Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

କରନ୍ତୁନି ବିଳମ୍ୱ: ସୁନା ଦର ଏତିକି...

Banajyotshna Ray
Browse all articles by Banajyotshna Ray
·1 year ago·1 min read
କରନ୍ତୁନି ବିଳମ୍ୱ: ସୁନା ଦର ଏତିକି...

ଅର୍ଗସ ବ୍ୟୁରୋ:  ସୁନା ଦରରେ ବଡ ପରିବର୍ତ୍ତନ ହୋଇଛି। ଯାହା ଶୁଣିଲେ ଗ୍ରାହକ ଆଶ୍ଚର୍ଯ୍ୟ ହୋଇଯିବେ। ଦିନକୁ ଦିନ ସୁନା ରେଟ ବଢ଼ୁଥିବାବେଳେ ଗ୍ରାହକ ଚିନ୍ତାରେ। କିଛି ସମୟ ଧରି ସୁନା ଏବଂ ରୂପାର ମୂଲ୍ୟରେ ଅସ୍ଥିରତା ଦେଖାଦେଇଛି। ୨୪ କ୍ୟାରେଟ୍ ସୁନା ୯୯.୯% ଶୁଦ୍ଧ ଏବଂ ୨୨ କ୍ୟାରେଟ୍ ସୁନା ପ୍ରାୟ ୯୧ ପ୍ରତିଶତ ଶୁଦ୍ଧ । ଆଜି ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୨,୨୪୦ ଟଙ୍କା। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରାୟ ୭୫,୪୦୦ ଟଙ୍କା।


ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ରେଟ ୮୨,୦୯୦ ଟଙ୍କାରେ ବିକ୍ରି ହେଉଛି । ୨୨ କ୍ୟାରେଟ ସୁନା ଦର ୭୨,୨୫୦ ଟଙ୍କାରେ କାରବାର ହେଉଛି । ୨୨ କ୍ୟାରେଟ୍ ସୁନାରେ ତମ୍ବା, ରୂପା, ଜିଙ୍କ ପରି ୯% ଅନ୍ୟ ଧାତୁ ମିଶ୍ରଣ କରି ଅଳଙ୍କାର ପ୍ରସ୍ତୁତ । ୨୪ କ୍ୟାରେଟ୍ ସୁନାରେ ଅଳଙ୍କାରରେ ତିଆରି କରାଯାଇପାରିବ ନାହିଁ । କ୍ୟାରେଟ୍ ଯେତେ ଅଧିକ, ସୁନା ସେତେ ଶୁଦ୍ଧ ହୋଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଅର୍ଥନୀତି ଖବର:

Sponsored
today gold price bhubaneswar | Argus News