Videos
|
Business

Stock Market / GST ହ୍ରାସ ଆଶାରେ ଦୌଡ଼ିଲା ସେୟାର ବଜାର, Sensex ୪୦୯ ପଏଣ୍ଟ ବୃଦ୍ଧି

Sushanta Sahoo
Browse all articles by Sushanta Sahoo
·1 year ago·2 min read
GST ହ୍ରାସ ଆଶାରେ ଦୌଡ଼ିଲା ସେୟାର ବଜାର, Sensex ୪୦୯ ପଏଣ୍ଟ ବୃଦ୍ଧି

Key Points

ଜିଏସଟି ଟିକସ ସ୍ଲାବ୍ ହ୍ରାସ ଆଶାରେ ସେୟାର ବଜାରରେ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କିଣାବିକା ବଢ଼ିଛି । ଏଥିସହ ଧାତୁ ସେୟାରରେ ଉଚ୍ଚ ଅଭିବୃଦ୍ଧି ବଜାରକୁ ଉପରକୁ ଉଠାଇଛି ।

ମୁମ୍ବାଇ: ବିଶ୍ଵ ବଜାରରେ ଅସ୍ଥିରତା ଭିତରେ ବୁଧବାର ଭାରତୀୟ ସେୟାର ବଜାର ବୃଦ୍ଧି ସହ ବନ୍ଦ ହୋଇଛି । ଜିଏସଟି ଟିକସ ସ୍ଲାବ୍ ହ୍ରାସ ଆଶାରେ ସେୟାର ବଜାରରେ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କିଣାବିକା ବଢ଼ିଛି । ଏଥିସହ ଧାତୁ ସେୟାରରେ ଉଚ୍ଚ ଅଭିବୃଦ୍ଧି ବଜାରକୁ ଉପରକୁ ଉଠାଇଛି ।


ସେପଟେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦ (GST Council)ର ୫୬ତମ ବୈଠକ ଆରମ୍ଭ ହୋଇ ସାରିଛି । ନିର୍ମଳାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଆଯାଇପାରେ ବଡ଼ ନିଷ୍ପତ୍ତି । ଏହି ବୈଠକରେ ଜିଏସଟି ଟିକସ ସ୍ଲାବରେ ପରିବର୍ତ୍ତନ ନେଇ ନିଷ୍ପତ୍ତି ନିଆଯାଇପାରେ ।


ବୁଧବାର ୩୦ ସେୟାର ବିଶିଷ୍ଟ (BSE Sensex) ୧୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇ ୮୦, ୨୯୫.୯୯ ପଏଣ୍ଟରେ କାରବାର ଆରମ୍ଭ କରିଥିଲା । କାରବାର ବେଳେ ବଜାର ଉପର ତଳ ହେଉଥିବା ବେଳେ କାରବାର ବନ୍ଦ ବେଳକୁ ଉପରମୁହାଁ ହୋଇଥିଲା । ୪୦୯.୮୨ ପଏଣ୍ଟ ଅର୍ଥାତ୍ ୦.୫୧ ପ୍ରତିଶତ ବୃଦ୍ଧି ପାଇ ୮୦, ୫୬୭.୭୧ ପଏଣ୍ଟରେ ବନ୍ଦ ହୋଇଥିଲା କାରବାର ।


ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (NSE)ର ନିଫ୍ଟି୫୦ (Nifty50) ମଧ୍ୟ ବୃଦ୍ଧି ସହ ୨୪, ୬୧୬ ପଏଣ୍ଟରେ ଖୋଲିଥିଲା । ୧୩୫.୪୫ ପଏଣ୍ଟ ବୃଦ୍ଧି ପାଇ କାରବାର ୨୪, ୭୧୫ ପଏଣ୍ଟରେ କାରବାର ବନ୍ଦ ହୋଇଛି । ଉଭୟ ସେନସେକ୍ସ ଓ ନିଫ୍ଟିରେ ଅଭିବୃଦ୍ଧି ନିବେଶକାରୀଙ୍କୁ ଉତ୍ସାହିତ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବୁଧବାର ଟାଟା ଷ୍ଟିଲ୍ ସେୟାର ସର୍ବାଧିକ ୬ ପ୍ରତିଶତ ବୃଦ୍ଧି ପାଇଛି । ସେଲ୍ (SAIL) ଓ ଓଡ଼ିଶା ଖଣିଜ ନିଗମ (OMC)କୁ କେନ୍ଦ୍ର ସରକାର ଅଣକାର୍ଯ୍ୟକ୍ଷମ ଲୁହା ଓ ଅନ୍ୟ ଖଣି ପୁଣି ଦେବାକୁ ବିଚାର କରୁଛନ୍ତି । ଏହା ଫଳରେ ଆଜି ଧାତୁ ସେୟାର ବଢ଼ିଥିଲା । ଟାଇଟନ୍, ମହିନ୍ଦ୍ରା, ଆଇଟିସି, ଟାଟା ମୋଟର୍ସ, ଟ୍ରେଣ୍ଟ ଲିମିଟେଡ୍, ଏସ୍‌ବିଆଇ, ସନଫାର୍ମା ସେୟାର ବଢ଼ିଛି ।

Related Topics

Explore more stories