Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

ସପ୍ତାହ ଆରମ୍ଭରୁ ସେୟାର ବଜାରରେ ହାହାକାର, ଖୋଲୁ ଖୋଲୁ ୫୦୦ ପଏଣ୍ଟ ଖସିଲା Sensex

Sushanta Sahoo
Browse all articles by Sushanta Sahoo
·1 year ago·2 min read
ସପ୍ତାହ ଆରମ୍ଭରୁ ସେୟାର ବଜାରରେ ହାହାକାର, ଖୋଲୁ ଖୋଲୁ ୫୦୦ ପଏଣ୍ଟ ଖସିଲା Sensex

Key Points

ସପ୍ତାହର ପ୍ରଥମ ଦିନରେ ପୁଣି ନିବେଶକଙ୍କୁ ନିରାଶ କରିଛି ଦଲାଲ୍ ଷ୍ଟ୍ରିଟ୍ । ସେନସେକ୍ସ ଓ ନିଫ୍ଟି ଉଭୟ ଆହୁରି ଦୁର୍ବଳ ହୋଇଛି ।

ଭାରତୀୟ ସେୟାର ବଜାର ଖସିବାରେ ଲାଗିଛି । ବୈଶ୍ଵିକ ବଜାରରେ ମାନ୍ଦାବସ୍ଥା ଭିତରେ ସୋମବାର ସପ୍ତାହ ଆରମ୍ଭରୁ ଭାରତୀୟ ବଜାରରେ ବି ପ୍ରଭାବ ପଡ଼ିଛି । ସପ୍ତାହର ପ୍ରଥମ ଦିନରେ ପୁଣି ନିବେଶକଙ୍କୁ ନିରାଶ କରିଛି ଦଲାଲ୍ ଷ୍ଟ୍ରିଟ୍ । ସେନସେକ୍ସ ଓ ନିଫ୍ଟି ଉଭୟ ଆହୁରି ଦୁର୍ବଳ ହୋଇଛି ।


ବିଏସ୍ଇ ସେନସେକ୍ସ ଆଜି ୪୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୪ ହଜାର ୮୯୩ ପଏଣ୍ଟରେ ଖୋଲିଥିଲା । ଏହା ପୂର୍ବରୁ ଶୁକ୍ରବାର ସେନସେକ୍ସ ୭୫ ହଜାର ୩୧୧ ପଏଣ୍ଟରେ କାରବାର ବନ୍ଦ ହୋଇଥିଲା । ସେହିଭଳି ଏନ୍ଏସ୍ଇ ନିଫ୍ଟି ମଧ୍ୟ ସମାନ ସ୍ଥିତିର ସାମ୍ନା କରୁଛି । ଆଜି ନିଫ୍ଟି ୨୮୬ ପଏଣ୍ଟ ଖସି କାରବାର ୨୨ ହଜାର ୬୦୯ ପଏଣ୍ଟରେ ଆରମ୍ଭ ହୋଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶୁକ୍ରବାର ଆମେରିକା ସେୟାର ବଜାରରେ ମଧ୍ୟ ନିବେଶକଙ୍କୁ ନିରାଶ କରିଥିଲା । ଯାହାର ପ୍ରଭାବ ସୋମବାର ଏସିଆର ବଜାରରେ ଦେଖା ଦେଇଛି । କୁହାଯାଉଛି ଆମେରିକା ସେୟାର ବଜାରରେ ହ୍ରାସ ଓ ବୈଶ୍ଵିକ ସ୍ତରରେ ଦୁର୍ବଳ ସଂକେତର ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିଛି । ଏଥିସହ ଚୀନରେ କୋରନାର ନୂଆ ଭ୍ୟାରିଆଣ୍ଟ ଓ ଋଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ନିବେଶକ ପ୍ରଭାବିତ ହୋଇଛନ୍ତି ।


ଆଜି ସକାଳ ୯ଟା ୨୦ରେ ବିଏସଇରେ ତାଲିକାଭୁକ୍ତ କମ୍ପାନୀଙ୍କ ବଜାର ଅଂଶଧର ୩୯୮.୮୦ କୋଟିକୁ ଖସି ଆସିଛି । ଯେତେବେଳେ କି ଗତ ସପ୍ତାହର ଶେଷ ଦିନ ଫେବ୍ରୁଆରୀ ୨୧ରେ ଏହା ୪୦୨.୨୦ ଲକ୍ଷ କୋଟି ଟଙ୍କା ଥିଲା । ଏଭଳି ଭାବେ ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ମାତ୍ର ୫ ମିନିଟ୍‌ରେ ୩.୪୦ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଅନ୍ୟ ଅର୍ଥରେ କହିଲେ, ଆଜି ନିବେଶକ ୩.୪୦ ଲକ୍ଷ କୋଟି ହରାଇଛନ୍ତି ।

Sponsored
stock market falling Sensex tanks nearly 500 points | Argus News