Videos
|
Business

TRAI Recharge Rule / ବାଜିଲା TRAI ଛାଟ୍; Jio-Airtel-Vi ଆଣିବେ କେବଳ କଲିଂ ପ୍ଳାନ, ମିଳିବ ୩୦ ଦିନର ବୈଧତା

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ବାଜିଲା TRAI ଛାଟ୍; Jio-Airtel-Vi ଆଣିବେ କେବଳ କଲିଂ ପ୍ଳାନ, ମିଳିବ ୩୦ ଦିନର ବୈଧତା
Jio, Airtel, Vi to Offer Voice-SMS Packs

Key Points

ନୂଆ ନିୟମ ଆସିବା ପରେ ଟେଲିକମ୍ ଅପରେଟରଙ୍କୁ ଡାଟା ପ୍ଳାନକୁ ବାଦ୍ ଦେଇ ନୂତନ କଲିଂ ଓ SMS ପ୍ୟାକ୍ ଆଣିବାକୁ ପଡ଼ିବ । ନୂଆ ପ୍ୟାକରେ ଉଭୟ ଭଏସ୍ କଲିଂ ଓ SMS ରହିବ ।
ନୂଆଦିଲ୍ଲୀ: ଆପଣ ମୋବାଇଲ୍‌ରେ ଇଣ୍ଟରନେଟ୍ ଚଲାଉ ନାହାନ୍ତି କିମ୍ବା ବହୁତ କମ୍ ଡାଟା ବ୍ୟବହାର କରୁଛନ୍ତି କି ? ତାହେଲେ ଆପଣଙ୍କ ରିଚାର୍ଜ ପ୍ଳାନ ଶସ୍ତା ହେବାକୁ ଯାଉଛି । TRAI ଲାଗୁ କରିଥିବା ନୂଆ ନିୟମ ପରେ Jio, Airtel, Vi ଏବଂ ଅନ୍ୟ ଟେଲିକମ୍ ଅପରେଟର୍ କେବଳ କଲିଂ ଓ SMS ବିଶିଷ୍ଟ ବିକଳ୍ପ ପ୍ଳାନ ଦେବେ ।

ଯେଉଁ ପ୍ଳାନର ଦର ଡାଟା ପ୍ଳାନ ପ୍ୟାକ୍ ଠାରୁ କମ୍ ରହିବ । ଅର୍ଥାତ୍ ଆଗକୁ ଆପଣଙ୍କୁ ଡାଟା ପାଇଁ ଟଙ୍କା ଦେବାକୁ ପଡ଼ିବନି । କେବଳ କଲିଂ ଓ SMS ପାଇଁ କମ୍ ମୂଲ୍ୟର ପାର୍କ ରିଚାର୍ଜ କରିପାରିବେ । ଏଥିସହ ୨୮ ଦିନ ବଦଳରେ ପ୍ୟାକର ବୈଧତା ୩୦ ରହିବ ।

ଗତ କିଛିବର୍ଷ ମଧ୍ୟରେ ମୋବାଇଲ୍ ରିଚାର୍ଜ ପ୍ଳାନ ବେଶ୍ ବଦଳି ଯାଇଛି । ଅଧିକାଂଶ କମ୍ପାନୀ ଲୋକପ୍ରିୟ ପ୍ଳାନରେ କଲିଂ, SMS ଓ ଡାଟା ଏକାଠି ଦେଉଛନ୍ତି । ଯଦି କୌଣସି ବ୍ୟବହାକାରୀ କେବଳ କଲ୍ କରନ୍ତି, ତାଙ୍କୁ ବି ଡାଟା ପାଇଁ ଟଙ୍କା ଦେବାକୁ ପଡ଼ୁଛି । ତେଣୁ, ଏହି ସମସ୍ୟାକୁ ଦୂର କରିବା ପାଇଁ TRAI ନୂଆ ନିୟମ ଜାରି କରିଛି ।

TRAI ପକ୍ଷରୁ ଟେଲିକମ୍ ଗ୍ରାହକ ସୁରକ୍ଷା ଆଇନ୍ ୨୦୨୬ ସେପ୍ଟେମ୍ବର ୨୧ ତାରିଖରେ ଜାରି କରାଯାଇଛି । ତେବେ ଏହି ନିୟମ ତତକ୍ଷଣାତ୍ ଲାଗୁ ହେବ ନାହିଁ । ସରକାରୀ ନିୟମ ଅନୁସାରେ, ଏହାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ପରେ ଲାଗୁ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମିଳିବ କଲିଂ ଓ SMS ପ୍ୟାକ୍

