Videos
|
Business

Online Payment / UPI ପେମେଣ୍ଟ କେତେ ଆସିବ ଟଙ୍କା ଏବଂ ଏହି ଟଙ୍କା କେଉଁଠି ଖର୍ଚ୍ଚ ହେବ ? NPCI ଦେଲା ପୂରା ହିସାବ

Rashmita Mishra
Browse all articles by Rashmita Mishra
·1 hour ago·2 min read
UPI ପେମେଣ୍ଟ କେତେ ଆସିବ ଟଙ୍କା ଏବଂ ଏହି ଟଙ୍କା କେଉଁଠି ଖର୍ଚ୍ଚ ହେବ ? NPCI ଦେଲା ପୂରା ହିସାବ
Online Payment

Key Points

UPI ପେମେଣ୍ଟରେ ଚାର୍ଜ କେତେ ହେବ କମାଇ ?
UPIରୁ ଆସିବ ହଜାର କୋଟି କେଉଁଠି ଖର୍ଚ୍ଚ ହେବ ଟଙ୍କା ?
UPI ଚାର୍ଜର ପୂରା ହିସାବ NPCI ମୁଖ୍ୟ ଦେଲେ ଜବାବ ।
UPIରେ ଲାଗିବ ଚାର୍ଜ କାହାକୁ ମିଳିବ ଟଙ୍କା ?

UPI ପେମେଣ୍ଟ ଉପରେ ମର୍ଚ୍ଚାଣ୍ଟ ଫିସ୍‌ (Merchant Fee) ଲାଗୁ କରିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବିରୋଧୀ ଦଳ ଏହାକୁ ଜନବିରୋଧୀ ପଦକ୍ଷେପ ବୋଲି କହୁଥିବା ବେଳେ, ସରକାର ଏବଂ NPCI ଏହାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ।

ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI)ର MD ଓ CEO ଦିଲୀପ ଅସ୍ବେ କହିଛନ୍ତି ଯେ, ଗତ ୬ ବର୍ଷରେ UPI ଇକୋସିଷ୍ଟମରେ ପ୍ରାୟ ୭୫ ହଜାର କୋଟି ଟଙ୍କାର ନିବେଶ କରାଯାଇଛି । ଏହି ସିଷ୍ଟମକୁ ଆହୁରି ସୁଦୃଢ଼ ଏବଂ ଟିକାଉ କରିବା ପାଇଁ ଅଧିକ ନିବେଶ ଆବଶ୍ୟକ ବୋଲି ସେ କହିଛନ୍ତି ।

UPI ଚାର୍ଜରୁ ମିଳିବ ୧୩-୧୫ ହଜାର କୋଟି ?
ଦିଲୀପ ଅସ୍ବେଙ୍କ ଅନୁସାରେ, ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ଲାଗୁଥିବା ଚାର୍ଜରୁ ପ୍ରଥମ ବର୍ଷରେ NPCIକୁ ପ୍ରାୟ ୧୩ ହଜାରରୁ ୧୫ ହଜାର କୋଟି ଟଙ୍କା ଆୟ ହୋଇପାରେ । ଏହାର ୫ ପ୍ରତିଶତ ଅଂଶ ଛୋଟ ମର୍ଚ୍ଚାଣ୍ଟଙ୍କ ସହାୟତା ପାଇଁ ବ୍ୟବହାର କରାଯିବ । ସେ କହିଛନ୍ତି ଯେ, ସମୟ ସମୟରେ ଏହି ମଡେଲର ସମୀକ୍ଷା କରାଯିବ ।

କାହିଁକି ଲାଗୁ ହେଉଛି ଚାର୍ଜ ?
NPCI ମୁଖ୍ୟଙ୍କ କହିବା ଅନୁସାରେ, P2M (Person to Merchant) ଟ୍ରାଞ୍ଜାକ୍ସନରେ ପୂର୍ବରୁ ମଧ୍ୟ ଚାର୍ଜ ବ୍ୟବସ୍ଥା ଥିଲା। ଯେଉଁଠାରେ P2P (Person to Person) ପେମେଣ୍ଟ ମାଗଣା ରହିଛି ।

୨୦୨୦ରେ MDR (Merchant Discount Rate) ହଟାଇବା ପରେ UPI ବ୍ୟବହାର ଦ୍ରୁତ ବଢ଼ିଥିଲା । କିନ୍ତୁ ପରେ ଏହାର ବୃଦ୍ଧି ଧୀର ହେବାରୁ ଏକ ଟିକାଉ ଆର୍ଥିକ ମଡେଲର ଆବଶ୍ୟକତା ଅନୁଭବ ହୋଇଥିଲା ।

ଚୀନ୍ ଓ ବ୍ରାଜିଲ୍ ଉଦାହରଣ
ଦିଲୀପ ଅସ୍ବେ କହିଛନ୍ତି ଯେ, ଚୀନ୍ ଓ ବ୍ରାଜିଲ୍‌ରେ ଡିଜିଟାଲ ପେମେଣ୍ଟ ବ୍ୟବହାର ପ୍ରାୟ ୯୦ ପ୍ରତିଶତ ରହିଛି । ଭାରତରେ ଏହା ପ୍ରାୟ ୪୦ ପ୍ରତିଶତ ଥିବାରୁ ଆହୁରି ବିସ୍ତାର ଆବଶ୍ୟକ । ତାଙ୍କ ମତରେ, ଏହି ଇକୋସିଷ୍ଟମରେ ନିବେଶ ବଢ଼ିଲେ ଗରିବ ଏବଂ ଅଧିକ ଲୋକଙ୍କ ପାଖକୁ ଡିଜିଟାଲ ପେମେଣ୍ଟ ପହଞ୍ଚିପାରିବ ।

ଛୋଟ ବ୍ୟବସାୟୀଙ୍କ ଉପରେ ପଡ଼ିବନି ଅଧିକ ପ୍ରଭାବ
NPCI ମୁଖ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ଚାର୍ଜର ଉଦ୍ଦେଶ୍ୟ ଛୋଟ ବ୍ୟବସାୟୀଙ୍କ ଉପରେ ଭାର ପକାଇବା ନୁହେଁ । ତାଙ୍କ କହିବା ଅନୁସାରେ, ୮୦ ପ୍ରତିଶତରୁ ଅଧିକ MDR ଆୟ ସେହି ବଡ଼ ବ୍ୟବସାୟୀଙ୍କଠାରୁ ଆସିବ, ଯାହାଙ୍କ ଟର୍ଣ୍ଣଓଭର ୧୦୦୦ କୋଟି ଟଙ୍କାରୁ ଅଧିକ । ଏମାନେ ପୂର୍ବରୁ କାର୍ଡ ପେମେଣ୍ଟ ଗ୍ରହଣ କରୁଛନ୍ତି ।

କେଉଁ ପେମେଣ୍ଟ ରହିବ ମାଗଣା ?
NPCI ଅନୁସାରେ—
୨,୦୦୦ ପର୍ଯ୍ୟନ୍ତ UPI ଟ୍ରାଞ୍ଜାକ୍ସନ୍ ମାଗଣା ରହିବ
P2P ପେମେଣ୍ଟରେ ଚାର୍ଜ ଲାଗିବ ନାହିଁ
UPI AutoPay ଉପରେ ମଧ୍ୟ ଛାଡ଼ ରହିବ

ମାସକୁ ୧ ଲକ୍ଷ ପର୍ଯ୍ୟନ୍ତ ଗ୍ରହଣ କରୁଥିବା ଛୋଟ ମର୍ଚ୍ଚାଣ୍ଟଙ୍କୁ MDRରୁ ଛାଡ଼ ମିଳିବ
NPCI କହିଛି ଯେ, UPI ଚାଲୁ ରଖିବା ପାଇଁ ପ୍ରତିବର୍ଷ ପ୍ରାୟ ୨୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହି ସିଷ୍ଟମକୁ ଆହୁରି ଉନ୍ନତ କରିବା ଓ ନୂଆ ପ୍ରଯୁକ୍ତି ଆଣିବା ପାଇଁ ନୂଆ ଆର୍ଥିକ ମଡେଲ ଆବଶ୍ୟକ ବୋଲି ସେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: