UPI ଅଚଳ, ପେଟିଏମ୍ରୁ ନେଇ ଫୋନ୍ ପେ ଓ ଗୁଗୁଲ୍ ପେ'ରେ କରି ହେଉନି ପେମେଣ୍ଟ

ଦେଶର ବିଭିନ୍ନ ସ୍ଥାନରେ ଶନିବାର ଦ୍ଵି ପ୍ରହରରୁ ୟୁପିଆଇ (Unified Payments Interface) କାମ ଦେଉ ନାହିଁ । ୟୁପିଆଇ ଅଚଳ ହୋଇ ପଡ଼ିବା ଯୋଗୁଁ ଲୋକେ ଅନଲାଇନ୍ ପେମେଣ୍ଟ କରିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆଉଟେଜ୍ ଟ୍ରାକ୍ କରୁଥିବା ୱେବସାଇଟ୍ ଡାଉନ୍ଡିଟେକ୍ଟର ଏହି ସୂଚନା ଦେଇଛି । ଏହାର ପ୍ରଭାବ ପେଟିଏମ୍, ଫୋନ୍ ପେ ଓ ଗୁଗୁଲ୍ ପେ ବ୍ୟବହାରକାରୀଙ୍କ ଉପରେ ପଡ଼ିଛି ।
ଡାଉନ୍ଡିଟେକ୍ଟର ଅନୁସାରେ, ଶନିବାର ଦିନ ୧୨ଟାରୁ ଏହି ଅସୁବିଧା ଦେଖା ଦେଇଛି । ପେଟିଏର୍ ଫୋନ୍ ପେ, ଗୁଗୁଲ ପେ ବ୍ୟବହାରକାରୀ ୟୁପିଆଇ ମାଧ୍ୟମରେ ଦେଣନେଣ କରିପାରୁ ନାହାନ୍ତି । ଆଉ ୟୁପିଆଇ ଅଚଳ ନେଇ ଅନେକ ୟୁଜର୍ସ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ, ୟୁପିଆଇ ସେବା ଦେଶର ଅନେକ ଆପ୍ ପ୍ରଦାନ କରୁଛନ୍ତି । ବିଭିନ୍ନ ବ୍ୟାଙ୍କ ସହ ପେଟିଏମ୍ରୁ ନେଇ ଫୋନ୍ ପେ ଭଳି ଆପ୍ ଯୋଗାଇ ଦେଉଛନ୍ତି ୟୁପିଆଇ ସେବା । ଏବେ ୟୁପିଆଇ କାମ କରୁ ନଥିବା ବେଳେ ଲୋକେ କ୍ୟୁଆର୍ କୋଡ୍ ସ୍କାନ୍ କରି ପେମେଣ୍ଟ କଲେ ତାହା ପ୍ରୋସେସ୍ରେ ରହି ୫ ମିନିଟ୍ ପରେ ଫେଲ୍ ହୋଇ ଯାଉଛି ।
📱 Get Argus News App
✨
ତେବେ ଏହାଦ୍ଵାରା ଭାରତର କେଉଁ କେଉଁ ରାଜ୍ୟ ପ୍ରଭାବିତ ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ସୋସିଆଲ୍ ମିଡିଆରେ ୟୁପିଆଇଡାଉନ୍ ଟ୍ରେଣ୍ଡ କରୁଛି । ଡାଉନ୍ଡିଟେକ୍ଟର ଅନୁସାରେ, ଏସ୍ବିଆଇ, ଗୁଗୁଲ ପେ, ଏଚଡିଏଫସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କର ୟୁପିଆଇ ସେବା ପ୍ରଭାବିତ ହୋଇଛି ।
