|
logo
Live

Argus News - ସପ୍ତାହ ଆରମ୍ଭରୁ ଖସିଲା ବଜାର, ଦିନକରେ ସେନସେକ୍ସ ୮୨୪ ପଏଣ୍ଟ ହ୍ରାସ

Business

ସପ୍ତାହ ଆରମ୍ଭରୁ ଖସିଲା ବଜାର, ଦିନକରେ ସେନସେକ୍ସ ୮୨୪ ପଏଣ୍ଟ ହ୍ରାସ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ସପ୍ତାହ ଆରମ୍ଭରୁ ଖସିଲା ବଜାର, ଦିନକରେ ସେନସେକ୍ସ ୮୨୪ ପଏଣ୍ଟ ହ୍ରାସ

Key Points

ସେୟାର ବଜାରରେ ବଡ଼ ଧରଣର ହ୍ରାସ

ସେନସେକ୍ସ ୮୨୪ ପଏଣ୍ଟ ହ୍ରାସ 

୨୬୩ ପଏଣ୍ଟ ଖସି‌ଲା ନିଫଟି

ଅର୍ଗସ ବ୍ୟୁରୋ: ଖସୁଛି ସେୟାର ବଜାର । ସପ୍ତାହ ଆରମ୍ଭରୁ ସୋମବାର ସେୟାର ବଜାରରେ ବଡ଼ ଧରଣର ହ୍ରାସ ଘଟିଛି । ଆଜି ସେୟାର ମାର୍କେଟ ସେନସେକ୍ସ ୮୨୪ ପଏଣ୍ଟ ହ୍ରାସ ପାଇ ୭୫ ହଜାର ୩୬୬ ପଏଣ୍ଟରେ କାରବାର ବନ୍ଦ ହୋଇଛି । ସେହିଭଳି ନିଫଟି ୨୬୩ ପଏଣ୍ଟ ଖସି କାରବାର ୨୨ ହଜାର ୮୨୯ରେ ବନ୍ଦ ହୋଇଛି । 


ସେନସେକ୍ସର ୩୦ ସେୟାରରୁ ୨୩ଟି ସେୟାର ଆଜି ଖସିଥିବା ବେଳେ ମାତ୍ର ୭ଟି ଗ୍ରୀନ୍ ଜୋନରେ ରହିଥିଲା । ଆଇଟି, ଶକ୍ତି ଓ ମେଟାଲ ସେୟାରରେ ସବୁଠୁ ଅଧିକ ଖସିଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ଗତ ସପ୍ତାହର ଶେଷ ଦିନ ଜାନୁଆରୀ ୨୪ରେ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଥିଲା । ସେନସେକ୍ସ ୩୨୯ ପଏଣ୍ଟ ହ୍ରାସ ପାଇଁ କାରବାର ୭୬ ହଜାର ୧୯୦ରେ ବନ୍ଦ ହୋଇଥିଲା । ସେହିଭଳି ନିଫଟି ମଧ୍ୟ ୧୧୩ ପଏଣ୍ଟ ଖସି ୨୩ ହଜାର ୦୯୨ କାରବାର ବନ୍ଦ ରହିଥିଲା ।


ବଜାରରେ କାହିଁକି ନିରାଶା ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ନୀତିକୁ ନେଇ ଅନିଶ୍ଚିତତା

୨୦୨୪-୨୫ ଆର୍ଥିକ ବର୍ଷରେ ଅନେକ କମ୍ପାନୀର ଦୁର୍ବଳ ପ୍ରଦର୍ଶନ

ନିୟମିତ ବ୍ୟବଧ୍ୟାନରେ ଭାରତୀୟ ବଜାରରୁ ବିଦେଶୀ ନିବେଶକଙ୍କ ପୁଞ୍ଜି ପ୍ରତ୍ୟାହାର


କେବଳ ଭାରତ ନୁହେଁ ବରଂ ଏସିଆ ମହାଦେଶରେ ସମାନ ସ୍ଥିତି ରହିଛି । ଜାପାନର ନିକ୍କେଇ ଆଜି ୦.୯୨ ପ୍ରତିଶତ ଖସିଥିବା ବେଳେ ଚୀନର ସଂଘାଇ କମ୍ପୋଜିଟ୍ ଇଣ୍ଡେକ୍ସ ୦.୦୬୨ ପ୍ରତିଶତ ହ୍ରାସ ପାଇଛି । ଏନଏସ୍ ତଥ୍ୟ ଅନୁସାରେ, ଜାନୁଆରୀ ୨୪ରେ ବିଦେଶୀ ନିବେଶକ ଭାରତୀୟ ସେୟାର ବଜାରରେ ୨, ୭୫୮ କୋଟି ଟଙ୍କାର ସେୟାର ବିକ୍ରି କରିଛନ୍ତି । ଏହି ସମୟରେ ଘରୋଇ ନିବେଶକ କିଣିଛନ୍ତି ୨, ୪୦୨ କୋଟି ଟଙ୍କାର ସେୟାର ।

Sponsored
ସପ୍ତାହ ଆରମ୍ଭରୁ ଖସିଲା ବଜାର, ଦିନକରେ ସେନସେକ୍ସ ୮୨୪ ପଏଣ୍ଟ ହ୍ରାସ | Argus News