Salary Hike / ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର, ୫ ପ୍ରତିଶତ ବଢ଼ିଲା DA

Key Points
ଡିଏ ବଢ଼ିଲା ୨୬୨% ଜୁଲାଇରେ ମିଳିବ ବକେୟା ।
ରାଜ୍ୟ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର ।
୧ ଜାନୁଆରୀରୁ ଲାଗୁ ବଢ଼ିଲା ମହଙ୍ଗା ଭତ୍ତା ।
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର । ମହଙ୍ଗା ଭତ୍ତା (ଡିଏ)ରେ ପୁଣି ଥରେ ୫ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି ଓଡ଼ିଶା ସରକାର । ଏହା ସହିତ ଓଆରଏସପି-୨୦୦୮ ଅନୁଯାୟୀ ପ୍ରାକ୍-ସଂଶୋଧିତ ବେତନ ସ୍କେଲରେ ଥିବା କର୍ମଚାରୀଙ୍କ ଡିଏ ୨୫୭ ପ୍ରତିଶତରୁ ବଢ଼ି ୨୬୨ ପ୍ରତିଶତରେ ପହଞ୍ଚିଛି ।
୧ ଜାନୁଆରୀ ୨୦୨୬ରୁ ଏହି ବୃଦ୍ଧି କାର୍ଯ୍ୟକାରୀ ହେବା ସହ ଜୁଲାଇ ଦରମାରେ ବକେୟା ଅର୍ଥ ମଧ୍ୟ ମିଳିବ । କେବଳ ରାଜ୍ୟ ସରକାରୀ କର୍ମଚାରୀ ନୁହେଁ, ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ, କଲେଜ, ମେଡିକାଲ କଲେଜ, ଅଧସ୍ଥନ ନ୍ୟାୟିକ ଅଧିକାରୀ ଓ ଅନ୍ୟାନ୍ୟ ଯୋଗ୍ୟ କର୍ମଚାରୀମାନେ ମଧ୍ୟ ଏହାର ସୁବିଧା ପାଇବେ ।
ପ୍ରାକ୍-ସଂଶୋଧିତ ବେତନ ସ୍କେଲରେ ଥିବା କର୍ମଚାରୀଙ୍କ ଡିଏ ୫% ବୃଦ୍ଧି । ୨୫୭%ରୁ ବଢ଼ି ୨୬୨% ହେଲା ମହଙ୍ଗା ଭତ୍ତା । ଜୁଲାଇ ଦରମା ସହ ମିଳିବ ବକେୟା । ଓଡ଼ିଶା ସରକାର ଓଆରଏସପି-୨୦୦୮ ଅନୁଯାୟୀ ପ୍ରାକ୍-ସଂଶୋଧିତ ବେତନ ସ୍କେଲରେ ବେତନ ପାଉଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାରେ ୫ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି ।
ଏହା ଫଳରେ ବର୍ତ୍ତମାନର ୨୫୭ ପ୍ରତିଶତ ଡିଏ ବଢ଼ି ୨୬୨ ପ୍ରତିଶତରେ ପହଞ୍ଚିଛି । ଏହି ବୃଦ୍ଧି ୧ ଜାନୁଆରୀ ୨୦୨୬ରୁ କାର୍ଯ୍ୟକାରୀ ହେବ । ଅର୍ଥ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ପୂର୍ବରୁ ୩୦ ଡିସେମ୍ବର ୨୦୨୫ରେ ରାଜ୍ୟ ସରକାର ଏହି ବର୍ଗର କର୍ମଚାରୀଙ୍କ ଡିଏକୁ ୨୫୨ ପ୍ରତିଶତରୁ ୨୫୭ ପ୍ରତିଶତକୁ ବୃଦ୍ଧି କରିଥିଲେ । ଯାହା ୧ ଜୁଲାଇ ୨୦୨୫ରୁ ଲାଗୁ ହୋଇଥିଲା ।
ଏବେ ପୁଣି ୫ ପ୍ରତିଶତ ଡିଏ ବୃଦ୍ଧି କରି ସରକାର ଏହାକୁ ୨୬୨ ପ୍ରତିଶତକୁ ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାର ୬ଷ୍ଠ କେନ୍ଦ୍ରୀୟ ବେତନ କମିଶନ ଅଧୀନରେ ଥିବା କର୍ମଚାରୀଙ୍କ ପାଇଁ ସମାନ ହାରରେ ଡିଏ ବୃଦ୍ଧି କରିବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଏହାର ସୁବିଧା ରାଜ୍ୟ ସରକାରୀ କର୍ମଚାରୀଙ୍କ ସହ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀ, ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ବେତନ ବହନ କରାଯାଉଥିବା ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, ୟୁଜିସି ଓ ଏଆଇସିଟିଇ ବେତନ ସ୍କେଲରେ ଥିବା କଲେଜ ଶିକ୍ଷକ, ମେଡିକାଲ କଲେଜ ଶିକ୍ଷକ, ଅଧସ୍ଥନ ନ୍ୟାୟିକ ଅଧିକାରୀ, ୱାର୍କଚାର୍ଜ କର୍ମଚାରୀ ଏବଂ କନ୍ସୋଲିଡେସନ୍ ଓ ସେଟଲମେଣ୍ଟ ସଂଗଠନର ନିୟମିତ ବେତନ ସ୍କେଲରେ ଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ହେବ ।
📱 Get Argus News App
✨Related Topics
Explore more stories