Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୁନା ସହ କମ୍ପିଟିସନ ଲଗାଇଲାଣି ରୂପା

Business

Silver Vs Gold Price / ସୁନା ସହ କମ୍ପିଟିସନ ଲଗାଇଲାଣି ରୂପା

Rashmita Mishra
Browse all articles by Rashmita Mishra
·6 months ago·2 min read
ସୁନା ସହ କମ୍ପିଟିସନ ଲଗାଇଲାଣି ରୂପା

Key Points

ମଉଳିଯିବ କି ଧନତେରାସ୍ ଆଶା
ସୁନା ସହ କମ୍ପିଟିସନ ଲଗାଇଲାଣି ରୂପା
ସୁନା ଦର ଦେଖି ରହିଯାଉଛି ହୃଦସ୍ପନ୍ଦନ
ରୂପା ଦର ଦେଖିଲେ ରକ୍ତ ସଂଞ୍ଚାଳନ ହୋଇଯାଉଛି ବନ୍ଦ

ସୁନା ତ ଉପରେ ଥିଲା ଥିଲା ରୂପା ବି ମାନିଲାନି ବନ୍ଧବାଡ଼। ଦୀପାବଳି ପୂର୍ବରୁ ରୂପା ଦର କିଲୋ ପିଛା ୨ ଲକ୍ଷ ପାର୍ କରିଛି। ଯାହାକୁ ଦେଖି ବଢ଼ିଯାଇଛି ଅନେକ ଗ୍ରାହକଙ୍କ ରକ୍ତ ଚାପ। ଯାହା କେହି କେବେ ଆକଳନ କରି ନଥିଲେ ତାହା ହିଁ ଘଟି ଚାଲିଛି। ଭୁବନେଶ୍ଵରରେ ଏକ କିଲୋ ରୂପାର ଦର ୯ ହଜାର ଟଙ୍କା ବୃଦ୍ଧି ପାଇ ୨ ଲକ୍ଷ ୬ ହଜାର ଟଙ୍କାରେ ପହଞ୍ଚିଛି। ବୁଧବାର ଦିନ ରୂପା କିଲୋଗ୍ରାମ ପିଛା ୭ ହଜାର ଟଙ୍କା ବୃଦ୍ଧି ପାଇଥିବା ବେଳେ ଗୁରୁବାର ଏକାଥରକେ ବଢିଛି ୯ ହଜାର ଟଙ୍କା। ମାତ୍ର ଦୁଇ ଦିନରେ ରୂପା ଦରରେ ୧୬ ହଜାର ଟଙ୍କା ବୃଦ୍ଧି ଘଟିଛି।

ଖାଲି ରୂପା କାହିଁକି ସୁନା ଯେମିତି ଉପରକୁ ଉଠି ଉଠି ଚାଲିବାକୁ ଏକ ପ୍ରକାର ପଣ କରିଛି। ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା ଗୋଟିଏ ଦିନରେ ୨୭ ଶହ ଟଙ୍କା ବୃଦ୍ଧି ପାଇଛି। ଏବେ ଏହା ୧,୧୭,୬୫୦ ଟଙ୍କାରେ ରହିଛି। ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟରେ ୯,୩୯୦ ଟଙ୍କା ବୃଦ୍ଧି ଘଟି ୧,୨୮.୩୫୦ ଟଙ୍କା ରହିଛି। ହେଲେ କାହିଁକି ଉପୁଜୁଛି ଏ ସ୍ଥିତି ? କାହିଁକି ପ୍ରତିଥର ପାର୍ବଣ ପୂର୍ବରୁ ହୁ ହୁ ହୋଇ ବଢି ଚାଲୁଛି ସୁନା ରୂପା ଦର ? ଆଗକୁ ଏହି ଦରରେ ହ୍ରାସ ଘଟିବ ନା ଆହୁରି ତେଜିବ ସୁନା ଦର ? ଏନେଇ କଣ ରହିଛି ଏକ୍ସପର୍ଟଙ୍କ ମତ ଶଣିନିଅନ୍ତୁ।

ଦଶହରା ପୂର୍ବରୁ ଗ୍ରାହକଙ୍କୁ ବିଗ୍ ସକ୍ ଦେଇଥିଲା ସୁନା ରୂପା ଦର ଏବେ ଦୀପାବଳି ପୂର୍ବରୁ ବି ଡରାଇବା ଆରମ୍ଭ କରିଦେଇଛି। ତେବେ ଦେଖିବାର ଆଗକୁ ଏହି ଦର କେତେ ଅଙ୍କ ଛୁଉଁଛି।

ସୂଚନାନୁଯାୟୀ ରୁପା ମହଙ୍ଗା ହେବାର ପ୍ରମୁଖ କାରଣ ହେଉଛି ବଜାରରେ ଅଧିକ ରୁପା ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଢ଼ା ଶୁଳ୍କ ଘୋଷଣା କରିବା ପରେ ଲଣ୍ଡନ ମେଟାଲ୍‌ ଏକ୍ସଚେଞ୍ଜରୁ ବିପୁଳ ପରିମାଣର ରୁପା ଆମେରିକା ପଠାଇ ଦିଆଯାଇଥିଲା। ସେଥିପାଇଁ ଏବେ ଯେତିକି ରୁପାର ଚାହିଦା ରହିଛି ତାହା ଯୋଗାଇ ହେଉନାହିଁ। ରୁପାକୁ ଗହଣା, ବାସନକୁସନ, ଉପହାର ସାମଗ୍ରୀ ବ୍ୟତୀତ ବିପୁଳ ପରିମାଣରେ ଶିଳ୍ପ କାରଖାନାଗୁଡ଼ିକରେ ବ୍ୟବହାର କରାଯାଉଛି। ଚଢ଼ା ଦରରେ ବି ବର୍ତ୍ତମାନ ରୁପାର ଚାହିଦା ରହିଛି। ଭାରତରେ ଧନୀ ବ୍ୟକ୍ତି ଓ ବଡ଼ ବଡ଼ ସଂସ୍ଥାଗୁଡ଼ିକ ରୁପାରେ ନିବେଶ କରୁଛନ୍ତି। ସେଥିପାଇଁ ଗତ ମେ’ ମାସରୁ ବିପୁଳ ପରିମାଣର ରୁପା ଆମଦାନି କରାଯାଉଛି। କିନ୍ତୁ ଅକ୍ଟୋବରରେ ରୁପାର ଯୋଗାଣ ବାଧାପ୍ରାପ୍ତ ହୋଇଛି। ଆମଦାନି ହୋଇଆସୁଥିବା ରୁପାଗୁଡ଼ିକୁ ଶୁଳ୍କମୁକ୍ତ ଅଞ୍ଚଳରେ ସଂରକ୍ଷିତ ରଖାଯାଏ। ସେହି ସବୁ ଅଞ୍ଚଳର ଭଲ୍‌ଟଗୁଡ଼ିକ ଏବେ ଖାଲି ପଡ଼ିଛି।

ଅଧିକ ପଢ଼ନ୍ତୁ ଅର୍ଥନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Silver Vs Gold Price | Silver Competes with Gold in Price and Popularity | Argus News | Argus News