ନୂଆ ନିୟମ ଆସିବା ପରେ ଟେଲିକମ୍ ଅପରେଟରଙ୍କୁ ଡାଟା ପ୍ଳାନକୁ ବାଦ୍ ଦେଇ ନୂତନ କଲିଂ ଓ SMS ପ୍ୟାକ୍ ଆଣିବାକୁ ପଡ଼ିବ । ନୂଆ ପ୍ୟାକରେ ଉଭୟ ଭଏସ୍ କଲିଂ ଓ SMS ରହିବ । ଯାହାର ଅବଧି ୩୦ ଦିନ ରଖିବାକୁ ପଡ଼ିବ । ୩୦ ଦିନର କମ୍ ଅବଧି ପ୍ଳାନ ଥିଲେ କଲିଂ ଓ SMS ସୁବିଧା ସମାନ ଦିନ ଲାଗି ଦେବାକୁ ହେବ ।

ଏଥିସହ ପଢ଼ନ୍ତୁ: ଆରବିଆଇ ଘୋଷଣା କଲା ଖୁସି ଖବର ! ଏକାଥରେ ମିଳିବ ୬ ମାସର ସୁଧ 

ସବୁଠାରୁ ବଡ଼ କଥା ହେଲା ପ୍ଯାକର ଦାମ । TRAI ସ୍ପଷ୍ଟ ଭାବେ କହିଛି, ଏହି କଲିଂ ଓ SMS ବିଶିଷ୍ଟ STV ଅର୍ଥାତ୍ ସ୍ପେଶାଲ୍ ଟାରିଫ୍ ଭାଉଚରରେ ଡାଟାକୁ ବାଦ୍ ଦେଇ ଉଚିତ୍ ଦାମ ରଖାଯିବ । ଏହାର୍ ଅର୍ଥ ନୁହେଁ TRAI ଏକ ନିର୍ଦ୍ଦିଷ୍ଟ ଦର ସ୍ଥିର କରିଛି ।

ଏହା ପୂର୍ବର ୨୦୨୪ ଡିସେମ୍ବରରେ TRAI, ଟେଲିକମ୍ ଅପରେଟରଙ୍କୁ କଲିଂ ଓ SMS ପ୍ଳାନ ଦେବାକୁ କହିଥିଲା । ଯାହାପରେ ଟେଲିକମ୍ କମ୍ପାନୀ ପ୍ୟାକ୍ ଆଣଥିଲେ । କିନ୍ତୁ TRAI ଅନୁସାରେ, ପ୍ୟାକର ସଂଖ୍ୟ କମ୍ ଥିଲା । ଅଧିକାଂଶ କଲିଂ ଓ SMS ପ୍ଯାକ୍‌ର ବୈଧତା ୮୦ ଦିନରୁ ନେଇ ୩୩୬ କିମ୍ବା ୩୬୫ ଦିନ ଥିଲା । ସ୍ଵଳ୍ପ ମୂଲ୍ୟର ରିଚାର୍ଜ ବିକଳ୍ପ ନଥିଲା । ଅନ୍ୟପଟେ ଡାଟା ପ୍ୟାକ୍‌ରେ ଗ୍ରାହକଙ୍କୁ ଅଧିକ ବୈଧତା ମିଳୁଥିଲା ।

ଶସ୍ତା ହେବ ରିଚାର୍ଜ ?

ହଁ, କଲିଂ ଓ SMS ବିଶିଷ୍ଟ ପ୍ୟାକ୍ ଆସିଲେ ରିଚାର୍ଜ ଶସ୍ତା ହେବ । କିନ୍ତୁ, ଏହା ସମସ୍ତ ଗ୍ରାହକଙ୍କ ପାଇଁ ନୁହେଁ । କାରଣ ସମସ୍ତ ପ୍ରକାର ମୋବାଇଲ୍ ରିଚାର୍ଜ ଦର କମାଇବା ଲାଗି TRAI ନିର୍ଦ୍ଦେଶ ଦେଇ ନାହିଁ । ତେଣୁ କଲିଂ ଓ SMS ପ୍ୟାକ୍ ଦର ଶସ୍ତା ହେବ । ଅର୍ଥାତ୍ ଯେଉଁମାନଙ୍କର ଡାଟା ଆବଶ୍ୟକ ନାହିଁ ସେମାନେ ପୂର୍ବାପେକ୍ଷା କମ୍ ଦରରେ କଲିଂ ଓ SMS ପ୍ୟାକ୍ ରିଚାର୍ଜ କରି ପାରିବେ ।