Videos
|
Business

Salary Delay / ସେପ୍ଟେମ୍ବରରେ ବ୍ୟାଙ୍କ ହଡତାଳ: ଚାକିରିଆଙ୍କ ସାଲାରୀ ହେବ କି ଲେଟ୍?

Rashmita Mishra
Browse all articles by Rashmita Mishra
·1 hour ago·2 min read
ସେପ୍ଟେମ୍ବରରେ ବ୍ୟାଙ୍କ ହଡତାଳ: ଚାକିରିଆଙ୍କ ସାଲାରୀ ହେବ କି ଲେଟ୍?
Salary Delay

Key Points

ସେପ୍ଟେମ୍ବରରେ ବ୍ୟାଙ୍କ ହଡତାଳ । 
ଚାକିରିଆଙ୍କ ସାଲାରୀ ହେବ କି ଲେଟ୍ ? 

ସେପ୍ଟେମ୍ବର ଶେଷରେ ଚାକିରିଆଙ୍କ ଚିନ୍ତା ବଢ଼ିପାରେ । UFBU ପକ୍ଷରୁ ୨୮ରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନିଆ ବ୍ୟାଙ୍କ ହଡତାଳ ଘୋଷଣା କରାଯାଇଛି । ଏହାର ପ୍ରଭାବ ବିଶେଷକରି ବ୍ୟାଙ୍କର ବ୍ରାଞ୍ଚ ସେବା ଉପରେ ପଡ଼ିପାରେ । ଏବେ ପ୍ରଶ୍ନ ହେଉଛି ସେପ୍ଟେମ୍ବରର ସାଲାରୀ ମଧ୍ୟ ଲେଟ୍ ହେବ କି ? ଏହାର ଉତ୍ତର ହେଉଛି ସମସ୍ତଙ୍କ ସାଲାରୀ ଲେଟ୍ ହେବ ବୋଲି ନୁହେଁ ।

ସାଲାରୀ କେବେ ଆକାଉଣ୍ଟକୁ ଆସିବ, ତାହା କମ୍ପାନୀ କେବେ ଏବଂ କେଉଁ ବ୍ୟାଙ୍କିଂ ସିଷ୍ଟମ୍ ମାଧ୍ୟମରେ ପେରୋଲ୍ ପ୍ରୋସେସ୍ କରୁଛି, ତାହା ଉପରେ ନିର୍ଭର କରିବ । ଯଦି କମ୍ପାନୀ ହଡତାଳ ପୂର୍ବରୁ ପେରୋଲ୍ ପ୍ରୋସେସ୍ କରିଦିଏ, ତେବେ ହଡତାଳ ସମୟରେ ମଧ୍ୟ ସାଲାରୀ ଠିକ୍ ସମୟରେ ଆସିପାରେ ।

କେବେ ହେବ ବ୍ୟାଙ୍କ ହଡତାଳ ?
୫ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ସମେତ ବିଭିନ୍ନ ଦାବି ନେଇ ୨୮, ୨୯ ଓ ୩୦ ସେପ୍ଟେମ୍ବରରେ ହଡତାଳ ଡାକରା ଦିଆଯାଇଛି । ୩୦ ସେପ୍ଟେମ୍ବରରେ ବ୍ୟାଙ୍କଗୁଡ଼ିକର ହାଫ୍-ଇୟର କ୍ଲୋଜିଂ ମଧ୍ୟ ରହିଛି ।

୨୭ ସେପ୍ଟେମ୍ବର ରବିବାର ବ୍ୟାଙ୍କ ଖୋଲିବ ?
ଲଗାତାର ଅନେକ ଦିନ ବ୍ୟାଙ୍କିଂ ସେବା ପ୍ରଭାବିତ ନହେବା ପାଇଁ ୨୭ ସେପ୍ଟେମ୍ବର, ରବିବାର ସମସ୍ତ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଏବଂ ରିଜିଓନାଲ୍ ରୁରାଲ୍ ବ୍ୟାଙ୍କ ଖୋଲା ରଖିବାର ବ୍ୟବସ୍ଥା କରାଯାଇଛି ।

ସରକାରୀ କର୍ମଚାରୀଙ୍କ ସାଲାରୀ ?

ସମ୍ଭାବ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରୀ କର୍ମଚାରୀ, ଶିଳ୍ପ କର୍ମଚାରୀ ଏବଂ ପେନ୍ସନର୍‌ଙ୍କ ସେପ୍ଟେମ୍ବର ମାସର ପେମେଣ୍ଟ ଆଗୁଆ କରିବାର ବ୍ୟବସ୍ଥା କରାଯାଇଛି । ୨୫ ସେପ୍ଟେମ୍ବରରେ ଦରମା ଓ ପେନ୍ସନ୍ ପେମେଣ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ପ୍ରାଇଭେଟ୍ ଚାକିରିଆଙ୍କ ସାଲାରୀ ?

ପ୍ରାଇଭେଟ୍ କର୍ମଚାରୀଙ୍କ କ୍ଷେତ୍ରରେ ଚିତ୍ରଟି କମ୍ପାନୀର ପେରୋଲ୍ ପ୍ରକ୍ରିୟା ଉପରେ ନିର୍ଭର କରିବ । ଯଦି କମ୍ପାନୀ ୨୮ ସେପ୍ଟେମ୍ବର ପୂର୍ବରୁ ସାଲାରୀ ଫାଇଲ୍ ଓ ପେମେଣ୍ଟ ପ୍ରୋସେସ୍ ସମ୍ପୂର୍ଣ୍ଣ କରିଦିଏ, ତେବେ ହଡତାଳର ସିଧା ପ୍ରଭାବ ପଡ଼ିବା ଜରୁରୀ ନୁହେଁ ।

କିନ୍ତୁ ଯଦି ପେମେଣ୍ଟ ୨୮ରୁ ୩୦ ସେପ୍ଟେମ୍ବର ମଧ୍ୟରେ ପ୍ରୋସେସ୍ ହେବାକୁ ଥାଏ ଏବଂ ଏଥିପାଇଁ ହଡତାଳରେ ସାମିଲ ବ୍ୟାଙ୍କିଂ ସେବା ଉପରେ ନିର୍ଭର କରାଯାଏ, ତେବେ ସାଲାରୀ କ୍ରେଡିଟ୍‌ରେ ବିଳମ୍ବ ହୋଇପାରେ । ତେଣୁ ପ୍ରାଇଭେଟ୍ କର୍ମଚାରୀମାନେ ନିଜ କମ୍ପାନୀର HR କିମ୍ବା ପେରୋଲ୍ ଟିମ୍‌ଠାରୁ ସାଲାରୀ କେବେ ପ୍ରୋସେସ୍ ହେବ, ତାହା ନିଶ୍ଚିତ କରିନେବା ଭଲ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: