Videos
|
Business

ସପ୍ତାହ ଆରମ୍ଭରୁ ସେୟାର ବଜାରରେ ଉତ୍ସାହ, ୫୦୦ ପଏଣ୍ଟ ବଢ଼ିଲା ସେନସେକ୍ସ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ସପ୍ତାହ ଆରମ୍ଭରୁ ସେୟାର ବଜାରରେ ଉତ୍ସାହ, ୫୦୦ ପଏଣ୍ଟ ବଢ଼ିଲା ସେନସେକ୍ସ

ସପ୍ତାହ ଆରମ୍ଭର ପ୍ରଥମ ଦିନ ସୋମବାର ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ଗତ ସପ୍ତାହରେ ମଜଭୁତ ସ୍ଥିତି ପରେ ଆଜି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦ ସେୟାର ବିଶିଷ୍ଟ ସେନସେକ୍ସ ଖୋଲୁ ଖୋଲୁ ୫୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଛି । ସେହିଭଳି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ଆରମ୍ଭ ମାତ୍ରେ ୧୫୦ ପଏଣ୍ଟ ବଢ଼ି କାରବାର କରୁଛି ।


ସେୟାର ବଜାରରେ ଉତ୍ସାହ ରହିଥିବା ବେଳେ ପାୱାର ଗ୍ରୀର୍‍ ଏନଟିପିସି, ଆରଭିଏନଏଲ୍ ଆଦିର ସେୟାର ଖସୁଛି । ଗତ ସପ୍ତାହରେ ବିଏସ୍‌ଇ ସେନସେକ୍ସ ୭୬, ୯୦୫.୫୧ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ଆଜି ୭୭, ୪୫୬.୨୭ ପଏଣ୍ଟରେ ଖୋଲି କାରବାର ଚାଲିଛି । ସେହିଭଳି ଏନଏସ୍ଇ ନିଫ୍ଟି ଗତ ସପ୍ତାହରେ ୨୩, ୩୫୦. ୪୦ ପଏଣ୍ଟରେ ବନ୍ଦ ହୋଇଥିଲା । ଆଜି ୨୩.୫୨୫.୪୦ରେ ଖୋଲି କାରବାର ଚାଲିଛି ।


ସୋମବାର ଉଭୟ ସେନସେକ୍ସ ଓ ନିଫ୍ଟି ଭଲ ସଂକେତ ଗେଇଛନ୍ତି । ନିଫ୍ଟି-୫୦ ମଧ୍ୟ ଗୋଟିଏ ଝଟ୍‌କାରେ ୨୩ ହଜାର ୫୦୦ ପାର୍ କରିଛି । ପ୍ରାରମ୍ଭିକ କାରବାରରେ ୨୧୭୫ କମ୍ପାନୀର ସେୟାର ବୃଦ୍ଧି ପାଇ କାରବାର ଆରମ୍ଭ କରିଥିବା ବେଳେ ୪୭୨ଟି କମ୍ପାନୀର ସେୟାର ଖସୁଥିବା ଦେଖା ଯାଇଥିଲା । ସେହିଭଳି ୧୭୮ଟି ସେୟାର ମୂଲ୍ୟରେ କୌଣସି ପରିବର୍ତ୍ତନ ଆସି ନଥିଲା ।


ଗତ ସପ୍ତାହରେ ଭାରତୀୟ ସେୟାର ବଜାରରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଥିଲା । ଯାହା ଚଳିତ ସପ୍ତାହ ଆରମ୍ଭରୁ ବି ଜାରି ରହିଛି । ଗତ ସପ୍ତାହରେ ସେନସେକ୍ସ ୩, ୦୭୬.୬ ପଏଣ୍ଟ ଅର୍ଥାତ୍ ୪.୧୬ ପ୍ରତିଶତ ବଢ଼ିଥିବା ବେଳେ ନିଫ୍ଟି ୮୫୩.୨ ପଏଣ୍ଟ ଅର୍ଥାତ୍ ୪.୨୫ ପ୍ରତିଶତ ବଢ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sensex Jumps Over 500 Points In Early Trade As Markets Surge | Argus News