ୍ଟି ଉଭୟ ଇଣ୍ଡେକ୍ସ ବଜାର ଖୋଲିବା ମାତ୍ରେ ଖସିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୨୪୦୦ ପଏଣ୍ଟ ହ୍ରାସ ପାଇଥିବା ବେଳେ ନିଫ୍ଟି ୭୦୦ ପଏଣ୍ଟ ଖସିଛି ।

ଆରମ୍ଭରୁ ଭୁଶୁଡ଼ିଲା ବଜାର

କାରବାର ଆରମ୍ଭରୁ ବଜାର ଅସ୍ଥିର ରହିବାରୁ ମାତ୍ର ୫ ମିନିଟ୍ ମଧ୍ୟରେ ବିପୁଳ କ୍ଷତି ସହିଛନ୍ତି ନିବେଶକ । ନିବେଶକଙ୍କ ପାଇଁ ୧୩ ଲକ୍ଷ କୋଟି ଟଙ୍କା ଗୋଟିଏ ଝଟ୍‌କାରେ ଉଡ଼ି ଯାଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ପଞ୍ଜିକୃତ କମ୍ପାନୀଙ୍କ ମାର୍କେଟ କ୍ୟାପିଟାଲାଇଜେସନ୍ ଅର୍ଥାତ୍ BSE MCap ହ୍ରାସ ପାଇ ପ୍ରାୟ ୪୩୬ ଲକ୍ଷ କୋଟି ରହିଛି ।

ଏଥିସହ ପଢ଼ନ୍ତୁ: ଯୁଦ୍ଧ ପାଇଁ ସେୟାର ବଜାର କ୍ରାସ, ନିବେଶକ ହରାଇଲେ ୯ ଲକ୍ଷ କୋଟି ଟଙ୍କା

ସୋମବାର ସେୟାର ବଜାର ଖୋଲିବା ମାତ୍ରେ ସେନସେକ୍ସ-ନିଫ୍ଟି ଖସିଥିଲା । ବିଏସଇ ସେନସେକ୍ସ କାରବାର ଶୁକ୍ରବାର ୭୮ ହଜାର ୯୧୮.୯୦ ପଏଣ୍ଟରେ ବନ୍ଦ ହୋଇଥିଲା । ଆଜି ୭୭, ୦୫୬.୭୫ ପଏଣ୍ଟରେ ଖୋଲିବା ସହ ୫ ମିନିଟ୍‌ରେ ୨୪୦୦ ପଏଣ୍ଟ ହ୍ରାସ ପାଇ ୭୬, ୪୨୪ ପଏଣ୍ଟରେ ପହଞ୍ଚିଥିଲା ।

ସେହିଭଳି ଏନଏସଇ ନିଫ୍ଟି ମଧ୍ୟ ହ୍ରାସ ପାଇଛି । ଶୁକ୍ରବାର ନିଫ୍ଟି ୨୪, ୪୫୦ ପଏଣ୍ଟରେ ବନ୍ଦ ହୋଇଥିଲା । ସୋମବାର ନିଫ୍ଟି ୨୩, ୮୬୮ରେ ଖୋଲିବା ପରେ ୭୦୦ ପଏଣ୍ଟ ଖସି ୨୩ ହଜାର ୬୯୭ରେ ପହଞ୍ଚିଥିଲା ।

ଏଥିସହ ପଢ଼ନ୍ତୁ: ଷ୍ଟକ୍‌ ମାର୍କେଟରେ ବଡ଼ ଧରଣର କ୍ରାସ୍‌, ଗୋଟିଏ ଦିନରେ ଉଡ଼ିଗଲା ୧୦ ଲକ୍ଷ କୋଟି

ଉଡ଼ିଗଲା ୧୩ ଲକ୍ଷ କୋଟି

ଷ୍ଟକ ମାର୍କେଟ୍‌ରେ କ୍ରାସ୍ ସହ ସେୟାର ବଜାରରେ ନିବେଶ କରିଥିବା ନିବେଶକାରୀଙ୍କୁ ବଡ଼ କ୍ଷତି ହୋଇଛି । ଶୁକ୍ରବାର ବମ୍ବେ ଷ୍ଟକ୍ସ ଏକ୍ସଚେଞ୍ଜରେ ପଞ୍ଜିକୃତ କମ୍ପାନୀଙ୍କ ମାର୍କେଟ କ୍ୟାପ୍ ୪୪୯ ଲକ୍ଷ କୋଟି ପାଖାପାଖି ରହିଥିଲା । ଯାହା ସୋମବାର ୪୩୬ ଲକ୍ଷ କୋଟିକୁ ଖସିଛି । ଏହାକୁ ହିସାବକୁ ନେଇ ମାତ୍ର ୫ ମିନିଟ୍‌ରେ ନିବେଶକ ହରାଇଛନ୍ତି ୧୩ ଲକ୍ଷ କୋଟି ଟଙ୍କା ।

ବଢ଼ିଲା ଅଶୋଧିତ ତୈଳ ଦର

ବଜାରରେ ବଡ଼ ହ୍ରାସର ବଡ଼ କାରଣ ହେଉଛି ଅଶୋଧିତ ତୈଳ । ଆମେରିକା-ଇସ୍ରାଏଲ୍ ସହ ଇରାନ ଯୁଦ୍ଧ ଭିତରେ ଅଶୋଧିତ ତୈଳଦର ବଢ଼ିଛି । ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୧୦୭ ଆମେରିକୀୟ ଡଲାର୍ ପାର୍ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored