Videos
|
Business

ଜିଏସଟି ହାର ହ୍ରାସ ପରେ ଟାଟାରୁ ମହିନ୍ଦ୍ରା କାର ଘୋଷଣା କଲେ ଗାଡ଼ିର ନୂଆ ଦାମ

Ritu Das
Browse all articles by Ritu Das
·1 year ago·5 min read
ଜିଏସଟି ହାର ହ୍ରାସ ପରେ ଟାଟାରୁ ମହିନ୍ଦ୍ରା କାର ଘୋଷଣା କଲେ ଗାଡ଼ିର ନୂଆ ଦାମ

Key Points

କେନ୍ଦ୍ର ସରକାର ଜିଏସ୍‌ଟି ହ୍ରାସ କରିବା ପରେ କମ୍ପାନୀଗୁଡ଼ିକ ନିଜ ନିଜ ଗାଡ଼ିଗୁଡ଼ିକର ମୂଲ୍ୟ ହ୍ରାସ କରିବା ନେଇ ଘୋଷଣା କରିଛନ୍ତି।

କେନ୍ଦ୍ର ସରକାର ଜିଏସ୍‌ଟି ହ୍ରାସ କରିବା ପରେ କମ୍ପାନୀଗୁଡ଼ିକ ନିଜ ନିଜ ଗାଡ଼ିଗୁଡ଼ିକର ମୂଲ୍ୟ ହ୍ରାସ କରିବା ନେଇ ଘୋଷଣା କରିଛନ୍ତି। ପ୍ରଥମେ ଟାଟା ମୋଟର୍ସ ଗାଡ଼ିମୂଲ୍ୟ ହ୍ରାସ କରିବା ନେଇ ଘୋଷଣା କରିବା ପରେ ଏବେ ମହିନ୍ଦ୍ରା, ବିଏମ୍‌ଡବ୍ଲୁ, ରିନୋଲ୍ଟ ଭଳି କମ୍ପାନୀ ମଧ୍ୟ ଗାଡ଼ି ମୂଲ୍ୟ ହ୍ରାସ କରିବା ନେଇ ଘୋଷଣା କରିଛନ୍ତି।
ଏନେଇ ମହିନ୍ଦ୍ରା କହିଛି ଯେ କମ୍ପାନୀ ଆଜି ଠାରୁ (ସେପ୍ଟେମ୍ବର ୬ ତାରିଖ ଠାରୁ) ଏହାର ସମ୍ପୂର୍ଣ୍ଣ ଆଇସିଇ ଏସୟୁଭି ପୋର୍ଟଫୋଲିଓର ମୂଲ୍ୟ କମିଯିବ। ମଡେଲ ଏବଂ ଭାରିଆଣ୍ଟ ଅନୁସାରେ ଗାଡ଼ିଗୁଡ଼ିକ ମୂଲ୍ୟରେ ପ୍ରାୟ ୧.୫୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାମ କମିବ। ମହିନ୍ଦ୍ରା ପ୍ରଥମ ଯାତ୍ରୀବାହୀ ଯାନ ବ୍ରାଣ୍ଡ୍‌ ହୋଇଛି ଯିଏ ଆଜିଠାରୁ ଏହାର ସମ୍ପୂର୍ଣ୍ଣ ICE SUV ପୋର୍ଟଫୋଲିଓରେ ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ GST ଲାଭ ପ୍ରଦାନ କରିବ ବୋଲି ଘୋଷଣା କରିଛି। ଏହା ପୂର୍ବରୁ ଟାଟା ଗାଡ଼ିଗୁଡ଼ିକର ଦାମ ହ୍ରାସ ନେଇ ଘୋଷଣା କରିଥିବା ବେଳେ କିନ୍ତୁ ଏହା ସେପ୍ଟେମ୍ବର ୨୨ ତାରିଖ ପରେ ଲାଗୁ ହେବ ବୋଲି କହିଥିଲା।
ଛୋଟ SUV ଉପରେ GST ୨୯-୩୧% ରୁ ୧୮% କୁ ହ୍ରାସ ପାଇବା ପରେ ଏବଂ Scorpio N, Thar 4WD, ଏବଂ XUV700 ଭଳି ବଡ଼ ମଡେଲଗୁଡିକ ଉପରେ ୪୮% ରୁ ୪୦% ଜିଏସ୍‌ଟି ହ୍ରାସ ପାଇବା ପରେ ଗାଡ଼ିର ଦାମ କମାଇଛି କମ୍ପାନୀ। କେଉଁ ଗାଡ଼ି ଉପରେ ଗ୍ରାହକ କେତେ ସଞ୍ଜୟ କରିପାରିବେ ଆସନ୍ତୁ ଜାଣିବା।
ବୋଲେରୋ / ବୋଲେରୋ ନିଓ – ୧.୨୭ ଲକ୍ଷ ଟଙ୍କା
XUV3XO ପେଟ୍ରୋଲ – ୧.୪୦ ଲକ୍ଷ ଟଙ୍କା
XUV3XO ଡିଜେଲ – ୧.୫୬ ଲକ୍ଷ ଟଙ୍କା
ଥାର 2WD ଡିଜେଲ - ୧.୩୫ ଲକ୍ଷ ଟଙ୍କା
ଥାର 4WD ଡିଜେଲ - ୧.୦୧ ଲକ୍ଷ ଟଙ୍କା
ସ୍କର୍ପିଓ କ୍ଲାସିକ୍ - ୧.୦୧ ଲକ୍ଷ ଟଙ୍କା
ସ୍କର୍ପିଓ ଏନ୍‌ - ୧.୪୫ ଲକ୍ଷ ଟଙ୍କା
ଥାର ରକ୍ସକ୍ସ - ୧.୩୩ ଲକ୍ଷ ଟଙ୍କା
XUV700 - ୧.୪୩ ଲକ୍ଷ ଟଙ୍କା


ରେନୋଲ୍ଟ ଇଣ୍ଡିଆ କମାଇଲା ଦାମ
ରେନୋଲ୍ଟ ଇଣ୍ଡିଆ ଏହାର ସମ୍ପୂର୍ଣ୍ଣ ଗାଡ଼ି ପୋର୍ଟଫୋଲିଓରେ ମୂଲ୍ୟ ହ୍ରାସ ଘୋଷଣା କରିଛି। କମ୍ପାନୀ ଜିଏସ୍‌ଟି ୨.୦ ସଂଶୋଧନର ସମ୍ପୂର୍ଣ୍ଣ ଲାଭ ସିଧାସଳଖ ଗ୍ରାହକମାନଙ୍କୁ ଦେବ ବୋଲି ଘୋଷଣା କରିଛି। ଗାଡ଼ିଗୁଡ଼ିକର ମୂଲ୍ୟ ହ୍ରାସ ୨୨ ସେପ୍ଟେମ୍ବର ୨୦୨୫ରୁ ଆରମ୍ଭ ହେବ। ନବରାତ୍ରୀ ସହ ଗାଡ଼ି ଦାମରେ ପ୍ରବଳ ହ୍ରାସ ଦେଖିବାକୁ ମିଳିବ। ପାର୍ବଣ ସମୟରେ ଗାଡ଼ି ବିକ୍ରି ବଢ଼ିବ ବୋଲି କମ୍ପାନୀ ଆଶା କରିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜିଏସ୍‌ଟି ସଂଶୋଧନ ପରେ ଏଣ୍ଟ୍ରି-ଲେଭଲ୍ ରିନୋଲ୍ଟ କ୍ୱିଡ୍ ବର୍ତ୍ତମାନ ମାତ୍ର ୪.୨୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ରିନୋଲ୍ଟ କିଗର ଏବଂ ଟ୍ରାଇବର ର ମୂଲ୍ୟ ୫.୭୬ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି (ଏକ୍ସ-ସୋରୁମ୍, ଦିଲ୍ଲୀ)। ଭାରିଆଣ୍ଟ ଉପରେ ନିର୍ଭର କରି, କମ୍ପାନୀର ଗାଡ଼ି ଗୁଡ଼ିକ ଉପରେ ୪୦,୦୯୫ ଟଙ୍କାରୁ ୯୬,୩୯୫ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ ଦେଖିବାକୁ ମିଳିବ।
କାର୍ ଅନ୍ୟାନ୍ୟା ଗାଡ଼ି ଦାମ ହ୍ରାସ କଲା ଟାଟା


ଜିଏସ୍‌ଟି ହ୍ରାସ ଘୋଷଣା କରିବା ପରେ ଜନତାଙ୍କୁ ଏହାର ଲାଭ ଦେବାକୁ ଟାଟା ମୋଟର ନିଜ କାର୍‌ଗୁଡ଼ିକର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛି। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୨୨ ତାରିଖ ଠାରୁ ଟାଟା ଗାଡ଼ିଗୁଡ଼ିକରେ ୬୫ ହଜାର ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ କମିଯିବ। ଟାଟା ଟିଆଗୋର ମୂଲ୍ୟରେ ୭୫,୦୦୦ ପର୍ଯ୍ୟନ୍ତ ହ୍ରାସ ଘଟିବାକୁ ଥିବା ବେଳେ ସଫାରି ମୂଲ୍ୟରେ ₹୧,୪୫,୦୦୦ ପର୍ଯ୍ୟନ୍ତ ହ୍ରାସ ପାଇବ।
ଅଟୋ କମ୍ପାନୀ କହିଛି ଯେ Tiago ର ମୂଲ୍ୟ ₹୭୫,000, Tigor ର ମୂଲ୍ୟ ₹୮୦,୦୦୦ ଏବଂ Altroz ​​ର ମୂଲ୍ୟ ₹୧.୧୦ ଲକ୍ଷ ଶସ୍ତା ହେବ। ସେହିପରି ପଞ୍ଚର ମୂଲ୍ୟ ₹୮୫,୦୦୦, Nexon ମୂଲ୍ୟ ₹୧.୫୫ ଲକ୍ଷ ଏବଂ Curvv ର ମୂଲ୍ୟ ₹୬୫,୦୦୦ ପର୍ଯ୍ୟନ୍ତ ହ୍ରାସ ପାଇବ। ଟାଟା Harrier ଏବଂ Safari ର ମୂଲ୍ୟ ଯଥାକ୍ରମେ ₹୧,୪୦,୦୦୦ ଏବଂ ₹୧,୪୫,୦୦୦ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି କମ୍ପାନୀ ଘୋଷଣା କରିଛି।
ସଂଶୋଧିତ ଜିଏସ୍‌ଟି ହାର ଅନୁଯାୟୀ, ୧,୨୦୦ ସିସିରୁ କମ୍ ଏବଂ ୪,୦୦୦ ମିମି ଲମ୍ବ ହୋଇନଥିବା ପେଟ୍ରୋଲ, ଏଲପିଜି ଏବଂ ସିଏନଜି ଯାନ ଏବଂ ୧,୫୦୦ ସିସି ଏବଂ ୪,୦୦୦ ମିମି ଲମ୍ବ ପର୍ଯ୍ୟନ୍ତ ଡିଜେଲ ଯାନ ୧୮ ପ୍ରତିଶତ ଜିଏସ୍‌ଟି ସ୍ଥାନାନ୍ତରିତ ହେବ।



ଲଗଜୁରି ଏସୟୁଭିର ର ଦାମ ବି କମିଲା
ନିକଟରେ ହୋଇଥିବା ଜିଏସ୍‌ଟି ସଂଶୋଦନ ସହିତ ହ୍ୟାଚବ୍ୟାକ୍ ଏବଂ ୪ ମିଟରରୁ କମ୍ ଏସୟୁଭି ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ ପାଇବାର ଆଶା କରାଯାଉଛି। ଏପରିକି କମ୍ପାକ୍ଟ, ମିଡସାଇଜ ଏବଂ ବଡ଼ ଏସୟୁବିର ଦାମ କମିବା ବୋଲି ବୋଲି ଆଶା କରାଯାଉଛି। ଏସୟୁଭି ଉପରେ ଜିଏସ୍‌ଟି ହାର ୨୮% ଥିଲା, ଏବଂ ୧୫% ରୁ ୨୨% ପର୍ଯ୍ୟନ୍ତ ଅତିରିକ୍ତ ସେସ୍ ମଧ୍ୟ ଲାଗୁ ହୋଇଥିଲା। ନୂଆ ଜିଏସ୍‌ଟି ବ୍ୟବସ୍ଥାରେ, ଏହି ଏସୟୁଭି ଗୁଡ଼ିକ ଉପରେ ଏକ ସ୍ଥିର ୪୦% GST ଲାଗୁ ହୋଇଛି। ସେସ୍ ଅଂଶକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଇଛି। ତେଣୁ କମ୍ପାକ୍ଟ, ମଧ୍ୟମ ଆକାର ଏବଂ ବଡ଼ SUV ଗୁଡ଼ିକ ୩% ରୁ ୧୦% ମଧ୍ୟରେ ଶସ୍ତା ହୋଇପାରେ।


କମ୍ପାକ୍ଟ ସି-ସେଗମେଣ୍ଟ ଏସୟୁଭି, ସେଡାନ - ଜିଏସଟି ହାର ହ୍ରାସ ପରେ ନୂଆ ମୂଲ୍ୟ
Hyundai Creta (ପେଟ୍ରୋଲ୍ ଏବଂ ଡିଜେଲ୍), Grand Vitara ପେଟ୍ରୋଲ୍ ଏବଂ Skoda Kushaq ଭଳି SUV ଗୁଡ଼ିକ ଉପରେ ପୂର୍ବରୁ ୫୦% ଟିକସ ଲାଗୁ ହେଉଥିଲା। ଏଥିରେ ୨୮% GST ଏବଂ ୨୨% ସେସ୍ ଅନ୍ତର୍ଭୁକ୍ତ ଥିଲା। ନୂଆ ଜିଏସ୍‌ଟି ବ୍ୟବସ୍ଥା ଅନୁଯାୟୀ, ଏହି SUV ଗୁଡ଼ିକ ଉପରେ ୪୦% ର ଏକ ଫ୍ଲାଟ୍ ହାରରେ ଟିକସ ଲାଗୁ ହେବ। ଏହି SUV ଗୁଡ଼ିକର ମୂଲ୍ୟ ପ୍ରାୟ ୧୦% ହ୍ରାସ ପାଇପାରେ। Creta ପେଟ୍ରୋଲ୍ ୭୫,୦୦୦ ଟଙ୍କାରୁ ୧.୩୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇପାରେ। ସେହିପରି, Creta ଡିଜେଲ୍ ୮୪,୦୦୦ ଟଙ୍କାରୁ ୧.୩୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ ପାଇପାରେ।


ଗ୍ରାଣ୍ଡ ଭିଟାରା ପେଟ୍ରୋଲର ମୂଲ୍ୟ ପ୍ରାୟ ୭୬,୦୦୦ ରୁ ୧.୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ। ସ୍କୋଡା କୁଶାକ ୭୪,୦୦୦ ରୁ ୧.୨୭ ଲକ୍ଷ ଟଙ୍କା ମଧ୍ୟରେ କମିପାରେ। ଗ୍ରାଣ୍ଡ ଭିଟାରା ହାଇବ୍ରିଡ୍ ପୂର୍ବରୁ ୪୩% ଟିକସ ଆଦାୟ କରାଯାଉଥିଲା, ଯେଉଁଥିରେ ୨୮% ଜିଏସଟି ଏବଂ ୧୫% ସେସ୍ ଅନ୍ତର୍ଭୁକ୍ତ ଥିଲା। ହୋଣ୍ଡା ସିଟି ହାଇବ୍ରିଡ୍ ଉପରେ ମଧ୍ୟ ସମାନ ହାର ଲାଗୁ ହୋଇଥିଲା।
ନୂଆ ଜିଏସଟି ବ୍ୟବସ୍ଥାରେ, ଗ୍ରାଣ୍ଡ ଭିଟାରା ହାଇବ୍ରିଡ୍ ୩୬,୦୦୦ ଟଙ୍କାରୁ ୫୨,୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇପାରେ। ସେହିପରି ସିଟି ହାଇବ୍ରିଡ୍ ୪୨,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ। ସିଟି ପେଟ୍ରୋଲ ଉପରେ ପୂର୍ବରୁ ୪୫% ଟିକସ ଲାଗୁ ହେଉଥିଲା, ଯେଉଁଥିରେ ୨୮% ଜିଏସ୍‌ଟି ଏବଂ ୧୭% ସେସ୍ ଅନ୍ତର୍ଭୁକ୍ତ ଥିଲା। ନୂଆ GST ବ୍ୟବସ୍ଥା ଅନୁଯାୟୀ ୪୦% ର ଏକ ଫ୍ଲାଟ ହାର ସହିତ, ହୋଣ୍ଡା ସିଟି ପେଟ୍ରୋଲ ପ୍ରାୟ ୪୩,୦୦୦ ଟଙ୍କାରୁ ୫୭,୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇପାରେ।
GST ହାର ହ୍ରାସ ପରେ ବଡ଼ SUV ନୂଆ ମୂଲ୍ୟ


ଟୟୋଟା ଫର୍ଚୁନର ଡିଜେଲ, ମହିନ୍ଦ୍ରା XUV700 (ପେଟ୍ରୋଲ ଏବଂ ଡିଜେଲ) ଏବଂ ଇନୋଭା କ୍ରିଷ୍ଟା ଡିଜେଲ ଭଳି ଲୋକପ୍ରିୟ SUV ଗୁଡ଼ିକ ଉପରେ ପୂର୍ବରୁ ୫୦% ଟିକସ ଲାଗୁ ହେଉଥିଲା। ଏଥିରେ ୨୮% GST ଏବଂ ୨୨% ସେସ୍ ଅନ୍ତର୍ଭୁକ୍ତ ଥିଲା। ଏହି ସମସ୍ତ SUV ଗୁଡ଼ିକ ଉପରେ ଏବେ ୪୦% ର ଏକ ଫ୍ଲାଟ ହାରରେ ଟିକସ ଲାଗୁ ହେବ। ନୂଆ GST ବ୍ୟବସ୍ଥାରେ, ଫର୍ଚୁନର ଡିଜେଲର ମୂଲ୍ୟ ୨.୪୫ ଲକ୍ଷ ଟଙ୍କାରୁ ୩.୪୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ। ପ୍ରାରମ୍ଭିକ ମୂଲ୍ୟ ବର୍ତ୍ତମାନର ୩୬.୭୩ ଲକ୍ଷ ଟଙ୍କାରୁ ୩୪.୨୮ ଲକ୍ଷ ଟଙ୍କାକୁ ହ୍ରାସ ପାଇପାରେ।
ଆହୁରି ଶସ୍ତା ହେବ ମାରୁତି ସୁଜୁକି କାର୍


ମାରୁତି ସୁଜୁକିର ଅଧ୍ୟକ୍ଷ ଆରସି ଭାର୍ଗବ କହିଛନ୍ତି ଯେ ମାରୁତିର ଅଲ୍ଟୋର ମୂଲ୍ୟ ₹୪୦,୦୦୦-୫୦,୦୦୦ ପର୍ଯ୍ୟନ୍ତ ହ୍ରାସ କରାଯାଇପାରେ। ସେହିପରି ୱାଗନ୍ ଆରର ମୂଲ୍ୟ ₹୬୦,୦୦୦ ରୁ ₹୬୭,୦୦୦ ମଧ୍ୟରେ ହ୍ରାସ ପାଇପାରେ। ବିଜନେସ୍ ଷ୍ଟାଣ୍ଡାର୍ଡର ରିପୋର୍ଟ ଅନୁସାରେ, ଶ୍ର ଭାର୍ଗବ କହିଛନ୍ତି ଯେ କମ୍ପାନୀର ଅଧିକାରୀମାନେ ଦରଦାମ ହ୍ରାସ କରିବା ନେଇ କାଲକୁଲେସନ ଆରମ୍ଭ କରିଛନ୍ତି। ଖୁବ୍‌ଶୀଘ୍ର ନୂଆ ଦର ଘୋଷଣା କରାଯିବ।